ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଏମ୍‌ସ ପାଖ ଆହାର କେନ୍ଦ୍ରରେ ରାତିରେ ମିଳିବ ଖାଦ୍ୟ, ରୋଗୀ ସହାୟକମାନେ ସୁଲଭ ମୂଲ୍ୟରେ ଖାଇପାରିବେ

ଭୁବନେଶ୍ୱର,୧୮/୧୧: ଏଣିକି ଭୁବନେଶ୍ୱର ଏମ୍‌ସ ପାଖରେ  ଥିବା ଦୁଇଟି ଆହାର କେନ୍ଦ୍ରରେ ରାତିରେ ଖାଦ୍ୟ ମିଳିବ । ରୋଗୀ ସହାୟକମାନେ ସୁଲଭ ମୂଲ୍ୟରେ ସୁଷମ ଖାଦ୍ୟ ପାଇପାରିବେ ।  ରାତିବେଳା ଦୁଇଟିଯାକ ଆହାର କେନ୍ଦ୍ରରେ ଚାରି ଶହ ଲେଖାଏଁ  ମିଲ୍‌ସ ପ୍ରସ୍ତୁତ କରାଯିବ । ମେୟର  ସୁଲୋଚନା ଦାସ ଶୁକ୍ରବାର ଏହି  ରାତ୍ରଭୋଜନ ବ୍ୟବସ୍ଥାକୁ ଉଦ୍‌ଘାଟନ  କରିଛନ୍ତି ।  

ଆହାର କେନ୍ଦ୍ରରେ ସ୍ୱଳ୍ପ  ମୂଲ୍ୟରେ ସୁଷମ ଖାଦ୍ୟ ଦେଇ  କ୍ଷୁଧାର୍ତ୍ତଙ୍କ ଭୋକ ମେଣ୍ଟାଇବାକୁ  ବିଏମ୍‌ସି ପ୍ରୟାସ ଚଳାଇଛି । ଏବେ  ୫ଟି ଆହାର କେନ୍ଦ୍ର ବିଭିନ୍ନ ପ୍ରମୁଖ  ହସ୍ପିଟାଲ ପାଖରେ ରହିଛି । ଏମ୍‌ସ  ପାଖରେ ଥିବା ୨ଟି ଆହାର କେନ୍ଦ୍ରରେ  ଦୈନିକ ୭୫୦ ଲୋକ ଖାଉଛନ୍ତି । ରାତ୍ରଭୋଜନ ବ୍ୟବସ୍ଥା ଯୋଗୁ  ରାଜ୍ୟ ଓ ରାଜ୍ୟ ବାହାର ରୋଗୀ  ସହାୟକମାନେ ବେଶ୍‌ ଉପକୃତ ହେବେ ବୋଲି ବିଏମସି ମେୟର ଶ୍ରୀମତୀ ଦାସ କହିଛନ୍ତି । ଏବେ  ରାଜଧାନୀରେ ମୋଟ ୧୧ଟି ଆହାର  କେନ୍ଦ୍ର ଚାଲିଛି । ୩ଟି କେନ୍ଦ୍ରରେ  ରାତ୍ରଭୋଜନ ବ୍ୟବସ୍ଥା ଥିଲା ।ଏବେ  ଆଉ ଦୁଇଟି ଆହାର କେନ୍ଦ୍ରରେ  ଏହା ଆରମ୍ଭ ହୋଇଛି । ଆଗକୁ  ବରମୁଣ୍ଡାରେ ନବନିର୍ମିତ ଆନ୍ତଃରାଜ୍ୟ  ବସଷ୍ଟାଣ୍ଡ ପାଖରେ ଆହାର କେନ୍ଦ୍ର  ଖୋଲିବ । ଏହି ଆହାର କେନ୍ଦ୍ର ସମ୍ପୂର୍ଣ୍ଣ  ଶୀତତାପ ନିୟନ୍ତ୍ରିତ ହେବ । ଏଠାରେ ପ୍ରତିଦିନ ୨ ହଜାରରୁ ଅଧିକ ଲୋକ  ଖାଇବା ଭଳି ବ୍ୟବସ୍ଥା ହେବ । 

ଏହି କାର୍ଯ୍ୟକ୍ରମରେ କର୍ପୋରେଟର  ବିରଞ୍ଚି ନାରାୟଣ ମହାସୂପକାର ଓ  ସ୍ଥାନୀୟ କର୍ପୋରେଟର ରଶ୍ମୀ ରଞ୍ଜନ  ପାଟ୍ଟଶାଣୀ ଓ ଡେପୁଟି କମିଶନର  ପ୍ରିୟଙ୍କା ମଲ୍ଲିକ ଉପସ୍ଥିତ ଥିଲେ ।

ପଢନ୍ତୁ :-  ସହରରେ ବୁଲା କୁକୁରଙ୍କ ଉତ୍ପାତ

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.