ପ୍ରମୁଖ ଖବର
  • ଦୁଇ ଦିନ ପ୍ରବଳ ଝଡ଼ ବର୍ଷା ଆଶଙ୍କା, ଆସନ୍ତା ୩ ଦିନ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ପାଣିପାଗ ବିଭାଗ
  • ||
  • ବିଜେପିର ମିଶନ ଓଡ଼ିଶା: ପୁଣି ଓଡ଼ିଶା ଆସିବେ ଅମିତ ଶାହ, ୮ରେ ରାୟଗଡ଼ାରେ ରାଜନାଥଙ୍କ ସମାବେଶ
  • ||
  • ବିଦ୍ୟୁତ ଆଘାତରେ ଗଲା ଜୀବନ: ବାପା-ପୁଅକୁ ମୃତ, ମା ଗୁରୁତର
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ରେବନ୍ନାଙ୍କୁ ଗିରଫ କଲା ଏସ୍‌ଆଇଟି, ପ୍ରଜ୍ୱଳଙ୍କୁ ବ୍ଲୁ କର୍ଣ୍ଣର ନୋଟିସ
  • ||
  • ଆନ୍ଧ୍ର ଶିବଲିଙ୍ଗପୁରମ ନିକଟରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍, ରେଳଧାରଣା ଉପରେ ପଡିଥିଲା ବଡ଼ ବଡ଼ ପଥର...
  • ||
  • ସୁପର ସନ୍ଡେରେ ଡବଲ ଫାଇଟ: ଅପରାହ୍ନରେ ପଞ୍ଜାବ-ଚେନ୍ନାଇ, ସନ୍ଧ୍ୟାରେ ଲକ୍ଷ୍ନୌ-କୋଲକାତା ଲଢ଼େଇସୁପର ସନ୍ଡେରେ ଡବଲ ଫାଇଟ: ପଞ୍ଜାବ-ଚେନ୍ନାଇ, ଲକ୍ଷ୍ନୌ-କୋଲକାତା ଲଢ଼େଇ
  • ||
  • ଆଜି ନିଟ୍‌-ୟୁଜି ପରୀକ୍ଷା: ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର, ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ତାତିରେ ଲାଗିବ ବ୍ରେକ୍‌: ୩ରୁ ୫ ଡିଗ୍ରୀ ଖସିବ ପାରଦ, ଉପକୂଳ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା
  • ||

ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ବଡ଼ ଆଶ୍ବସ୍ତି, ୨୫ ହଜାର କୋଟି ଟଙ୍କାର ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ମିଳିଲା କ୍ଲିନ୍ ଚିଟ୍...

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ତଥା ବାରାମଟି ଲୋକସଭା ଆସନରୁ ଏନଡିଏ ପ୍ରାର୍ଥୀ ସୁନେତ୍ରା ପାୱାରଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ୨୫ ହଜାର କୋଟି ଟଙ୍କାର ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ମୁମ୍ବାଇ ପୋଲିସ ତାଙ୍କୁ କ୍ଲିନ୍ ଚିଟ୍ ଦେଇଛି । ଜାନୁଆରୀରେ ଦାଖଲ ହୋଇଥିବା ଏକ କ୍ଲୋଜର ରିପୋର୍ଟର ବିବରଣୀ ଏବେ ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସର ଇକୋନୋମିକ ଅଫେନ୍ସ ୱିଙ୍ଗ (EOW) ମହାରାଷ୍ଟ୍ର ଷ୍ଟେଟ କୋଅପରେଟିଭ ବ୍ୟାଙ୍କ (ଏମଏସସିବି) ମାମଲାର ତଦନ୍ତ କରୁଛି। ତେବେ ଏହି ଘଟଣାରେ EOW କହିଛି ଯେ ସୁନେତ୍ରା ପାୱାର ଏବଂ ତାଙ୍କ ସ୍ୱାମୀଙ୍କୁ ନେଇ ହୋଇଥିବା କାରବାର କୌଣସି ଅପରାଧିକ ମାମଲା ରୁଜୁ କରୁ ନାହିଁ।

 

ସୁନେତ୍ରା ପାୱାର ଶରଦ ପାୱାରଙ୍କ ଗଡ଼ ବାରାମଟି ଆସନରୁ ତାଙ୍କ ଝିଅ ତଥା ନଣନ୍ଦ ସୁପ୍ରିୟା ସୁଲେଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ରିପୋର୍ଟ ଦାଖଲ ହେବା ଦ୍ବାରା ବିରୋଧୀ ଦଳକୁ ଝଟକା ଲାଗିଛି, ଯେଉଁମାନେ କି ଲଗାତାର ଭାବେ ବିଜେପି ଉପରେ ଅଭିଯୋଗ କରି ଆସୁଥିଲେ ଯେ, ସେମାନେ ବିରୋଧୀ ଦଳର ନେତାଙ୍କ ଉପରେ କେନ୍ଦ୍ରୀୟ ଏଜେନ୍ସି ଏବଂ ପୋଲିସ ଫୋର୍ସ ବ୍ୟବହାର କରିଆସୁଛନ୍ତି ନଚେତ ମାମଲାର ତଦନ୍ତ ମନ୍ଥର କରିଦେଇଛନ୍ତି । ଗତ ବର୍ଷ ଅଜିତ ପାୱାର ତାଙ୍କ ଦାଦା  ଶରଦ ପାୱାରଙ୍କ ଦ୍ୱାରା ଗଠିତ ଏନସିପି ଭାଙ୍ଗିବା ପରେ ବିଜେପି ଏବଂ ଶିବସେନା (ଏକନାଥ ସିନ୍ଦେ ଦଳ) ର ଶାସକ ମିଳିତ ମଞ୍ଚରେ ଯୋଗ ଦେଇଥିଲେ । ଏହା ପରେ ସେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

 ଏବେ ଆସନ୍ତୁ ଜାଣିବା EOWର କ୍ଲୋଜର ରିପୋର୍ଟରେ କ’ଣ ଦାଖଲ ହୋଇଛି....

 EOW ର କ୍ଲୋଜର ରିପୋର୍ଟରେ ଦର୍ଶାଯାଇଛି ଯେ, ବ୍ୟାଙ୍କକୁ ଜରାଣ୍ଡେଶ୍ବର ସୁଗାର ମିଲ୍କୁ ଋଣ ମଞ୍ଜୁର କିମ୍ବା ବିକ୍ରୟ ପ୍ରକ୍ରିୟାରେ କୌଣସି କ୍ଷତି ହୋଇନାହିଁ । ଏଥିରେ କୁହାଯାଇଛି ଯେ ସୁନେତ୍ରା ପାୱାର ୨୦୦୮ ରେ ଜୟ ଆଗ୍ରୋଟେକର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଦୁଇ ବର୍ଷ ପରେ କମ୍ପାନୀ ଜରାଣ୍ଡେଶ୍ୱର ସୁଗାର ମିଲକୁ ୨୦.୨୫ କୋଟି ଟଙ୍କା ଦେଇଛି । ଏହା ପରେ ମିଲ୍‌କୁ ଗୁରୁ କମୋଡିଟି ନାମକ ଏକ ଫାର୍ମ ଦ୍ୱାରା ନିଲାମରେ ୬୫.୭୫ କୋଟି ଟଙ୍କାରେ କିଣାଯାଇଥିଲାକିନ୍ତୁ ଏହା ପୁନର୍ବାର ଏକ କମ୍ପାନୀକୁ ଲିଜ୍ ଦିଆଯାଇଥିଲା ଯେଉଁଥିରେ ରାଜେନ୍ଦ୍ର ଖାଡେଙ୍କ ସମେତ ଅଜିତ ପାୱାରଙ୍କ ସମ୍ପର୍କୀୟ ମାନେ ନିର୍ଦ୍ଦେଶକ ଥିଲେ । ଏହି କମ୍ପାନୀ ଗୁରୁ କମୋଡିଟିକୁ ୬୫.୫୩ କୋଟି ଟଙ୍କା ଭଡା ଦେଇଥିଲା । EOW କହିଛି ଯେ ଏହି କାରବାରରେ ଏହା କୌଣସି ଅନିୟମିତତା ପାଇ ନାହିଁ । 

ଏନେଇ ଠାକରେ ଦଳର ନେତା ଆନନ୍ଦ ଦୁବେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୁନେତ୍ରା ପାଓ୍ବାରଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ସୁନେତ୍ରା ପାଓ୍ବାରଙ୍କ ଉପରେ ଏହି ଦୁର୍ନୀତି ଅଭିଯୋଗ ଆଣିଥିଲେ, ଯିଏକି ପୁରା ପରିବାରକୁ ଦୁର୍ନୀତିଗ୍ରସ୍ତ ବୋଲି କହିଥିଲେ । ଏହା ପ୍ରମାଣ କରୁଛି ଯେ ଯେଉଁ ନେତାଙ୍କ ବିରୋଧରେ ବିଜେପି ଅଭିଯୋଗ କରିଥିଲାସେମାନଙ୍କୁ ପରିବର୍ତ୍ତନ କରିବା ପରେ ସେମାନଙ୍କୁ ସ୍ୱଚ୍ଛତା ଦିଆଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.