ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦୀଙ୍କ 3.0 କ୍ୟାବିନେଟରେ ଅଜିତ୍ ପାଓ୍ବାରଙ୍କ ଏନସିପିକୁ ମିଳିଲାନି ସ୍ଥାନ, ସମାଲୋଚନା କଲେ ଶରଦ ପାଓ୍ବାର ଗୋଷ୍ଠୀ…

ନୂଆଦିଲ୍ଲୀ: ରବିବାର ଦିନ ରାଷ୍ଟ୍ରପତି ଭବନରେ କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସମସ୍ତ ରାଜ୍ୟର ନେତାମାନେ ତାଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, କେବଳ ମୋଦୀ କ୍ୟାବିନେଟରେ ସ୍ଥାନ ପାଇଥିବା ନେତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି । ଏହି ସମୟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏନସିପିକୁ ମୋଦୀ 3.0 କ୍ୟାବିନେଟରେ ସ୍ଥାନ ଦିଆଯାଇ ନ ଥିବା ସୂଚନା ଆସୁଛି । ସୂଚନାଥାଉକି, ଆଜି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ବାସଭବନରେ ସମ୍ଭାବ୍ୟ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ, ସେତେବେଳେ ଏନସିପିରୁ କେହି ଉପସ୍ଥିତ ନଥିଲେ।

ତେବେ ଏହି ସମୟରେ ମୋଦୀ କ୍ୟାବିନେଟରେ ସ୍ଥାନ ନ ପାଇବା ନେଇ ଅଜିତ ପାୱାର ମଧ୍ୟ ଅସନ୍ତୋଷ ରହିଥିବା ସୂଚନା ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଦିଲ୍ଲୀର ଏନସିପି ସାଂସଦ ସୁନୀଲ ଟାଟକେରଙ୍କ ଘରେ ପହଞ୍ଚିଥିଲେ । ଏହି ସମୟ ମଧ୍ୟରେ ଏନସିପି ନେତା ପ୍ରଫୁଲ୍ଲ ପଟେଲ ଏବଂ ଛଗନ ଭୁଜବାଲଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମଧ୍ୟ ସାମ୍ନାକୁ ଆସିଛି। ସୂଚନାଥାଉକି,ଯେ ପ୍ରଫୁଲ୍ଲ ପଟେଲ ରାଜ୍ୟସଭାର ଜଣେ ସଦସ୍ୟ ଏବଂ ସୁନୀଲ ଟାଟକେର ରାୟଗଡ ଲୋକସଭା ଆସନରୁ ଜିତିଛନ୍ତି।

ଏହି ସମୟରେ ଶରଦ ପାୱାର ଦଳର ନେତା ରୋହିତ ପାୱାର ଅଜିତ ପାୱାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଅଜିତ ଦାଦାଙ୍କ ଶକ୍ତି ହ୍ରାସ ପାଇଛି। ଏହା ସହିତ ବିଜେପି ବାର୍ତ୍ତା ଦେବାକୁ ଚାହୁଁଛି ଯେ, ଆମେ ଆପଣଙ୍କଠାରୁ ଲାଭ ପାଇନାହୁଁ ଏବଂ ଭବିଷ୍ୟତରେ ଆପଣଙ୍କୁ ବିଜେପି ପ୍ରତୀକ ଉପରେ ଲଢିବାକୁ ପଡ଼ିବ। ଦାଦାଙ୍କ ଠାରୁ ପ୍ରଫୁଲ୍ଲ ପଟେଲ ସର୍ବାଧିକ ଉପକୃତ ହୋଇଛନ୍ତି । ଇଡି ତଦନ୍ତକୁ ବନ୍ଦ କରାଗଲା ଏବଂ ସେ ମଧ୍ୟ ରାଜ୍ୟସଭାରେ ଆସନ ପାଇଲେ।

 ସୂଚନାଥାଉକି,ଯେ ଅଜିତ ପାୱାର ଜୁନ୍ ୭ ରେ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିଥିଲେ । ବାସ୍ତବରେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଏବଂ ଏହାର ସହଯୋଗୀଙ୍କ ପ୍ରଦର୍ଶନ ଖରାପ ଥିଲା । ବିଜେପି ମାତ୍ର ୯ ଟି ସିଟ୍ ଜିତିଥିବା ବେଳେ ସହଯୋଗୀ ଏକନାଥ ସିନ୍ଦେ (ଶିବସେନା) ମାତ୍ର ୭ ଟି ସିଟ୍ ଏବଂ ଅଜିତ ପାୱାର (ଏନସିପି) ମାତ୍ର ୧ ଟି ସିଟ୍ ଜିତିଛି। ଯେଉଁଠାରେ ଇଣ୍ଡିଆ ଆଲାଇନ୍ସ ୩୦ ଟି ସିଟ୍ ଦଖଲ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.