ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମିଳିଲାନି ମହାପ୍ରୟାଣ ଗାଡି, ୨୦ କି.ମି କାନ୍ଧରେ ବୁହାହେଲା ଶବ

ବୋରିଗୁମ୍ମା, ୨୬/୦୧ : ମିଳିଲାନି ମହାପ୍ରୟାଣ ଗାଡି। ୨୦ କିଲୋମିଟର କାନ୍ଧରେ ବୁହା ହେଲା ଶବ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପୁରୁନିଗୁଡାରେ ଏଭଳି ଘଟଣା ଘଟିଛି। ପୁରୁନିଗୁଡାରୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁଫୁଗାଁକୁ ପ୍ରାୟ ୨୦ କି.ମି ବୁହା ହେଲା ଶବ। 

ସୂଚନାନୁଯାୟୀ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମଲି ଗ୍ରାମପଞ୍ଚାୟତ ନିକଟ ପୁରୁନିଗୁଡା ଗ୍ରାମର କରୁନା ଆମନାତ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁର ଅଭି ଆମନାତ୍ୟଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ ଅଛନ୍ତି । ସାନ ଝିଅ ଜନ୍ମକୁ ୩ ମାସ ହେଇଥିବାରୁ କରୁନା ଆମନାତ୍ୟ ତାଙ୍କ ବାପାଘର ପୁରୁନିଗୁଡାକୁ ଯାଇଥିଲେ। ପୁରୁନିଗୁଡାରେ ତାଙ୍କ ଦେହାନ୍ତ ହେଇଥିଲା। ସେଠାରୁ ଶାଶୁ ଘରକୁ ଶବ ଆଣିବାକୁ ମହାପ୍ରୟାଣ ଗାଡି ମିଳି ନଥିଲା। ତାଙ୍କର ପରିବାର ଗରିବ ଶ୍ରେଣୀର ହୋଇଥିବାରୁ କୌଣସି ଗାଡିର ବ୍ୟବସ୍ଥା କରିପାରି ନଥିଲେ । ଫଳରେ ତାଙ୍କ ସମ୍ପର୍କୀୟମାନେ ଶବକୁ ପ୍ରାୟ  ୨୦ କିଲୋମିଟର ଖଟିଆରେ ବୋହି ଜଗନ୍ନାଥପୁର ପଞ୍ଚାୟତ, ଫୁପୁଗାଁ ଠାରେ ଆଣି ଶବ ସଂସ୍କାର କରିଥିଲେ ।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.