ଶ୍ରୀନଗର,୨୬।୯: ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଜମ୍ମୁ-କଶ୍ମୀର ଉଦ୍ଧମପୁରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି, ସେ କହିଛନ୍ତି, ରାହୁଲ ବାବା କହୁଛନ୍ତି, ଆମେ ୩୭୦ ଧାରା ପୁଣିଥରେ ଲାଗୁ କରିବୁ। ମୁଁ ଏହି ମଞ୍ଚରୁ କେବଳ ଏତିକି କହିବାକୁ ଚାହିଁବି, ରାହୁଲ ବାବା ଆପଣ କ’ଣ, ଆପଣଙ୍କର ୩ ପିଢି ପର୍ଯ୍ୟନ୍ତ ଏତେ ଦମ୍ ନାହିଁ ଯେ, ୩୭୦କୁ ପୁଣିଥରେ ଫେରାଇ ଆଣିବେ।’
ଶାହ କହିଛନ୍ତି, ମୋଦିଜୀଙ୍କ ସରକାରରେ ପଥରମାଡ ହେଉନି କିମ୍ବା ଆତଙ୍କବାଦୀ ଆକ୍ରମର। ରାହୁଲ ବାବା କାଲି କହିଲେ ସେ ଆମକୁ ଷ୍ଟେଟ୍ ହୁଡ୍ ଦେବେ। ଦେଶର ସଂସଦରେ କହୁଛନ୍ତି, ନିର୍ବାଚନ ପରେ ଆମେ ଜମ୍ମୁ-କଶ୍ମୀକୁ ରାଜ୍ୟ ପାହ୍ୟା ଦେବୁ। ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ନିହାତି ମିଳିବ, କିନ୍ତୁ ତାହା ନରେନ୍ଦ୍ର ମୋଦି ଦେବେ। ଉମର ଅବଦୁଲା ଓ ରାହୁଲ ବାବା କହୁଛନ୍ତି, ଆମେ କାଶ୍ମୀରରେ ଲୋକତନ୍ତ୍ର ଆଣିବୁ, ୭୦ ବର୍ଷ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରକୁ ଏହି ପରିବାର ବିଭାଜିତ କରିକି ରଖିଥିଲେ। ପୂର୍ବରୁ ଏଠାରେ ନିର୍ବାଚନ ହେଉଥିଲା କି ? ଏହି କାମ ଆମର ନେତା ମୋଦିଜୀ କହିଛନ୍ତି। ଏହି ଲୋକମାନେ ନିଜ ଲୋକଙ୍କୁ ଟିକେଟ ଦେଇ ନେତା କରୁଥିଲେ।
ଏହି ସମୟରେ ଶାହ କହିଛନ୍ତି, ଯେଉଁମାନେ ଆତଙ୍କବାଦୀ ସୃଷ୍ଟି କରିବେ ତାଙ୍କୁ ଫାଶୀ ଦିଆଯିବ। ସିନ୍ଦେ ସାହେବ କିଛି ଦିନ ପୂର୍ବରୁ କହୁଥିଲେ, ମୁଁ ମନ୍ତ୍ରୀଥିବା ବେଳେ ଲାଲଚୌକ ଆସିବାକୁ ଡରୁଥିଲି,ହେଲେ ଆଜି ସିନ୍ଦେ ସାହେବଙ୍କୁ ବୁଲେଟ୍ ପ୍ରୁଫ୍ ଗାଡ଼ି ଦରକାର ନାହିଁ। ଆପଣ ପରିବାର ସହ ଆସନ୍ତୁ।