ପ୍ରମୂଖ ଖବର
  • ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

ସ୍ୱର୍ଣ୍ଣ ମନ୍ଦିରରେ ହୋଇ ପାରିବନି ଫିଲ୍ମ ପ୍ରମୋସନ : ଏସଜିପିସି ଲଗାଇଲା ରୋକ୍‌

ଚଣ୍ଡିଗଡ଼ - ଯୋଗ ଦିବସରେ ସ୍ୱର୍ଣ୍ଣ ମନ୍ଦିରରେ ସୋସିଆଲ ମିଡ଼ିଆ ଇନଫ୍ଲୁସର ଅର୍ଚ୍ଚନା ମକ୍ୱାନାଙ୍କର ଯୋଗ କରିବାକୁ ନେଇ ଖୁବ୍‌ ବାକ୍‌ ବିତଣ୍ଡା ଆରମ୍ଭ ହୋଇଛି। ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସଜିପିସି) ଏକ ବଡ଼ ନିଷ୍ପତ୍ତି ନେଇ ଏବେ ସ୍ୱର୍ଣ୍ଣ ମନ୍ଦିରରେ ଫିଲ୍ମର ପ୍ରମୋସନ ଉପରେ ରୋକ୍‌ ଲଗେଇଛି। ଜ୍ଞାନୀ ରଘୁବୀର ସିଂହ କହିଛନ୍ତି କି, ଶ୍ରୀ ହରମନ୍ଦିର ସାହିବ ଫିଲ୍ମକୁ ପ୍ରମୋଟ କରୁଥିବା ସ୍ଥଳ ନୁହେଁ। ସେ କହିଛନ୍ତି କି, ଆପଣ ଆସନ୍ତୁ ଏଠାକୁ , ମଥା ରଖନ୍ତୁ ,ପ୍ରାର୍ଥନା କରନ୍ତୁ, ହେଲେ ନିଜର ଫିଲ୍ମର ପ୍ରମୋସନ କେବେ କରନ୍ତୁ ନାହିଁ। ହରମନ୍ଦିର ସାହିବ ବାଣୀ ପଢିବା ଶୁଣିବାର ସ୍ଥାନ।

ସେ କହିଛନ୍ତି କି, ଶ୍ରୀ ଦରବାର ସାହିବରେ ବହୁ ସଂଖ୍ୟାରେ ଲୋକେ ମଥା ନୁଆଁଇବାକୁ ଆସନ୍ତି। କିନ୍ତୁ ସେମାନେ ଗୁରୁଦ୍ୱାରା ସାହିବଙ୍କ ମର୍ଯ୍ୟାଦା ବିଷୟରେ ବହୁତ କମ୍‌ ଅବଗତ ଅଛନ୍ତି। ସମସ୍ତଙ୍କୁ ଅନୁରୋଧ, କି  ଶ୍ରୀ ଦରବାର ସାହିବରେ ଫଟେ ଉଠାନ୍ତୁ ନାହିଁ। ଅନେକ ଫିଲ୍ମ ରିଲିଜ ହୋଇଥାଏ। ଫିଲ୍ମ ରିଲିଜ ହେବା ପୂର୍ବରୁ ଟିମ୍‌ ଦରବାର ସାହିବରେ ପ୍ରାର୍ଥନା କରିବାକୁ ଆସନ୍ତି। ତାଙ୍କ ସହ ଭିଡ଼ିଓଗ୍ରାଫୀ ଟିମ୍‌ ମଧ୍ୟ ଥାନ୍ତି । ସେମାନେ ବି ଦରବାର ସାହିବ ଆସିଲେ, ମଥା ନଇଁ ପାରିବେ ଏବଂ ପ୍ରାର୍ଥନା କରି ପାରିବେ, କିନ୍ତୁ ଫିଲ୍ମର ପ୍ରଚାର ଦରବାର ସାହିବରେ ହେବ ନାହିଁ। 

ସୂଚନା ଯେ, ନିକଟରେ ଅଭିନେତା ଦିଲଜୀତ ଦୋସାଞ୍ଜ ନିଜର ଫିଲ୍ମ ଜଟ୍ଟ ଆଣ୍ଡ ଜୁଲିୟଟ-୩ର ସଫଳତା ପାଇଁ ଏଠାରେ ପହଞ୍ଚି ଥିଲେ। ଦିଲଜୀତ ହରମନ୍ଦିର ସାହିବରେ ନିଜର ମଥା ରଖି ଏବଂ ପବିତ୍ର ପରିକ୍ରମାର ଦର୍ଶନ ମଧ୍ୟ କରିଥିଲେ। ପ୍ରଥମେ ସକାଳେ ସେ ପାଳକୀ ସାହିବଙ୍କର ସେବା ମଧ୍ୟ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.