ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ଚିନ୍ତା ବଢ଼ାଇବ ମଧ୍ୟପ୍ରାଚ୍ୟ ସଙ୍କଟ, ପୁଣି କୁହୁଳିଲାଣି ଅଶୋଧିତ ତୈଳ

ନୂଆଦିଲ୍ଲୀ, ୧୪/୦୮ : ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଅସ୍ଥିରତା ବିଶ୍ୱ ତୈଳ ବଜାର ଆଡ଼କୁ ମୁହାଁଇଲାଣି । କ୍ରମାଗତ ପଞ୍ଚମ ଦିନ ପାଇଁ ଅଶୋଧିତ ତୈଳ ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ସୋମବାର ଏଥିରେ ୩% ବୃଦ୍ଧି ଘଟିଥିବାବେଳେ ଆଜି ଏହା ଆଉ ୨.୬୪% ମହଙ୍ଗା ହୋଇଛି । ବ୍ୟାରେଲ୍‌ ପିଛା ବ୍ରେଣ୍ଟ କ୍ରୁଡ୍‌ ଦର ୮୨.୩୦ ଡଲାରରେ ପହଞ୍ଚିଛି । ଏ ବର୍ଷ ବ୍ରେଣ୍ଟ କ୍ରୁଡ୍‌ ଦରରେ ସର୍ବାଧିକ ଦୈନିକ ବୃଦ୍ଧି ଦେଖିବାକୁ ମିଳିଛି । ତେବେ ଅଶୋଧିତ ତୈଳ ଦର ଏହିଭଳି ଭାବେ ବଢ଼ିଚାଲିଲେ ଆଗକୁ ସ୍ଥିତି ଭୟଙ୍କର ହୋଇପାରେ । ପୂର୍ବରୁ ହିଁ ଦରଦାମ ଚାପରେ ଲୋକେ ବୁଡ଼ି ରହିଥିବାବେଳେ ସ୍ଥିତି ଦୁର୍ବିସହ ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି ।  

ଜୁଲାଇରେ ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ୪% ତଳକୁ ଖସିଛି । ଏହା ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ର ଧାର୍ଯ୍ୟ ସୀମା ତଳେ ରହିଛି । ତେବେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବଢୁଥିବା ଅସ୍ଥିରତାର ପ୍ରଭାବ ଖୁବ୍‌ଶୀଘ୍ର ଭାରତୀୟ ବଜାରରେ ଦେଖିବାକୁ ମିଳିପାରେ । ମଧ୍ୟପ୍ରାଚ୍ୟରେ ଅଶାନ୍ତି ଯୋଗୁ ଗତ ୫ ଦିନରେ ଅଶୋଧିତ ତୈଳ ଦରରେ ନିଆଁ ଲାଗିଛି । ବଜାର ବିଶେଷଜ୍ଞଙ୍କ ଅନୁସାରେ, ବ୍ରେଣ୍ଟ କ୍ରୁଡ୍‌ ଦର ବ୍ୟାରେଲ ପିଛା ୯୦ ଡଲାର ପାର୍‌ କଲେ ଭାରତରେ ଦରଦାମ୍‌ ସ୍ଥିତି ଆହୁରି ଉତ୍କଟ ହେବ । ଏସ୍‌ଏସ୍‌ ୱେଲ୍‌ଥଷ୍ଟ୍ରିଟ୍‌ର ପ୍ରତିଷ୍ଠାତା ସୁଗନ୍ଧା ସଚଦେବା କୁହନ୍ତି, ଭୁ-ରାଜନୈତିକ ସମସ୍ୟା ବଢିବା ସହିତ ବ୍ରେଣ୍ଟ କ୍ରୁଡ୍‌ ଦର ପ୍ରାରମ୍ଭିକ ଭାବେ ବ୍ୟାରେଲ ପିଛା ୮୩ରୁ ୮୮ ଡଲାର ପର୍ଯ୍ୟନ୍ତ ଯାଇପାରେ । ଯଦି ସ୍ଥିତି ନ ସୁଧୁରେ ତେବେ ଏହା ବ୍ୟାରେଲ୍‌ ପିଛା ୯୫ ଡଲାର ପର୍ଯ୍ୟନ୍ତ ଯାଇପାରେ । 

ସଚଦେବା କହିଛନ୍ତି ଯେ, ଅଶୋଧିତ ତୈଳ ଦରରେ ଯଦି ୧୦ ଡଲାର ବୃଦ୍ଧି ଘଟେ ତେବେ ଘରୋଇ ମୁଦ୍ରାସ୍ଫୀତି ହାର ୦.୪% ପର୍ଯ୍ୟନ୍ତ ବଢ଼ିପାରେ । ଦେଶର ମୋଟ ଆମଦାନିରେ ଅଶୋଧିତ ତୈଳର ଅଂଶ ୨୫% ରହିଛି । ଭାରତ ଏହାର ତୈଳ ଆବଶ୍ୟକତାର ୮୦%ରୁ ଅଧିକ ଆମଦାନି କରିଥାଏ । ଅଧିକ ନିର୍ଭରତା ଅର୍ଥାତ ଯଦି ତୈଳ ମହଙ୍ଗା ହୁଏ ତେବେ ଅନେକ ଶିଳ୍ପଗୁଡ଼ିକର ଖର୍ଚ୍ଚ ବଢ଼ିବ ଏବଂ ମୁଦ୍ରାସ୍ଫୀତି ଉପରମୁହାଁ ହେବ । ଭାରତର ଉପଭୋକ୍ତା ମୂଲ୍ୟ ସୂଚକାଙ୍କ(ସିପିଆଇ)ରେ ଏବେ ଇନ୍ଧନ ଏବଂ ବିଜୁଳିର ଭାଗ ୬.୮୪% ରହିଛି । 

ଅନ୍ୟପକ୍ଷରେ, ଖାଦ୍ୟପେୟର ଦବ୍‌ଦବା ୪୫.୮% । ଜୁଲାଇରେ ଭାରତରେ ମୁଦ୍ରାସ୍ଫୀତି ହାର ୫ ବର୍ଷର ସର୍ବନିମ୍ନ ସ୍ତର ୩.୫୪%କୁ ଖସିଆସିଛି । କିନ୍ତୁ ଏହାସତ୍ତେ୍ୱ ସଚଦେବା ଚେତାବନି ଦେଇଛନ୍ତି ଯେ, ଅଶୋଧିତ ତୈଳ ଦରରେ ହେଉଥିବା ଲଗାତର ବୃଦ୍ଧି ସ୍ଥିତିକୁ ବିଗାଡ଼ିପାରେ । ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ର ବରିଷ୍ଠ ରିସର୍ଚ୍ଚ ଆନାଲିଷ୍ଟ(କମୋଡିଟିଜ୍‌) ସୌମିଲ ଗାନ୍ଧୀ କହିଛନ୍ତି, ସ୍ୱଳ୍ପ ସମୟ ପାଇଁ ଅଶୋଧିତ ତୈଳ ଦଳ ବ୍ୟାରେଲ ପିଛା ୮୮ରୁ ୯୨ ଡଲାର ମଧ୍ୟରେ ରହିପାରେ । ଭୁ-ରାଜନୈତିକ ସମସ୍ୟା ତେଜିଲେ ଏହା ୧୦୦ ଡଲାର ପର୍ଯ୍ୟନ୍ତ ଯାଇପାରେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.