ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମୁଦ୍ର ମଝିରେ ହେବ ଅନନ୍ତ-ରାଧିକାଙ୍କ ଦ୍ବିତୀୟ ପ୍ରି-ୱେଡିଂ,ଏହି ଦିନ ହେବ ବିବାହ

ନୂଆଦିଲ୍ଲୀ,୧୪/୫:ଭାରତର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ୱାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ଦ୍ବିତୀୟ ପ୍ରି-ୱେଡିଂ ଆରମ୍ଭ ହେବାକୁ ଯାଉଛି । ମିଡିଆ ରିପୋର୍ଟ ମୁତାବକ ଆସନ୍ତା ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପ୍ରି-ୱେଡିଂ ହେବ । ଏଥର ଅନନ୍ତ ଓ ରାଧିକାଙ୍କ  ପ୍ରି-ୱେଡିଂ ସମୁଦ୍ର ମଝିରେ ଏକ କ୍ରୁଜ ଶିପରେ ହେବାକୁ ଯାଉଛି । ଏହି ଶିପ ଇଟାଲୀ ସିଟି ପୋର୍ଟରୁ ବାହାରି ଦକ୍ଷିଣ ପ୍ରାନ୍ସରେ ପହଞ୍ଚିବ । ତେବେ କୁହାଯାଉଛି ଯେ,ଏହି କାର୍ଯ୍ୟକ୍ରମଟି ବହୁତ ବଡ ହେବାକୁ ଯାଉଛି। ଏଥିରେ ପ୍ରାୟ ୮୦୦ ଅତିଥି ଯୋଗ ଦେବେ । 

ତେବେ ଏହି କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତି ଚାଲିଛି । ଅତିଥିଙ୍କ ଯତ୍ନ ନେବା ପାଇଁ କ୍ରୁଜ ଶିପରେ ୬୦୦ କର୍ମଚାରୀ ଉପସ୍ଥିତ ରହିବେ। କହିବାକୁ ଗଲେ ଏହି ସମଗ୍ର ଯାତ୍ରା ୪୩୮୦ କିଲୋମିଟରରେ ହେବ। ଅନନ୍ତ ଓ ରାଧିକା ଆସନ୍ତା ଜୁଲାଇ ୧୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଅମ୍ବାନୀ ପରିବାର ସହିତ ଜଡିତ ବିଶେଷ ବ୍ୟକ୍ତି ଏଥିରେ ଯୋଗ ଦେବେ । 

ଏହା ପୂର୍ବରୁ ଗତ ମାର୍ଚ୍ଚ ମାସ ୧ ରୁ ୩ ପର୍ଯ୍ୟନ୍ତ ଅନନ୍ତ ଅମ୍ୱାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରଥମ  ପ୍ରି-ୱେଡିଂ କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଥିରେ ଅତି କମରେ ୧୨୦୦  କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏଥିରେ ମାର୍କ ଜୁକରବର୍ଗ, ବିଲ ଗେଟସ ଓ ଆନନ୍ଦ ମହନ୍ଦ୍ରାଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ । ଏଥିରେ ଇଣ୍ଟରନ୍ୟାଶନାଲ  ଷ୍ଟାର ରିହାନା ମଧ୍ୟ ପରଫର୍ମ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୦୦୦ ଲୋକ ସାମିଲ ହୋଇଥିଲେ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.