ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବହୁ ପ୍ରତିଭାର ଅଧିକାରୀ ଅନନ୍ତ ଗିରି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟରେ ଥିଲା ଅବଦାନ

ନୀଳଗିରି, ୧୩/୪ : ନିକଟରୁ ଦେଖିଛନ୍ତି ଦାରିଦ୍ର୍ୟତା। କୂଳ ବେଉସା ପଥର କାରିଗର କାମ ହୋଇଥିବାରୁ ପିଲାଟି ଦିନରୁ ସେହି କାର୍ଯ୍ୟ ପ୍ରତି ଥିଲା ଆକର୍ଷଣ। ବଡ଼ ହେବା ପରେ ଜଣେ ମୂର୍ତ୍ତି କାରିଗର ଭାବେ ଓଡ଼ିଶା ସମେତ ବାହାର ରାଜ୍ୟରେ କରିଛନ୍ତି ସୁନାମ ଅର୍ଜନ। ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଈଶ୍ୱରପୁର ଗ୍ରାମର ଅନନ୍ତ ଗିରି। 

ପିତା ସ୍ବର୍ଗତ ଶ୍ରୀଧର ଗିରି ଓ ମାତା ସରସ୍ୱତୀ ଗିରିଙ୍କ କନିଷ୍ଠ ପୁତ୍ର ଅନନ୍ତ ପିଲାଟି ଦିନରୁ ଜଣେ ଇଞ୍ଜିନିୟର ହେବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ପରିବାରର ଦୁର୍ଦ୍ଦଶା ତାଙ୍କୁ ଆଗକୁ ବଢିବାକୁ ଦେଇନଥିଲା। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନରୁ କଳାକ୍ଷେତ୍ରରେ ସ୍ନାତକ ଅର୍ଜନ ପରେ ବଡ଼ଭାଇ ଅଭୟ ଗିରିଙ୍କ ଦ୍ୱାରା ଚାରୁକଳା କ୍ଷେତ୍ରରେ ଦୀର୍ଘବର୍ଷ ପଥର ଶିଳ୍ପ କ୍ଷେତ୍ରରେ ଶିକ୍ଷା ଲାଭ କରିଥିଲେ। ମୂର୍ତ୍ତି ନିର୍ମାଣ କରିବା ପରେ ସେ ବାହାର ରାଜ୍ୟ ଓ ଆନ୍ତଃରାଜ୍ୟରେ ପଥରରେ ନିର୍ମିତ ସାମଗ୍ରୀ ନିର୍ମାଣ କରିବାକୁ ଆଗଭର କରିଥିଲେ। ଯାହା ଆଜି ତାଙ୍କୁ ସଫଳତା ଆଣିଦେଇଛି। ଭୁବନେଶ୍ୱର ରେଳ ବିଭାଗର ବିଲ୍ଡିଂରେ କାରୁକାର୍ଯ୍ୟ କରିବା ସହିତ ବିଜୁପଟ୍ଟନାୟକ ଏୟାରପୋର୍ଟ, ରିଜିଓନାଲ କଲେଜ ଅଫ ମେନେଜମେଣ୍ଟର ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ କରିବା ସହିତ ଗୁଜୁରାଟ, ମହାରାଷ୍ଟ୍ର, ଦିଲ୍ଲୀ, ଝାଡ଼ଖଣ୍ଡ ଭଳି ବାହାର ରାଜ୍ୟରେ ବିଭିନ୍ନ ମନ୍ଦିରରେ କାରୁକାର୍ଯ୍ୟ କରିବା ସହିତ ପଥର ଶିଳ୍ପୀଙ୍କୁ ନିୟୋଜିତ କରିଥିଲେ। 

ଅଯୋଧ୍ୟା ରାମ ମନ୍ଦିରରେ କାରୁକାର୍ଯ୍ୟ କରିବା ପାଇଁ ମନ୍ଦିର ନିର୍ମାଣ ମୁଖ୍ୟ ଚମ୍ପତ ରାଓ ଜୀଙ୍କ ସହିତ ଡିଜାଇନ ପ୍ରସ୍ତୁତ କରି ସୁଯୋଗ ପାଇଥିଲେ ବି ମାଆଙ୍କର ସ୍ୱାସ୍ଥ୍ୟ ଖରାପ କାରଣରୁ ସେ ଏହା ହାତଛଡା କରିଥିଲେ। ପରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଟାଟା ସଂସ୍ଥା ସହଯୋଗରେ ବିଭିନ୍ନ ସୁନ୍ଦର କାରୁକାର୍ଯ୍ୟ ପାଇଁ ବେଶ ସୁନାମ ଅର୍ଜନ କରିଥିଲେ। ଏଥିପାଇଁ ତାଙ୍କୁ ୫-ଟି ଚେୟାରମ୍ୟାନ ଭିକେ ପାଣ୍ଡିଆନ ବେଶ ପ୍ରଶଂସା କରିଥିଲେ। ଯାହା ତାଙ୍କୁ ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଇଛି। ଅନନ୍ତ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଥିବାରୁ ତାଙ୍କ ବଡ଼ଭାଇ ଅଭୟ ନିଜକୁ ଗର୍ବ ଅନୁଭବ କରିଛନ୍ତି। ସେହିପରି ଅଞ୍ଚଳର ଜଣେ ଏଭଳି ଶିଳ୍ପୀ ଆଗକୁ ଯାଉଥିବାରୁ ଗ୍ରାମବାସୀମାନେ ନିଜକୁ ଗର୍ବ ଅନୁଭବ କରୁଥିବା କହିଛନ୍ତି। ଏଭଳି ଜଣେ ସୁନାମଧନ୍ୟ ପ୍ରତିଭା ପାଇଁ ନୀଳଗିରିବାସୀ ଗର୍ବ ଅନୁଭବ କରୁଥିବା ବେଳେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.