ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

'ଇଣ୍ଡିଆ' ମେଣ୍ଟକୁ ଆଉ ଏକ ବଡ଼ ଝଟ୍‌କା; ଆସାମରେ ତିନି ଲୋକସଭା ପ୍ରାର୍ଥୀ ଘୋଷଣା କଲା ଆପ୍‌

Image source: NDTV

ନୂଆଦିଲ୍ଲୀ,୦୮/୦୨: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ସମସ୍ୟା ବଢ଼ିବାରେ ଲାଗିଛି। ସୂଚନାଥାଉକି, ଆମ୍‌ ଆଦମୀ ପାର୍ଟି ଲୋକସଭା ନିର୍ବାଚନକୁ ନେଇ ଏବେ ଆସାମରେ ଏହାର ପ୍ରାର୍ଥୀ ଘୋଷଣା କରିଛି। କହିରଖୁଛୁ ଯେ ଆପ୍‌ ପଞ୍ଜାବରେ ମଧ୍ୟ ନିଜ ବଳରେ ପ୍ରତିଦ୍ବନ୍ଦିତା କରିବାକୁ ଘୋଷଣା କରିଥିଲା। ସୂତ୍ର ଅନୁସାରେ ପଞ୍ଜାବରେ ଆସନ ବଣ୍ଟନକୁ ନେଇ ଆପ୍‌ ଓ କଂଗ୍ରେସ ମଧ୍ୟରେ ଅନେକ ଦିନ ହେବ କଥାବାର୍ତ୍ତା ହେଉଥିବା ଭଳି ଘଟଣା ସାମ୍ନାକୁ ଆସିଥିଲା। କିନ୍ତୁ ଏବେ ଯେଉଁଭଳି ଭାବେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ତିନି ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି, ଏହା କଂଗ୍ରେସ ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି। ଆପ୍‌ ଏହାର ତିନି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସହିତ ଏକ ଭିଡିଓ ଆପ୍‌ ୟୁ ଟ୍ୟୃବ ଚ୍ୟାନେଲରେ ଅପଲୋଡ କରିଛି।

କିଛି ଦିନ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଘୋଷଣା କରିଥିଲେ ଯେ, ସେ କଂଗ୍ରେସ ସହିତ ମେଣ୍ଟ କରିବେ ନାହିଁ। ଦଳ ୧୩ଟି ଆସରୁ ନିର୍ବାଚନ ଲଢ଼ିବ। ୧୩ଟି ଆସନ ପାଇଁ ୪୦ ଟି ନାଁ ଉପରେ ଆଲୋଚନା ଚାଲିଛି। ଆଶାୟୀଙ୍କୁ ନେଇ ଆଲୋଚନା ଚାଲିଛି। ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ, ଇଣ୍ଡିଆ ମେଣ୍ଟରେ କଂଗ୍ରେସର ତାଳମେଳକୁ ନେଇ କିଛି ଠିକ୍‌ ଚାଲୁନାହିଁ। 

ପଞ୍ଜାବରେ କଂଗ୍ରେସ ସହ ମେଣ୍ଟ କରିବାକୁ ଆମ୍ ଆଦମୀ ପାର୍ଟି ମନା କରିଦେଇଥିଲା। ସୂଚନାଯୋଗ୍ୟ ଯେ କଂଗ୍ରେସ, ଟିଏମସି ଏବଂ ଆମ୍ ଆଦମୀ ପାର୍ଟି, ଏହି ତିନୋଟି ଦଳ ଲୋକସଭା ନିର୍ବାଚନରେ କେନ୍ଦ୍ର ବିରୋଧରେ ଏକଜୁଟ ହୋଇଥିବା ବିରୋଧୀ ମେଣ୍ଟର ପ୍ରମୁଖ ଅଂଗ ହୋଇଥିବା ବେଳେ ରାଜ୍ୟଗୁଡ଼ିକରେ ସେମାନଙ୍କର ବାଟ ଅଲଗା। ନିକଟରେ ମମତା ବାନାର୍ଜୀ ଏବଂ ଆମ୍ ଆଦମୀ ପାର୍ଟିର ନିଷ୍ପତ୍ତି ଯୋଗୁଁ ଭାରତ ମିଳିତ ମେଣ୍ଟ ଭିତରେ ଫାଟ ସୃଷ୍ଟି ହେବାରେ ଲାଗିଛି।

କୁହାଯାଉଛି ଯେ, ଲୋକସଭା ନିର୍ବାଚନ ପୂର୍ବରୁ ଟିଏମସି ଏବଂ ଆମ୍ ଆଦମୀ ପାର୍ଟି ଧୀରେ ଧୀରେ କଂଗ୍ରେସଠାରୁ ଦୂରେଇ ଯାଉଛନ୍ତି। ଏହାର କାରଣ ହେଉଛି ବାନାର୍ଜୀ ବଙ୍ଗଳାରେ କଂଗ୍ରେସ ସହ ମେଣ୍ଟ କରିବାକୁ ପ୍ରସ୍ତୁତ ମନେ ହେଉ ନଥିବାବେଳେ ଆମ୍ ଆଦମୀ ପାର୍ଟି ପଞ୍ଜାବରେ କଂଗ୍ରେସ ସହ ମେଣ୍ଟ କରିବାକୁ ପ୍ରସ୍ତୁତ ନୁହେଁ। ଏହି ପରିପ୍ରେକ୍ଷିରେ ଆଗାମୀ ଲୋକସଭା ନିର୍ବାଚନରା କ'ଣ ହେବ ଇଣ୍ଡିଆ ମେଣ୍ଟର ଭାଗ୍ୟ, ଦେଖିବାକୁ ବାକି ରହିଲା।  

You can also read: ବିଜେପି ଶାସିତ ରାଜ୍ୟ ଆଣିବେ ୟୁସିସି: ଆଗରେ ଗୁଜରାଟ, ଆସାମ ଓ ୟୁପି, କେରଳ ଓ ତାମିଲନାଡୁର ବିରୋଧ


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.