ପ୍ରମୂଖ ଖବର
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ପଶ୍ଚିମବଙ୍ଗ ବିଧାନସଭାରେ ‘ଆଣ୍ଟି ରେପ୍ ବିଲ୍’ ପାସ୍, ୧୦ ଦିନରେ ଅଭିଯୁକ୍ତକୁ ମିଳିବ ଫାଶୀ: ମମତା କହିଲେ- ‘ ଆମକୁ ସିବିଆଇଠାରୁ ନ୍ୟାୟ ଦରକାର’

କୋଲକାତା,୩।୯: କୋଲକାତାର ଆରଜି କର ମେଡିକାଲ କଲେଜର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଜାରି ରହିଛି ଉତ୍ତେଜନା। ଜୁନିଅର ଡାକ୍ତର କୋଲକାତା ପୋଲିସ ମୁଖ୍ୟାଳୟ ଆଗରେପୀଡିତାଙ୍କ ନ୍ୟାୟ ଧାରଣାରେ ବସିଛନ୍ତି।   ଏହା ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭାରେ ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶରେ ଆଜି ମମତା ସରକାର ଆଣ୍ଟି ରେପ୍ ବିଲ୍ ଆଗତ କରିଥିଲେ, ଯାହାକି ଗୃହରେ ପାସ୍ ହୋଇଯାଇଛି। ବିଲ୍‌ ଅନୁସାରେ ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ଦିନ ମଧ୍ୟରେ ଫାଶୀଦଣ୍ଡ ଦିଆଯିବାର ନିୟମ ରହିଛି।  

ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବିଧାନସଭାରେ ଆଗତ ହୋଇଥିବା ବିଲ୍‌ର  ନାଁ ରହିଛି ଅପରାଜିତା ଓ୍ବିମେନ ଆଣ୍ଡ ଚାଇଲ୍ଡ (ପଶ୍ଚିମବଙ୍ଗ ଅପରାଧିକ ଆଇନ ଓ ସଂଶୋଧନ) ବିଲ୍ ୨୦୨୪। ମୁଖ୍ୟ ବିରୋଧି ଦଳ ବିଜେପି ପକ୍ଷରୁ ବିଧାନସଭାରେ ମମତାଙ୍କ ଏହି ବିଲ୍‌କୁ ସମର୍ଥନ ଦିଆଯାଇଛି। ଆଣ୍ଟି ରେପ୍ ବିଲ୍ ଅନୁସାରେ, ଦୋଷୀଙ୍କୁ ୧୦ ଦିନ ମଧ୍ୟରେ ଫାଶୀ ଦିଆଯିବାର ନିୟମ ରହିଛି। ଏହା ସହିତ ପ୍ରାଥମିକ ତଦନ୍ତ ରିପୋର୍ଟ ୨୧ ଦିନ ମଧ୍ୟରେ ଆଗତ କରିବା, ଜିଲ୍ଲା ସ୍ତରରେ ଟାସ୍କ ଫୋର୍ସ ଗଠନ କରିବା ଓ ଠିକ୍ ସମୟରେ ଶୁଣାଣି କରିବାର ନିୟମ ରହିଛି।

ବିଲ୍‌ ଆଗତ ହେବା  ସମୟରେ   ପଶ୍ଚିମବଙ୍ଗ ବିଧାନସଭାରେ ଦେଖିବାକୁ ମିଳିଥିଲା  ବିରୋଧିଙ୍କ ହଙ୍ଗାମା। ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଆଣ୍ଟି ରେପ୍ ବିଲ୍‌କୁ ନେଇ ସରକାର ତରବରିଆ ଭାବରେ ନିଷ୍ପତ୍ତି ନେଇଛନ୍ତି। ଆମେ ଚାହୁଁଥିଲୁ ବିଲ୍ ଶୀଘ୍ର ଲାଗୁ  ହେଉ। ଆମେ ଫଳାଫଳ ଚାହୁଁଛୁ। ଆମେ ଏହାର ପୁରା ସମର୍ଥନ କରିବୁ। ମୋତେ ଜଣାନାହିଁ ଏହି ବିଲ୍‌କୁ ଆଗତ କରିବା ପୂର୍ବରୁ ପକ୍ରିୟା ପାଳନ କରାଯାଇଛି କି ନାହିଁ। ମୁଁ ଏହା ଉପରେ ପ୍ରଶ୍ନ ଉଠାଇବାକୁ ଚାହୁଁନି। ବିରୋଧି ଦଳ ବିଜେପି ପକ୍ଷରୁ ଏହି ବିଲ୍‌ ଉପରେ କିଛି ସଂଶୋଧନ ଚାହୁଁଥିଲା। ଗତିରୋଧ ମଧ୍ୟରେ ମମତା କହିଛନ୍ତି ଏହି ବିଲ୍ ବିରୋଧିଙ୍କ ସବୁ ପ୍ରଶ୍ନର ଜବାବ ଦେବ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ଆଣ୍ଟିରେପ୍ ବିଲ୍ ଆଗତ କରିବା ବେଳେ କହିଥିଲେ, ଏହି ଅପରାଜିତା ବିଲ୍ ବିଏନ୍‌ଏସ୍‌ ବିଲ୍‌ଠାରୁ ଖୁବ୍ ଅଧିକ କଠୋର। ଏହା ଏକ ଐତିହାସିକ ବିଲ୍।  ଆମେ ୧୨ ଘଣ୍ଟାରେ ଅଭିଯୁକ୍ତକୁ ଗିରଫ କଲୁ। ପୀଡିତାଙ୍କ ପରିବାର ସହ ଆମର ସମବେଦନା ରହିଛି। ଦୋଷୀଙ୍କୁ ତୁରନ୍ତ  କଠୋର  ଦଣ୍ଡ ମିଳୁ। ଯାଞ୍ଚ ପାଇଁ ଆମେ ସ୍ପେଶାଲ ଟିମ୍ ତିଆରି କରିଥିଲୁ। ଏହି ମାମଲାରେ ଆମକୁ ସିବିଆଇ ଠାରୁ ନ୍ୟାୟ ଦରକାର। ଯେତେବେଳେ ଆରଜି କର ଘଟଣା ଘଟିଲା, ସେତେବେଳେ ମୁଁ ଝାଡଗ୍ରାମ୍‌ରେ ଥିଲି। ମୁଁ ୧୨ ଅଗଷ୍ଟରେ ପୀଡିତାଙ୍କ ପରିବାର ସହ କଥା ହେଲି। ତାଙ୍କୁ ନ୍ୟାୟ ମିଳିବାର ଆଶ୍ବାସନା ମଧ୍ୟ ଦେଲି। ଆମେ ତୁରନ୍ତ ମାମଲାର ବିଚାର ଫାଷ୍ଟ ଟ୍ରାକ୍ କୋର୍ଟରେ କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ହାଇକୋର୍ଟ ଏହି କେସ୍ ସିବିଆଇକୁ ଦେଇଥିଲେ। 

ମମତା   କହିଛନ୍ତି,  ଏବେ ଆମକୁ ସିବିଆଇଠାରୁ ନ୍ୟାୟ ଦରକାର। ଆମେ ଦୁଷ୍କର୍ମକାରୀ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଦେବାକୁ ଚାହୁଁଛୁ। ବିରୋଧି ଦଳ ନେତା ଆମକୁ ସଂଶୋଧନ ପାଇଁ କହିଥିଲେ, କିନ୍ତୁ ମୁଁ କହିବାକୁ ଚାହୁଁଛି ରାଜ୍ୟପାଳ ଏହି ବିଲ୍‌ ଉପରେ ଶୀଘ୍ର ସାଇନ୍ କରନ୍ତୁ। କେନ୍ଦ୍ର ସରକାର ନିଜେ କହିଥିଲେ, କୋଲକାତା ଦେଶର ସବୁଠାରୁ ସୁରକ୍ଷିତ ସହର। ଏହି ସମୟରେ ବିଜେପି ପକ୍ଷରୁ ଆରଜି କର ମାମଲା ନେଇ ହୋଇଥିଲା ନାରାବାଜୀ। ବିରୋଧିଙ୍କୁ ମମତା କହିଥିଲେ, ପ୍ରଥମେ ଆପଣ ମୋଦିଜୀଙ୍କୁ ଇସ୍ତଫା ଦେବାକୁ କୁହନ୍ତୁ।’

 

  • prameyanews
  • PrameyaOdia
  • Kolkata doctor rape murder case
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.