ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାପାରାଜିଙ୍କୁ ନିଆରା ଗିଫ୍ଟ ଦେଲେ ବିରୁଷ୍କା , ଧନ୍ୟବାଦ ଦେଇ କହିଲେ...

ନୂଆଦିଲ୍ଲୀ  - ବିରାଟ କୋହଲି ଓ ଅନୁଷ୍କା ଶର୍ମା ପାପାରାଜିଙ୍କ ସହ ନିଜ ବନ୍ଧୁତାକୁ ଦର୍ଶାଇ ଆଜି ତାଙ୍କୁ ଖୁସି କରି ଦେଇଛନ୍ତି। ଏହି ଷ୍ଟାର ଦମ୍ପତି ପାପରାଜି (ଫଟୋଗ୍ରାଫର)ଙ୍କ ପାଇଁ ସ୍ୱତନ୍ତ୍ର ଗିଫ୍ଟ ହାମ୍ପର ପଠାଇଛନ୍ତି , ତାଙ୍କର ଏକ ପ୍ରଡକ୍ଟର ଦାମ୍‌ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ପାରେ। ଉଲ୍ଲେଖନୀୟ ଯେ, ବିରାଟ ଓ ଅନୁଷ୍କା ନିଜ ଝିଅ ଭାମିକାଙ୍କ ଜନ୍ମ ପର ଠାରୁ ସେ ପାପାରାଜିଙ୍କୁ ଅନୁରୋଧ କରି ଆସିଛନ୍ତି ଯେ, ସେ ତାଙ୍କର ବ୍ୟକ୍ତିଗତ ଗୋପନୀୟତାକୁ ଧ୍ୟାନରେ ରଖି ପିଲାର ଫଟୋ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଶେୟାର ନକରନ୍ତୁ। ଫଟୋଗ୍ରାଫରଙ୍କ ଠାରୁ ମିଳିଥିବା ଏହି ସମର୍ଥନରେ ଖୁସି ହୋଇ ଏହି ଷ୍ଟାର କପଲ ତାଙ୍କ ପାଇଁ  କିଛି ଏମିତି ଗିଫ୍ଟ ପଠାଇଛନ୍ତି , ଯାହାର ବୋଧହୁଏ ସେ କେବେ କଳ୍ପନା ବି କରି ନଥିବେ। 

ଅନୁଷ୍କା ଓ ବିରାଟ ପାପାରାଜିଙ୍କ ପ୍ରତିଶ୍ରୁତିରେ ଖୁସି ହୋଇ ଏକ ଗିଫ୍ଟ ହ୍ୟାମ୍ପର ପଠାଇଛନ୍ତି। ଏହି ହ୍ୟାମ୍ପରରେ ସ୍ମାର୍ଟ ୱାଚ୍‌ , ଯାହାର ଦାମ୍‌ ପାଖାପାଖି ୨୦୦୦ଟଙ୍କା। ଏକ ପାୱାର ବ୍ୟାଙ୍କ୍‌ , ଯାହାର ଦାମ୍‌ ଅନଲାଇନ୍‌ ୬୬୯ରୁ ୧୧୦୦ମଧ୍ୟରେ । ପାଣି ବୋତଲ , ଯାହାର ଦାମ୍‌ ପାଖାପାଖି ୫୦୦ଟଙ୍କା ଯାଏ ରହିଛି। ଏକ ବ୍ୟାଗ୍‌ ଯାହାର ବ୍ରାଣ୍ଡର ଆଧାରରେ ମୂଲ୍ୟ ୫୫୦ରୁ ୧୦୦୦ ଟଙ୍କା ମଧ୍ୟରେ। ଏହା ବ୍ୟତୀତ ସ୍ୱିଟ୍‌ ବା ଚକୋଲେଟ୍‌ ମଧ୍ୟ ପଠାଇଛନ୍ତି। ମୋଟ୍‌ରେ ଏକ ଗିଫ୍ଟ ହ୍ୟାମ୍ପରର ଦାମ୍‌ ୫୦୦୦ରୁ ୬୦୦୦ଟଙ୍କା ଯାଏ। ଏହି ହ୍ୟାମ୍ପରରେ ଏକ ନୋଟ୍ ମଧ୍ୟ ରହିଛି , ଯେଉଁଥିରେ ପାପାରାଜିଙ୍କୁ ସେ ତାଙ୍କ ପିଲାଙ୍କର ଗୋପନୀୟତାକୁ ଧ୍ୟାନ ରଖିଥିବା ପାଇଁ ଧନ୍ୟବାଦ ଦେଇଛନ୍ତି। 


କହି ରଖୁଛୁ କି , ବିରାଟ ଓ ଅନୁଷ୍କା ନିଜ ବିବାହ ପର ଠାରୁ ଲାଇଫକୁ ଗୋପନୀୟ ରଖିବା ପସନ୍ଦ କରି ଆସିଛନ୍ତି। ବିଶେଷକରି ଯେବେ କଥା ତାଙ୍କର ଦୁଇ ପିଲାଙ୍କର ଆସେ ତ, ସେ କୌଣସି ପ୍ରକାରରେ ତାଙ୍କୁ ଖବରର ଅଂଶ କରିବାକୁ ଚାହାନ୍ତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.