ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଟୋରେ ଚୋର ଗ୍ୟାଙ୍ଗ୍‌କୁ ବୋହୁଥିଲେ ଟୁଙ୍ଗୁରୁ, ବାନ୍ଧିଲା ପୋଲିସ, ଆଜି ହେବେ କୋର୍ଟ ଚାଲଣ

ଭୁବନେଶ୍ୱର,୩୧/୦୫: ପରକୀୟା ପ୍ରୀତି ପାଇଁ ବହୁଚର୍ଚ୍ଚିତ ଟୁଙ୍ଗୁରୁ ଭୋଳର ପୁଣି ଏକ କାରନାମା ପଦାକୁ ଆସିଛି । ଏଥର ସେ ଚୋରଙ୍କ ସହ ସମ୍ପର୍କ ରଖି ପୁଲିସ ହାବୁଡ଼ରେ ପଡି଼ଛି । ଏକ ଚୋର ଗ୍ୟାଙ୍ଗ୍‌ର ସଦସ୍ୟମାନଙ୍କୁ ଅଟୋରେ ବୋହିବାରୁ ଟୁଙ୍ଗୁରୁ ଭୋଳକୁ କମିଶନରେଟ ପୁଲିସ ଗିରଫ କରିଛି । ଘଟଣାଟି ଚନ୍ଦକା ଥାନା ଅଞ୍ଚଳରେ ଘଟିଛି । 

ପୁଲିସ କହିବା ମୁତାବକ, ଟୁଙ୍ଗୁରୁ ତା’ ଅଟୋରିକ୍ସା ନେଇ ଗତକାଲି ରାତିରେ ନନ୍ଦନକାନନ-ଚନ୍ଦକା ରାସ୍ତାରେ ଯାଉଥିଲା । ପୁଲିସର ସନ୍ଦେହ ହେବାରୁ ଉକ୍ତ  ଅଟୋରିକ୍ସାକୁ ଅଟକାଇ ଯାଞ୍ଚ କରିଥିଲା । ଉକ୍ତ ଅଟୋରିକ୍ସାରୁ ୪ଜଣ ବାହାରିଲେ । ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଧରାପଡିଥିଲା । ସେମାନେ ଏକ ଆପାର୍ଟମେଣ୍ଟରୁ  ଚୋରି କରି ଫେରାର୍‌ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା । ଟୁଙ୍ଗୁରୁ ଚୋରମାନଙ୍କୁ କେବଳ ଅଟୋରେ ଚାଲାଣ କରୁଥିଲା ନା ଚୋରିରେ ତା’ର ସମ୍ପୃକ୍ତି ରହିଛି ।  ସେନେଇ ପୁଲିସ ତଦନ୍ତ ଚଳାଇଛି । ଶୁକ୍ରବାର ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟଚାଲଣ କରିବ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.