ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଇଡିର ନବନ ସମନକୁ ଚ୍ୟାଲେଞ୍ଜ କରି ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ୯ ଥର ସମନ କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ମାର୍ଚ୍ଚ ୧୭ରେ ନବମ ସମନ ଜାରି କରିବା ସହ ଇଡି କେଜ୍ରିଓ୍ବାଲଙ୍କୁ ମାର୍ଚ୍ଚ ୨୧ରେ ହାଜର ହେବାକୁ କହିଥିଲା । ଆଜି ଇଡିରେ ହାଜର ହେବା ପୂର୍ବରୁ ଇଡିର ସମନକୁ ଚ୍ୟାଲେଞ୍ଜ କରି ପୁଣି ଥରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କେଜ୍ରିଓ୍ବାଲ ।ତାଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ସେ ଆବେଦନରେ ଦର୍ଶାଇଛନ୍ତି । 

 ଜଷ୍ଟିସ ସୁରେଶ କୁମାର କ୍ୟାଟଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାରେ ଶୁଣାଣି କରିବେ । ଅବକାରୀ ଘୋଟଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିଓ୍ବାଲଙ୍କୁ ୯ଟି ସମନ ଜାରି କରିଛି । ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟରେ ଏ ସମ୍ପର୍କୀତ ଏକ ମାମଲାର ଶୁଣାଣି କରାଯାଇଥିଲା । ଶୁଣାଣି ସମୟରେ କେଜ୍ରିଓ୍ବାଲଙ୍କ ଓକିଲ କହିଥିଲେ ଯେ, ଇଡି କେଜ୍ରିଓ୍ବାଲଙ୍କୁ ଗିରଫ କରିବା ଆଶଙ୍କା ରହିଛି ଏବଂ ଯଦି ତାଙ୍କୁ ସୁରକ୍ଷା ଦିଆଯାଏ ତେବେ ସେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି । ଗତ ୧୭ ତାରିଖରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ୨ଟି ସମନ କରିଥିଲା ଇଡି । ଦିଲ୍ଲୀ ଜଳ ବୋର୍ଡରେ ଅନିୟମିତତା ଓ ଅବକାରୀ ଦୁର୍ନୀତି ମାମଲାରେ ଇଡି ସମନ କରିଥିଲା । 

 ଜଳ ବୋର୍ଡ ମାମଲାରେ ୧୮ ତାରିଖ ଦିନ ହାଜର ହେବାକୁ କୁହାଯାଇଥିଲା । ଏହି ସମନକୁ ବେଆଇନ ବୋଲି କହି ଇଡିରେ ହାଜର ହୋଇନଥିଲେ କେଜ୍ରିଓ୍ବାଲ । କେଜ୍ରିୱାଲଙ୍କୁ ଟାର୍ଗେଟ କରିବା ପାଇଁ ଇଡିକୁ ବିଜେପି ବ୍ୟବହାର କରୁଥିବା ଅଭିଯୋଗ କରିଥିଲା ଆମ ଆଦମୀ ପାର୍ଟି । ସେହିପରି ଅବକାରୀ ଦୁର୍ନୀତି ମାମଲାରେ ନବମ ସମନ ଜାରି କରି ଆଜି ଇଡିରେ ହାଜର ହେବା ନେଇ କେଜ୍ରିଓ୍ବାଲଙ୍କୁ କୁହାଯାଇଥିଲା । ଇଡିର ସମନକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । 

ବୁଧବାର ଦିନ ହାଇକୋର୍ଟରେ ଏହି ଆବେଦନର ଶୁଣାଣି ହୋଇଥିଲା । ବାରମ୍ବାର ସମନ ସତ୍ତ୍ବେ କାହିଁକି ଇଡିରେ ହାଜର ହେଉନାହାନ୍ତି ବୋଲି କେଜ୍ରିୱାଲଙ୍କୁ ପ୍ରଶ୍ନ କରିଥିଲେ କୋର୍ଟ । ଇଡି କ'ଣ ଚାହେଁ ଏବଂ ଆପଣଙ୍କୁ ସାକ୍ଷୀ ଭାବେ କି ଅଭିଯୁକ୍ତ ଭାବରେ ଡକାଉଛି, ତାହା ଆପଣ ହାଜର ହେବା ପରେ ହିଁ ଜାଣିପାରିବେ ବୋଲି ହାଇକୋର୍ଟ କହିଥିଲେ ।

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.