ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରେଣ୍ଡର୍ ର ୩ ଦିନ ପୂର୍ବରୁ ପୁଣି ଜାମିନ ଆବେଦନ କଲେ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ,୩୦/୫: ତିନି ଦିନ ପରେ ଜେଲ୍‌କୁ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ।  ସରେଣ୍ଡର କରିବା ଡେଡ୍‌ଲାଇନ୍‌କୁ ଆଉ ମାତ୍ର ତିନି ଦିନ ବାକି ଥିବା ବେଳେ ପୁଣି ଥରେ ସେ ଜାମିନ ଆବେଦନ କରିଛନ୍ତି। ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଯାହାର କୋର୍ଟ ଆଜି ଶୁଣାଣୀ କରିବେ । 

କେଜ୍ରିଓ୍ୱାଲ ନିଜ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଛନ୍ତି। ଦିନକୁ ଦିନ ଓଜନ ହ୍ରାସ ପାଉଥିବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବେଶ୍‌ ଖରାପ ରହିଛି। ମେଡିକାଲ ଚେକ୍‌ଅପ୍‌ କରିବା ଲାଗି ତାଙ୍କୁ ସମୟ ଦରକାର ବୋଲି ସେ ନିଜ ଆବେଦନରେ ଦର୍ଶାଇଛନ୍ତି। ପ୍ରକାଶ ଥାଉକି, ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ  ମାର୍ଚ୍ଚରୁ ତିହାଡ ଜେଲରେ ଥିଲେ । ହେଲେ ଗତ କିଛି ଦିନ ପୂର୍ବରୁ ଲୋକସଭା ନିର୍ବାଚନର ପାର୍ଟୀର ପ୍ରଚାର ପାଇଁ ସୁପ୍ରିମକୋର୍ଟରୁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ଏହାପୂର୍ବରୁ ସୁପ୍ରିମକୋର୍ଟଙ୍କ ଭ୍ୟାକେଶନ ବେଞ୍ଚରେ ମଙ୍ଗଳବାର ଦିନ ଅନ୍ତରୀଣ ଜାମିନ ଅବଧି ୭ ଦିନ ବଢାଇବା ସମ୍ବଧିତ ଆବେଦନର ଶୁଣାଣୀ କରିବାକୁ ମନା କରିଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.