ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସୁପ୍ରିମ ଆଶ୍ବସ୍ତି; ସର୍ତ୍ତ ରଖି ଜାମିନ ଦେଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ,୧୩/୦୯: ଶୁକ୍ରବାର ସୁପ୍ରିମକୋର୍ଟ ସିଏମ କେଜ୍ରିୱାଲଙ୍କୁ ଏକ ବଡ଼ ଅଶ୍ବସ୍ତି ଦେଇଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀିତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। କେଜ୍ରିୱାଲଙ୍କ ଜାମିନ ଉପରେ ୨-୦ ଆଧାରରେ ନିଷ୍ପତ୍ତି ଆସିଥିଲା। ସୁପ୍ରିମକୋର୍ଟର ଜଷ୍ଟିସ ସୁର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୁଇୟାଙ୍କ ଖଣ୍ଡପୀଠ ସର୍ତ୍ତ ଓ ୧୦ ଲକ୍ଷ ଟଙ୍କାର ନିଜସ୍ବ ମୁଚଲିକା ଆଧାରରେ ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ପ୍ରଦାନ କରାଯାଇଛି। କେଜ୍ରିୱାଲଙ୍କ ସର୍ତ୍ତ ଇଡି ମାମଲାରେ ଦିଆଯାଇଥିବା ଜାମିନ ସମୟର ସର୍ତ୍ତ ସହିତ ସମାନ ରହିବ। ଏହାପୂର୍ବରୁ ସର୍ବୋଚ୍ଚ ଅଦାଲତ ସିଏମ କେଜ୍ରିୱାଲଙ୍କ ଗିରଫଦାରୀକୁ ବେଆଇନ ବୋଲି ବିବେଚନା କରିନଥିଲେ କିନ୍ତୁ କହିଥିଲେ ଯେ, କୌଣସି ନେତାଙ୍କୁ ବହୁତ ଦିନ ଯାଏଁ ଜେଲରେ ରଖାଯାଇପାରିବ ନାହିଁ।

ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ରାୟ ପ୍ରଦାନ କରିବାବେଳେ କହିଛନ୍ତି ଯେ ଅଗଷ୍ଟ ୨୦୨୨ ରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା ଏବଂ ୪ ଟି ଚାର୍ଜସିଟ୍ ଦାଖଲ କରାଯାଇଛି ଏବଂ ଟ୍ରାଏଲ କୋର୍ଟ ଏହାକୁ ଗ୍ରହଣ କରିଛନ୍ତି ଏବଂ ୧୭ ଜଣ ଅଭିଯୁକ୍ତଙ୍କୁ ତଦନ୍ତ କରାଯିବ। ନିକଟ ଭବିଷ୍ୟତରେ ଏହି ମାମଲା ଶେଷ ହେବାର କୌଣସି ସମ୍ଭାବନା ନାହିଁ। କେଜ୍ରିୱାଲ ଜାମିନ ପ୍ରଦାନ ପାଇଁ ତିନୋଟି ସର୍ତ୍ତ ପୂରଣ କରିଛନ୍ତି ଏବଂ ଆମେ ସେହି ଅନୁଯାୟୀ ଜାମିନ ପାଇଁ ନିର୍ଦ୍ଦେଶ ଦେଇଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ 'ଏହି ପରିସ୍ଥିତିରେ ଚାର୍ଜସିଟ୍ ଦାଖଲ କରିବା ଗୁରୁତ୍ୱପୂର୍ଣ୍ଣ କି? ଏହି ପରିପ୍ରେକ୍ଷୀରେ, ଆମେ ଆବେଦନକାରୀଙ୍କୁ ଟ୍ରାଏଲ କୋର୍ଟରେ ସୀମିତ ରଖୁନାହୁଁ। ଆମେ ସିଏମ୍‌ କେଜ୍ରିଓ୍ବାଲଙ୍କୁ ୧୦ ଲକ୍ଷ ଟଙ୍କା ଜାମିନ ବଣ୍ଡ ଅଧିନରେ ଜାମିନରେ ମୁକ୍ତ ହେବାକୁ ନିର୍ଦ୍ଦେଶ ଦେଉଛୁ।'

ଇଡି ସମକକ୍ଷ ସର୍ତ୍ତ ଆଧାରରେ ଜାମିନ ପାଇବେ କେଜ୍ରିଓ୍ବାଲ:

* ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ସୁପ୍ରିମକୋର୍ଟ ସମାନ ସର୍ତ୍ତ ରଖିଛନ୍ତି, ଯାହା ତାଙ୍କୁ ଇଡି ମାମଲାରେ ଜାମିନ ସମୟରେ ମିଳିଥିଲା

* ମାମଲାର ମେରିଟ୍‌ ଉପରେ କୌଣସି ବିବୃତ୍ତି ଦେବେ ନାହିଁ

* ଅଫିସକୁ ଯିବା, ସରକାରୀ କାର୍ଯ୍ୟ କରିବା, ମାମଲା ଉପରେ ମନ୍ତବ୍ୟ ଦେବା ଉପରେ ବାରଣ 

* ଏଭଳି ପରିସ୍ଥିତିରେ ସରକାରଙ୍କ କାର୍ଯ୍ୟରେ ସମସ୍ୟା ଦେଖାଯିବ

* NCCSA ବୈଠକରେ ମଧ୍ୟ ଯୋଗଦେଇପାରିବେ ନାହିଁ

* ଦିଲ୍ଲୀ ମଦ ନୀତି ଦୁର୍ନୀତି ସହିତ ଜଡ଼ିତ ମାମଲାରେ ତାଙ୍କ ଭୂମିକା ସମ୍ପର୍କରେ କୌଣସି ମନ୍ତବ୍ୟ ଦେବେ ନାହିଁ

* ସେ କୌଣସି ସାକ୍ଷୀଙ୍କ ସହ କଥାବାର୍ତ୍ତା କରିବେ ନାହିଁ କିମ୍ବା ମାମଲା ସହ ଜଡ଼ିତ କୌଣସି ଅଫିସିଆଲ୍ ଫାଇଲ୍ ପାଇପାରିବେ ନାହିଁ

ହରିୟାଣା ନିର୍ବାଚନ ପାଇଁ କରିପାରିବେ ପ୍ରଚାର:

କେଜ୍ରିୱାଲ ଜାମିନ ପାଇବା ପରେ ଦିଲ୍ଲୀ ସିଏମ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ସମର୍ଥ ହେବ କି ନାହିଁ ଏକ ପ୍ରଶ୍ନ ମଧ୍ୟ ଉଠିଛି। ସୁପ୍ରିମକୋର୍ଟ ଏହା ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହାଁନ୍ତି। ସେ ଆଗାମୀ ରାଜ୍ୟ ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାରରେ ଭାଗ ନେଇପାରିବେ। କୋର୍ଟ ଏହା ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହାଁନ୍ତି, କେବଳ ସେ ସରକାରୀ କାର୍ଯ୍ୟ ଏବଂ ଫାଇଲରେ ଦସ୍ତଖତ କରିପାରିବେ ନାହିଁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.