ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଇସ୍ତଫା ପାଇଁ କାହିଁକି ଦୁଇ ଦିନ ସମୟ ନେଲେ କେଜ୍ରିଓ୍ବାଲ ? ଖୁଲାସା କଲେ ମନ୍ତ୍ରୀ ଅତିଶୀ…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା ଜାତୀୟ ରାଜଧାନୀରେ ରାଜନୈତିକ ପାଣିପାଗକୁ ଉଷ୍ମ କରିଛି । ଇସ୍ତଫା ଦେବାକୁ ଦୁଇ ଦିନ ସମୟ ନେଇଥିବାରୁ ଏବେ କେଜ୍ରିଓ୍ବାଲଙ୍କ ଉପରେ ପ୍ରଶ୍ନ ଉଠିଛି । ତେବେ ଏହାକୁ ନେଇ ବିରୋଧୀ ଦଳ ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ଦିଲ୍ଲୀ ମନ୍ତ୍ରୀ ଅତିଶୀ ।

ଇସ୍ତଫା ଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଦୁଇ ଦିନ ଦରକାର ବୋଲି ପଚରାଯିବାରୁ ଦିଲ୍ଲୀ ମନ୍ତ୍ରୀ ଅତିଶୀ କହିଛନ୍ତି ଯେ, ଆଜି ରବିବାର, ଆସନ୍ତାକାଲି ଇଦ୍-ଇ-ମିଲାଦ ଛୁଟି, ତେଣୁ ପରବର୍ତ୍ତୀ କାର୍ଯ୍ୟ ଦିବସ ମଙ୍ଗଳବାର ଅଟେ । ଏଥିପାଇଁ ଦୁଇ ଦିନ ସମୟ ନିଆଯାଇଛି । 

ଏହା ପୂର୍ବରୁ ଦିଲ୍ଲୀ ମନ୍ତ୍ରୀ ଅତିଶୀ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଯୋଗଦେବା ନେଇ ହୋଇଥିବା କଳ୍ପନା ଜଳ୍ପନାର ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ ଆମର ବିଧାୟକ ଦଳର ଏକ ବୈଠକ ହେବ, ଯେଉଁଥିରେ କି ପଦକ୍ଷେପ ନିଆଯିବ ଏବଂ ତାହା ସ୍ଥିର ହେବ । ନଭେମ୍ବରରେ ନିର୍ବାଚନ ହେଉ ବୋଲି ଆମେ ଚାହୁଁ । ଆମେ ବର୍ତ୍ତମାନ ଜନସାଧାରଣଙ୍କ ଠାରୁ ନିଷ୍ପତ୍ତି ଚାହୁଁଛୁ। ”

ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ ଜୀ ଦିଲ୍ଲୀର ଲୋକଙ୍କ ନିଷ୍ପତ୍ତି ଚାହୁଁଛନ୍ତି । ସେ ଜାଣିବାକୁ ଚାହାଁନ୍ତି କି, ଦିଲ୍ଲୀର ଲୋକମାନେ କ’ଣ ଭାବୁଛନ୍ତି ? ଦିଲ୍ଲୀର ଲୋକମାନେ ବିଶ୍ୱାସ କରନ୍ତି ଯେ ଅରବିନ୍ଦ କେଜ୍ରିୱାଲ ସଚ୍ଚୋଟ କି ନା ?

ସୂଚନାଥାଉକି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି (ରବିବାର) ଘୋଷଣା କରିଛନ୍ତି ଯେ, ସେ ଦୁଇ ଦିନ ପରେ ତାଙ୍କ ପଦରୁ ଇସ୍ତଫା ଦେବେ ଏବଂ ଦିଲ୍ଲୀରେ ଶୀଘ୍ର ନିର୍ବାଚନ କରିବା ପାଇଁ ଦାବି କରିବେ । ସେ ଏହା ମଧ୍ୟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଦିଲ୍ଲୀର ଲୋକମାନେ ତାଙ୍କୁ ସଚ୍ଚୋଟତାର ପ୍ରମାଣପତ୍ର ନ ଦିଅନ୍ତି ସେ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦରେ ବସିବେ ନାହିଁ । ଏହି ସମୟ ମଧ୍ୟରେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମନୀଷ ସିସୋଦିଆ ମଧ୍ୟ ବର୍ତ୍ତମାନ କୌଣସି ପଦ ଗ୍ରହଣ କରିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.