ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଆଜି ଭାରତ-ପାକ୍‌ ହାଇଭୋଲଟେଜ୍‌ ମୁକାବିଲା, ନଜରରେ ଆୟରଙ୍କ ଫିଟ୍‌ନେସ୍‌: ବର୍ଷା ସାଜିପାରେ ଖଳନାୟକ

କାଣ୍ଡି ୦୨/୦୯ : ଚଳିତ ଏସିଆ କପ୍‌ରେ ଶନିବାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ଆୟୋଜକ ପାକିସ୍ତାନ ପରସ୍ପରକୁ ଭେଟିବେ । ଏହି ହାଇଭୋଲଟେଜ୍‌ ମୁକାବିଲାକୁ ନେଇ ସମଗ୍ର ବିଶ୍ୱ କ୍ରିକେଟ୍‌ପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଭାରତୀୟ ସମୟ ଅପରାହ୍ଣ ୩ଟାରେ ମ୍ୟାଚ୍‌ ଆରମ୍ଭ ହେବ । ପାକିସ୍ତାନ ଆୟୋଜକ ରହିଥିଲେ ହେଁ ମ୍ୟାଚ୍‌ଟି ଶ୍ରୀଲଙ୍କାର କାଣ୍ଡି ସହରରେ ଆୟୋଜିତ ହେଉଛି । ଉଭୟ ଦେଶର ସମର୍ଥକ ଇତି ମଧ୍ୟରେ ଶ୍ରୀଲଙ୍କାରେ ପହଞ୍ଚି ମ୍ୟାଚ୍‌ର ମଜା ଉଠାଇବା ପାଇଁ ଅପେକ୍ଷା କରି ରହିଛନ୍ତି । 

୪ବର୍ଷ ପରେ ଉଭୟ ଦଳ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯିବ । ଶେଷ ଥର ପାଇଁ ୨୦୧୯ ବିଶ୍ୱକପ୍‌ରେ ଉଭୟ  ପରସ୍ପରକୁ ଭେଟିଥିଲେ।  ଏହାପରେ ଉଭୟ ଦଳ କେବଳ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ମୁହାଁମୁହିଁ ହୋଇଛନ୍ତି ।

ଏସିଆ କପ୍‌ରେ ଭାରତର ରେକର୍ଡ ବେଶ୍‌ ଉନ୍ନତ ରହିଥିଲେ ହେଁ ପାକିସ୍ତାନକୁ ଦୁର୍ବଳ ମନେ କରିବା ମୁର୍ଖାମୀ ହେବ । ପାକିସ୍ତାନ ସମ୍ପ୍ରତି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛି । ଭାରତ ତୃତୀୟ ସ୍ଥାନରେ ରହିଛି । ଆଗାମୀ ଦିନିକିଆ ବିଶ୍ୱକପ୍‌ ପାଇଁ ପାକିସ୍ତାନ ଏକ ଶ୍ରେଷ୍ଠ ଦଳ ଗଠନ କରିସାରିଥିବା ସ୍ପଷ୍ଟ ଜଣା ପଡ଼ୁଛି । ଅଧିନାୟକ ବାବର ଆଜମ ଶତକ ଅର୍ଜନ କରିଛନ୍ତି । ଅନ୍ୟ ବ୍ୟାଟରମାନେ ଫର୍ମରେ ରହିଛନ୍ତି । 

ଭାରତୀୟ ଦଳରେ ଆହତ ସମସ୍ୟା ଲାଗି ରହିଛି । ବ୍ୟାଟିଂ କ୍ରମ ଚୂଡ଼ାନ୍ତ ହୋଇପାରି ନାହିଁ । ବାରମ୍ବାର ପରୀକ୍ଷା ନିରୀକ୍ଷା ମଧ୍ୟ ଖେଳାଳିଙ୍କ ମନୋବଳକୁ ଦୁର୍ବଳ କରୁଛି । ଭାରତୀୟ ଦଳର ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ ଜଣାପଡ଼ୁଥିଲେ ହେଁ ପାକିସ୍ତାନ ନିକଟରେ ଏକ ଘାତକ ପେସ୍‌ ବାହିନୀ ରହିଛି । ତଥାପି ପୂର୍ବଭଳି ବିରାଟ କୋହଲି ବିଜୟର ସୂତ୍ରଧର ସାଜିବେ ବୋଲି ଫ୍ୟାନ୍‌ମାନେ ଆଶା ବାନ୍ଧିଛନ୍ତି । ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ମୁକାବିଲାରେ କୋହଲିଙ୍କ ଇନିଂସକୁ ଦର୍ଶକ ଭୁଲି ନାହାନ୍ତି । 

ଶନିବାର ବର୍ଷା ମ୍ୟାଚ୍‌ରେ ବାଧକ ସାଜିପାରେ । ଅବଶ୍ୟ ଅପରାହ୍ଣରେ ବର୍ଷା ସମ୍ଭାବନା ନାହିଁ । ଦିନ ବେଳା ବର୍ଷା ହୋଇପାରେ । ତେଣୁ ମ୍ୟାଚ୍‌ ଆରମ୍ଭରେ ବିଳମ୍ବ ଘଟିପାରେ । ପିଚ୍‌ ପେସ୍‌ ବୋଲରଙ୍କୁ ସହାୟତା କରିବା ଆଶା କରାଯାଉଛି । ତେଣୁ ଉଭୟ ଦଳର ପେସ୍‌ ବାହିନୀଙ୍କ ମଧ୍ୟରେ ଅସଲ ଲଢେଇ ଦେଖିବାକୁ ମିଳିବ ।

ଭାରତ: ରୋହିତ ଶର୍ମା(ଅଧିନାୟକ), ଶୁଭମନ  ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର/ ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ,  ମହମ୍ମଦ ସାମି, ଯଶପ୍ରୀତ ବୁମରା, ମହମ୍ମଦ  ସିରାଜ । 

ପାକିସ୍ତାନ: ଫଖାର ଜମାନ, ଇମାମ ଉଲ୍‌ହକ୍‌, ବାବର ଆଜମ(ଅଧିନାୟକ), ମହମ୍ମଦ  ରିଜୱାନ, ଆଘା ସଲମାନ, ଇଫତିଖର ଅହମ୍ମଦ,  ଶଦାବ ଖାନ, ମହମ୍ମଦ ନୱାଜ, ନସିମ ଶାହ,  ସହିନ ଆଫ୍ରିଦି, ହ୍ୟାରିସ ରୌଫ ।

Copyright © 2022 - Summa Real Media Private Limited. All Rights Reserved.