ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଏଏସଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର, ୪।୭  ଆଚାର୍ଯ୍ୟ ବିହାରସ୍ଥିତ  ଭଡ଼ା ଘରୁ ମିଳିଲା ଏଏସଓଙ୍କ ଝୁଲନ୍ତା ମୃତଦେହ। ମୃତ ଯୁବକ  ଜଣକ ହେଲେ ମୋରା ମାରାଣ୍ଡି। ୨୦୧୪  ବ୍ୟାଚର ମୋରା ସଚିବାଳୟରେ  ଷ୍ଟିଲ ଏବଂ ମାଇନିଂ ବିଭାଗରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିଲେ। 

ଆଚାର୍ଯ୍ୟ ବିହାର ସ୍ଥିତ ଭଡ଼ା ଘରେ  ମୋରା ରହୁଥିଲେ। ଆଜି ବନ୍ଦ ଘର ଭିତରେ  ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେପଟେ ସହିଦ ନଗର ଥାନା ପୁଲିସ୍ ମୃତ ଦେହକୁ ଜବତ୍ କରି ତଦନ୍ତ ଚଳାଇଛି। ତାଙ୍କ ବନ୍ଧୁ ଓ ବିଭାଗର କିଛି ସଦସ୍ୟ ଏହାକୁ କାର୍ଯ୍ୟ ଭାର ଚାପର କାରଣ ଦର୍ଶାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.