ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ରାମ ମନ୍ଦିର ଗର୍ଭଗୃହରେ ଗଳୁଛି ପାଣି, ଅସନ୍ତୋଷ ମନ୍ଦିରର ମୁଖ୍ୟ ପୂଜକ

ନୂଆଦିଲ୍ଲୀ,୨୫/୬:ଅଯୋଧ୍ୟାର ନବନିର୍ମିତ ରାମ ମନ୍ଦିରରୁ ଗଳୁଛି ପାଣି। ଗର୍ଭ ଗୃହରେ ମନ୍ଦିର ଛାତରୁ  ପାଣି ଗଳୁଛି। ଫଳରେ ରାମ ଲାଲାଙ୍କ ପୂଜାର୍ଚ୍ଚନା କରିବା କଷ୍ଟକର ହୋଇପଡୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ତେବେ ଗତ ଶନିବାର ରାତିରେ ଅଯୋଧ୍ୟାରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷାରେ ରାସ୍ତାଘାଟ ଜଳମଗ୍ନ ହୋଇ ଯାଇଥିବା ବେଳେ ବିଶ୍ୱ ପ୍ରସିଦ୍ଧ ରାମ ମନ୍ଦିର ବି ଜଳମଗ୍ନ ହୋଇ ଯାଇଥିଲା।

ଏନେଇ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ,ରାମଲାଲାଙ୍କ ସମ୍ମୁଖରେ ପୂଜାରୀଙ୍କ ବସିବା ନିମନ୍ତେ ବ୍ୟବସ୍ଥା ହୋଇଛି। ଏଥି ସହ ଆସୁଥିବା ଭିଆଇପିଙ୍କ ଦର୍ଶନ ନିମନ୍ତେ ବ୍ୟବସ୍ଥା ହୋଇଛି। ମାତ୍ର ଶନିବାର ବିଳମ୍ବିତ ରାତିରେ ହୋଇଥିବା ପ୍ରଥମ ବର୍ଷାରେ ହିଁ ଗର୍ଭ ଗୃହ ଜଳମଗ୍ନ ହୋଇ ଯାଇଥିଲା। ଏପରିକି ସକାଳେ ପୂଜାର୍ଚ୍ଚନା ନିମନ୍ତେ ଯିବା ସମୟରେ ଏପରି ଦେଖିବାକୁ ମିଳିଥିଲା। ଗର୍ଭ ଗୃହରୁ ପାଣି ନିଷ୍କାସନର ସୁବ୍ୟବସ୍ଥା ହୋଇ ନ ଥିବା ବେଳେ ଉକ୍ତ ପାଣିକୁ ନିଷ୍କାସନ କରିବା ନିମନ୍ତେ ବହୁ ପରିଶ୍ରମ କରିବାକୁ ପଡ଼ିଥିବା ସେ କହିଛନ୍ତି । ତେବେ ବର୍ଷା ଆରମ୍ଭରୁ ମନ୍ଦିରର ଏପରି ଅବସ୍ଥା ହେଲେ ଆଗକୁ ଲଗାଣ ବର୍ଷାରେ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିବ ବୋଲି ଚେତାଇ ଦେଇଛନ୍ତି ମୁଖ୍ୟ ପୂଜକ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.