ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସସ୍‌ପେନ୍‌ସରେ ବ୍ରହ୍ମପୁର ପ୍ରାର୍ଥୀ ଘୋଷଣା, ସୁପ୍ରିମୋ ଖେଳିପାରନ୍ତି ସରପ୍ରାଇଜ କାର୍ଡ

ବ୍ରହ୍ମପୁର,୨୮/୦୩: ଗଞ୍ଜାମ ଜିଲ୍ଲାର ୯ ବିଧାନସଭା ଓ ଗୋଟିଏ ଲୋକସଭା ଆସନର ପ୍ରାର୍ଥୀ ତାଲିକାରେ ମୋହର ମାରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । କିନ୍ତୁ ରାଜ୍ୟର ପ୍ରମୁଖ ନିର୍ବାଚନମଣ୍ଡଳୀ ବ୍ରହ୍ମପୁର ବିଧାନସଭା ଓ ଲୋକସଭା ଆସନରେ ପ୍ରାର୍ଥୀ ଚୟନ ନହେବା ଘଟଣା ଚର୍ଚ୍ଚାକୁ ଅଧିକ ଖୋରାକ୍‌ ଯୋଗାଇଛି । ଆଶାୟୀଙ୍କ ହୃଦ୍‌ ସ୍ପନ୍ଦନ ବଢ଼ି ଯାଇଥିବା ବେଳେ ନାନା ଦ୍ୱନ୍ଦ୍ୱ ଓ ସଂଶୟ ଭିତରେ ରହିଛନ୍ତି କର୍ମୀ ଓ ସମର୍ଥକ । 

ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଗୋପାଳପୁର ଆସନକୁ ସ୍ଥାନାନ୍ତର ହେବା  ପରେ ଏହି ଆସନ ଖାଲି ପଡ଼ିଥିବା ବହୁ ପୂର୍ବରୁ ଜଳଜଳ ହୋଇଛି । ତେବେ ଏଠାରୁ ବିଜେଡି କାହାକୁ ପ୍ରାର୍ଥୀ କରିବା ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ ।  ଆଶାୟୀ ଓ ଦାବିଦାର ମଧ୍ୟ କମ୍‌ ନୁହଁନ୍ତି । ବ୍ରହ୍ମପୁର ଆସନରୁ ୫ ଥର ଜିଣିଥିବା ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଓ ରାଜ୍ୟ ଯୋଜନା ବୋର୍ଡ  ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଟିକଟ ପାଇବା ଆଶା ରଖିଥିବା ବେଳେ ମେୟର ସଂଘମିତ୍ରା ଦଳେଇ ମଧ୍ୟ ଲବିରେ ରହିଥିବା ଶୁଣିବାକୁ ମିଳିଛି ।  ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଲୋକସଭା  ନିର୍ବାଚନରୁ ଦୂରେଇ ରହି ବିଧାନସଭାରେ ପ୍ରବେଶ  କରିବାକୁ ମନ ବଳାଇଛନ୍ତି । ତେଣୁ ସେ ମଧ୍ୟ ଆଶା  ରଖିଥିବା କୁହାଯାଉଛି । ଯଦି ସାଂସଦ ସାହୁଙ୍କୁ ବିଧାନସଭା ବର୍ଥ ମିଳେ ତେବେ ସଂସଦୀୟ କ୍ଷେତ୍ରରେ  କାହାକୁ ଟିକଟ ମିଳିବ ତାହା ବି ବଡ଼ ପ୍ରଶ୍ନବାଚୀ ।  ହୁଏତ ପୂର୍ବରୁ ୨ ଥର ସାଂସଦ ଥିବା ସିଦ୍ଧାନ୍ତ ମହାପାତ୍ର ପୁଣି ଲେଉଟିବା ସମ୍ଭାବନା ମଧ୍ୟ ଏଡ଼ାଇ ଦେଇହେବ ନାହିଁ । ଯଦି ସାଂସଦ ସାହୁ ଲୋକସଭା ଟିକଟ ପୁଣି ପାଆନ୍ତି ତେବେ ସିଦ୍ଧାନ୍ତ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ସମ୍ଭାବନା ରହିଛି  ବୋଲି ତଥ୍ୟାଭିଜ୍ଞ ମହଲରୁ ସୂଚନା ମିଳିଛି । ତେବେ  ବ୍ରହ୍ମପୁର ବିଧାନସଭା ଓ ଲୋକସଭା ଆସନରେ ସବୁ  ଦଳର ପ୍ରାର୍ଥୀ ଅପ୍ରତ୍ୟାଶିତ ହେବା ଆଶଙ୍କା ରହିଛି ।  

ଅନ୍ୟପକ୍ଷରେ ବିଜେପି ବ୍ରହ୍ମପୁର ଲୋକସଭା  ଆସନରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଛାଡ଼ିଥିବା  ବେଳେ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ । ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ  ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ  ତିନିଟିରେ ପ୍ରାର୍ଥୀ ଚୟନରେ ଟଣାଓଟରା ଲାଗିଥିବା  କୁହାଯାଉଛି । ବ୍ରହ୍ମପୁର, ଦିଗପହଣ୍ଡି ଓ ମୋହନା  ବିଧାନସଭା ଆସନ ପାଇଁ ଲବି ଜୋରଦାର ଥିବାରୁ  ପ୍ରାର୍ଥୀ ଚୟନରେ ଅଡ଼ୁଆ ପରିସ୍ଥିତି ଲାଗି ରହିଥିବା  ଜଣାପଡ଼ିଛି । ସେହିପରି କଂଗ୍ରେସ ଶିବିରରେ  ନିରବତା ବିରାଜମାନ କରିଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.