ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏସ୍‌ଏଚ୍‌ଏମ୍‌ରେ ବେକେରୀ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ, ମହିଳାଙ୍କୁ ଆତ୍ମନିଭରଶୀଳ କରିବା ମୁଖ୍ୟ ଲକ୍ଷ୍ୟ

ଭୁବନେଶ୍ୱର, ୨୯।୫: ମହିଳାମାନଙ୍କୁ ବେକେରୀ ଓ କନ୍‌ଫେକ୍ସନାରୀ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ଦେବା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ "ୱି କ୍ୟାନ୍‌ ବେକ୍‌' ଶୀର୍ଷକ ଏକ ୬-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।  ଗତବର୍ଷ ଖାଦ୍ୟ ରନ୍ଧନ ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ "ୱି କ୍ୟାନ୍‌ କୁକ୍‌' ଆୟୋଜିତ ହୋଇଥିବା ବେଳେ ଚଳିତ ମାସ ମେ ୧୩ ତାରିଖରେ "ୱି କ୍ୟାନ୍‌ ବେକ୍‌'ର ପ୍ରଥମ ସଂସ୍କରଣ ଆୟୋଜନ କରାଯାଇଥିଲା । ମଙ୍ଗଳବାରଠାରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଫ୍ରୁଟ୍‌ କେକ୍‌, ମିଲେଟ୍‌ କୁକିଜ୍‌, ଚକୋଲେଟ୍‌ ପେଷ୍ଟ୍ରି, ଡାନିସ୍‌ ପେଷ୍ଟ୍ରି, ଆସୋର୍ଟେଡ ପଫ୍‌, ପେଟିସ୍‌, ପାଇନାପଲ୍‌ ପେଷ୍ଟ୍ରି, ଚକୋ ଚିପ୍ସ କୁକିଜ୍‌, ଆସୋର୍ଟେଡ୍‌ ପିଜା, ବ୍ରେଡ୍‌ ଷ୍ଟିକ୍ସ, ରୋଲ୍‌ ଓ କ୍ରିମ୍‌ କାରାମେଲ୍‌ ପ୍ରଭୃତିର ପ୍ରସ୍ତୃତି ପ୍ରଣାଳୀ ଶିକ୍ଷା ଦିଆଯିବ ।  

ପ୍ରଥମ ପର୍ଯ୍ୟାୟରେ ୩୫ ଜଣ ଶିକ୍ଷାର୍ଥୀ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୫ ଜଣ ମହିଳା ପ୍ରଶିକ୍ଷଣ ନିମନ୍ତେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମ ଉଦ୍‌ଘାଟନ ଅବସରରେ ଓବରଏ ଗ୍ରୁପ୍‌ ଅଫ୍‌ ହୋଟେଲସ୍‌ର ହ୍ୟୁମ୍ୟାନ୍‌ ରିସୋର୍ସେସ୍‌ ଆଣ୍ଡ ଟ୍ରେନିଂର ପୂର୍ବତନ ଉପସଭାପତି ଯଶୋବନ୍ତ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ପାଢ଼ୀ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ ପ୍ରକାରର ବେକେରୀ ପ୍ରସ୍ତୁତି ପ୍ରଣାଳୀ ଶିଖିବା ଦ୍ୱାରା ନିଜେ ଭଲ ଉଦ୍ୟୋଗୀ ହୋଇପାରିବେ ବୋଲି କହିଥିଲେ । ଏସ୍‌ଏଚ୍‌ଏମ୍‌ର ଡିନ୍‌ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ଦେବା ଅବସରରେ ମହିଳାମାନଙ୍କୁ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । "ୱି କ୍ୟାନ୍‌ କୁକ୍‌'ର ଦ୍ୱିତୀୟ ଓ "ୱି କ୍ୟାନ ବେକ୍‌'ର ତୃତୀୟ ସଂସ୍କରଣର ମଧ୍ୟ ଆୟୋଜନ କରିବା ନିମନ୍ତେ ଯୋଜନା ରହିଛି ବୋଲି ପ୍ରଫେସର ଚଇନି ପ୍ରକାଶ କରିଥିଲେ । ଏସ୍‌ଏଚ୍‌ଏମ୍‌ର ସହକାରୀ ପ୍ରଫେସର ସଂଘମିତ୍ରା ରାଉତ ଧନ୍ୟବାଦ ଦେଇଥିଲେ । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.