ପ୍ରମୂଖ ଖବର
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ବାଂଲାଦେଶୀ ମୁସଲିମ୍‌ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ହକ୍‌ ପାଇଁ ଲଢ଼ୁଛନ୍ତି ହିନ୍ଦୁ: ହିମନ୍ତ ବିଶ୍ବଶର୍ମା

Image Courtesy: indiatoday

ନୂଆଦିଲ୍ଲୀ: ବାଂଲାଦେଶୀ ମୁସଲିମ ସୀମା ଡେଇଁ ଭାରତରେ ଅନୁପ୍ରବେଶ କରୁଥିବା ବେଳେ ସେଠାକାର ହିନ୍ଦୁ ନିଜର ହକ୍‌ ପାଇଁ ଲଢ଼େଇ ଜାରି ରଖିଛନ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି । ବାଂଲାଦେଶର ମୁସଲିମମାନେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଏଠାରେ ବୟନ ଶିଳ୍ପରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । କିନ୍ତୁ ବାଂଲଦେଶୀ ହିନ୍ଦୁ ସେଠାରେ ରହି ଅତ୍ୟାଚାର ବିରୋଧରେ ଲଢ଼େଇ କରୁଛନ୍ତି । ଗତ ଏକ ମାସ ମଧ୍ୟରେ ଜଣେ ହେଲେ ବି ହିନ୍ଦୁ ବ୍ୟକ୍ତି ଭାରତ ଅନୁପ୍ରବେଶ କରୁଥିବା ନେଇ ଜଣାପଡ଼ି ନାହଁ ବୋଲି ବିଶ୍ବଶର୍ମା ଦାବି କରିଛନ୍ତି ।

 ସେ ଆହୁରି କହିଛନ୍ତି, ଗୋଟିଏ ମାସ ଭିତରେ ୩୫ ମୁସଲିମ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଛି । ସେମାନେ ବୟନ ଶିଳ୍ପରେ କାମ କରିବାକୁ ଆସାମରେ ଶରଣ ନନେଇ ସିଧାସଳଖ ବାଙ୍ଗାଲୋର, ତାମିଲନାଡୁ, କୋଏମ୍ବାଟୋରରେ ପହଞ୍ଚିଥିଲେ । ଏହା ସହ ବାଂଲାଦେଶରେ ହିନ୍ଦୁମାନଙ୍କ ସୁରକ୍ଷା ଲାଗି ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଛନ୍ତି । ଏପରିକି ୨୦୧୪ ପୂର୍ବରୁ ପଶ୍ଚିମବଙ୍ଗରେ ରହିଆସିଥିବା ବାଂଲାଦେଶୀ ହିନ୍ଦୁମାନଙ୍କୁ ସିଏଏରେ ନାଗରିକତା ଦେବାକୁ ସେ କହିଛନ୍ତି । ସେଭଳି ବ୍ୟକ୍ତିଙ୍କ ସଂଖ୍ୟା ଆସାମାରେ ୨୦ ଲକ୍ଷରୁ ଅଧିକ ହେବ ବୋଲି ସିଏଏ ବିରୋଧୀ କର୍ମୀ ଦାବି କରୁଛନ୍ତି । ମୋତେ ଲାଗୁନାହିଁ ସିଏଏରେ ନାଗରିକତା ପାଇବାକୁ ଥିବା ଲୋକମାନଙ୍କ ସଂଖ୍ୟେ ଏତେ ଅଧିକ ହେବ ବୋଲି କହିଛନ୍ତି ହିମନ୍ତ ବିଶ୍ବଶର୍ମା । 

 ସେପଟେ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ନେଇ ବାଂଲାଦେଶରେ ଆରମ୍ଭ ହୋଇଥିବା ଆନ୍ଦୋଳନ ସମୟକ୍ରମେ ଭିନ୍ନ ରୂପ ନେଇଥିଲା।  ଏପରିକି ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିବାକୁ ପଡ଼ିଥିଲା । ଏହି ସମୟରେ ସେଠାରେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ହିଂସାର ସାମ୍ନା କରିବାକୁ ପଡ଼ିଛି । ବାଂଲଦେଶ ହିଂସାରେ ୬୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଅନ୍ୟପକ୍ଷରେ ହସିନା ଭାରତ ଚାଲିଆସିବା ପରେ ସେଠାରେ ୮୪ ବର୍ଷୀୟ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଅନ୍ତରୀଣ ସରକାର ଗଠନ ହୋଇଛି । ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ଭାରତ ବିରୋଧୀ ସରକାର ଆସିଲେ ଆମ ପାଇଁ ଅସୁବିଧା ଉପୁଜିପାରେ । ସେଠାରେ ସାଧାରଣ ନିର୍ବାଚନ ପରେ କେଉଁ ଦଳ ସରକାର ଗଢ଼ିବ ତା ଉପରେ ସବୁକିଛି ନିର୍ଭର କରିବ । ତେବେ ଏନେଇ ଆଗରୁ ପ୍ରତିକ୍ରିୟା ଦେବା ପିଲାଳିଆମୀ ହେବ ବୋଲି ହିମନ୍ତ ବିଶ୍ବଶର୍ମା କହିଛନ୍ତି । 

  • Bangladesh Clashes
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.