ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଔଷଧିୟ ଗୁଣରେ ଭରପୂର ରସୁଣ, ବଢ଼ାଏ ରୋଗପ୍ରତିରୋଧକ ଶକ୍ତି

ଭୁବନେଶ୍ୱର, ୨୧।୫: ପ୍ରାୟ ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ରସୁଣ ନିଶ୍ଚିତ ଥାଏ । ଏହାକୁ ଖାଦ୍ୟରେ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇଥାଏ । ଯାହା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । ତେବେ ଏହା କେବଳ ଯେ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ, ତା' ନୁହେଁ, ଏଥିରେ ଭରପୂର ଔଷଧିୟ ଗୁଣ ମଧ୍ୟ ରହିଛି । ଆସନ୍ତୁ ଜାଣିବା ରସୁଣରେ ଥିବା ଔଷଧିୟ ଗୁଣ ବିଷୟରେ । 

ଆଣ୍ଟି ଅକ୍ସିଡାଣ୍ଟ :

ରସୁଣରେ ଭରପୂର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି । ଯେଉଁ କାରଣରୁ ଏହା ଆମକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରେଇ ରଖିଥାଏ । ଯଦି ଆପଣଙ୍କୁ ସବୁବେଳେ ଥଣ୍ଡା ଲାଗି ରହୁଛି, ତେବେ ଖାଦ୍ୟରେ ରସୁଣ ସାମିଲ କରନ୍ତୁ, ଥଣ୍ଡା ପାଇଁ ଏହା ବେଶ୍ ଲାଭଦାୟକ ହୋଇଥାଏ । 

ରୋଗପ୍ରତିରୋଧକ ଶକ୍ତି ବଢ଼ାଏ :

ରସୁଣ ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ । ତେଣୁ ପ୍ରତିଦିନ ରସୁଣ ଖାଇବା ଦ୍ୱାରା ଆମ ଶରୀରରେ ଦେଖାଦେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । ଖାଦ୍ୟରେ ରସୁଣ ବ୍ୟବହାର କରିବା ଦ୍ୱାରା ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀରରେ ଇମ୍ୟୁନିଟି ବୁଷ୍ଟ କରିବାରେ ସହାୟକ କରେ ଅର୍ଥାତ୍ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ । 

ଓଜନ ନିୟନ୍ତ୍ରଣ :

ପାଚନ ତନ୍ତ୍ର ଠିକ୍ ଭାବେ କାମ କଲେ ଆମ ଶରୀରର ଓଜନ ମଧ୍ୟ ନିୟନ୍ତ୍ରଣ ରହିବ । ରସୁଣ ଆମ ଶରୀରକୁ ଡିଟକ୍ସ କରିବାରେ ସହାୟକ ହୋଇଥାଏ । ପ୍ରତିଦିନ ରସୁଣ ଖାଇବା ଫଳରେ ଆମର ପାଚନତନ୍ତ୍ର ଭଲ ରହିଥାଏ, ତେଣୁ ଓଜନ ନିୟନ୍ତ୍ରଣ ରହେ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.