ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭଞ୍ଜନଗର ତାରାସିଂଙ୍ଗ ରେଞ୍ଜରେ ଗୋଟିକିଆ ହାତୀ ଉପଦ୍ରବ, ଭୟଭୀତ ଗ୍ରାମବାସୀ

ଭଞ୍ଜନଗର, ୩୧।୩: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ଅଧୀନ ତାରାସିଂଙ୍ଗ ରେଞ୍ଜର ଗାଁରେ ହାତୀ ଉପଦ୍ରବ । ଏହି ରେଞ୍ଜର ଅନ୍ତର୍ଗତ ବିଭିନ୍ନ ଗାଁରେ ଏବେ ଗୋଟିକିଆ ହାତୀ ଉପଦ୍ରବ କରୁଛି । ଏହି ଅଞ୍ଚଳ ଅନ୍ତର୍ଭୁକ୍ତ ତାରାସିଂଙ୍ଗ, ଲେମ୍ଭୁଇ, ହଳନ୍ତ ଖୋଳା, ମାଣପୁର, ଆଦି ଅଧିକାଂଶ ଜାଗାରେ ପରିବା ଚାଷ ହେଉଥିବାରୁ ପନିପରିବା ଖାଇବା ପାଇଁ ଏକ ଗୋଟିକିଆ ଦନ୍ତା ହାତୀ ବ୍ୟାପକ କ୍ଷୟ କ୍ଷତି ଘଟାଉଛି । 

ତେବେ ଏହି ଅଞ୍ଚଳରେ ଅଧିକ ଜଙ୍ଗଲ ରହିଥିବାରୁ ଏଠି ବର୍ଷ ତମାମ ହାତୀଙ୍କ ଚଳପ୍ରଚଳ ଦେଖିବାକୁ ମିଳିଥାଏ । ଜଙ୍ଗଲରେ ଝରଣା ଶୁଖିଯିବା କାରଣରୁ ହାତୀଟି ଗାଁ ମୁହାଁ ହୋଇଛି । ବନ ବିଭାଗ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ହାତୀ ବଣମୁହାଁ ହେଉନାହିଁ । ସେ ପାଣି ପିଇବା ପାଇଁ ଗାଁ ନିକଟ ଜଳାଶୟମାନଙ୍କୁ ଆସୁଛି । ଫଳରେ ଲୋକ ଭୟଭୀତ ହେଉଛନ୍ତି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.