ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ଫଳ ପରେ ଇସ୍ତଫା ଦେବେ ନୀତୀଶ ! ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପରେ ଚର୍ଚ୍ଚା

ନୂଆଦିଲ୍ଲୀ,୦୪/୦୬: ଲୋକସଭା ନିର୍ବାଚନ ଫଳ ପ୍ରକାଶ ପୂର୍ବରୁ ସୋମବାର ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ପରେ ନୀତୀଶ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । ତେବେ ସେମାନଙ୍କ ସହ ନୀତୀଶ କେଉଁସବୁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

ସେପଟେ କିନ୍ତୁ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କୁହାଯାଉଛି କି ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ୨-୩ ସପ୍ତାହ ଭିତରେ ସେ ଇସ୍ତଫା ଦେବେ । ତେବେ ଏଥର ଇସ୍ତଫା ଦେଇ ସେ ଆରଜେଡି ସହ ମେଣ୍ଟ କରି ପୁଣି ସରକାର ଗଠନ କରିବେ ନାହିଁ । ସେ ଏନ୍‌ଡିଏରେ ରହିବେ ଏବଂ ଇସ୍ତଫା ଦେଇ ବିଜେପି ମୁଖ୍ୟମନ୍ତ୍ରୀ ପାଇଁ ବାଟ ଛାଡିବେ । କାରଣ ବିହାରରେ ଏବେ ବିଜେପି ବଡଭାଇ ଭୂମିକାରେ ଅବତୀର୍ଣ୍ଣ ହୋଇଛି । ବିଧାନସଭାରେ ଜେଡିୟୁ ଅପେକ୍ଷା ବିଜେପିର ଅଧିକ ବିଧାୟକ ଥିବା ବେଳେ ଲୋକସଭା ନିର୍ବାଚନରେ ମଧ୍ୟ ଦଳ ଅଧିକ ଆସନରେ ଲଢ଼ୁଛି । କିନ୍ତୁ ନୀତୀଶଙ୍କ ଇସ୍ତଫା ଦେବା ଚର୍ଚ୍ଚା ପ୍ରସଙ୍ଗରେ ଜେଡିୟୁ କିମ୍ବା ବିଜେପିର କୌଣସି ପ୍ରତ୍ରିକ୍ରିୟା ମିଳିନାହିଁ । ନୀତୀଶ ଇସ୍ତଫା ଦେଲେ ବିଜେପିର କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । କୁହାଯାଉଛି କି ଦୌଡରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆଗରେ ଅଛନ୍ତି । କାରଣ ସେ ନୀତୀଶଙ୍କ ଭଳି ଓବିସି ବର୍ଗର ନେତା । ତାଙ୍କ ଉପରେ ଦଳ ଭରସା କରିପାରେ । ଆଉ ଏକ ଚର୍ଚ୍ଚା ହେଉଛି କି ନୀତୀଶ ମୋଦିଙ୍କ ତୃତୀୟ ପାଳି କ୍ୟାବିନେଟରେ ସାମିଲ ହୋଇପାରନ୍ତି । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ସୂଚନା ଅନୁସାରେ ରବିବାର ପ୍ରଧାନମନ୍ତ୍ରୀ ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଶାହ ଓ ଦଳର ଅଧ୍ୟକ୍ଷ ନଡ୍ଡାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପରେ ବିଜେପି ପକ୍ଷରୁ ଦଳର ସବୁ ପ୍ରାର୍ଥୀଙ୍କ ନିକଟକୁ ୫ ପୃଷ୍ଠାର ଏକ ଫର୍ମ ପଠାଯାଇଛି । ତାକୁ ତତ୍କାଳ ପୂରଣ କରି ଦଳର ଅଧ୍ୟକ୍ଷ ନଡ୍ଡାଙ୍କ ନିକଟକୁ ପଠାଇବାକୁ କୁହାଯାଇଛି । ଏହି ଫର୍ମକୁ ଯାଞ୍ଚ କରି ମୋଦିଙ୍କ ତୃତୀୟ ପାଳି କ୍ୟାବିନେଟ ପାଇଁ ମନ୍ତ୍ରୀଙ୍କୁ ବଛାଯିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.