ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ବାର୍ଡ ଫ୍ଲୁ ଆତଙ୍କ: କୁକୁଡ଼ା ଓ ଅଣ୍ଡା ଗାଡ଼ି ପଶ୍ଚିମବଙ୍ଗକୁ ପ୍ରବେଶ ମନା, ସୀମାରେ ଛିଡ଼ା ହୋଇଛି ୭୦ରୁ ଅଧିକ ଟ୍ରକ୍

ଜଳେଶ୍ୱର,୦୭/୦୯: ବାଲେଶ୍ୱର  ଜିଲ୍ଲା ଜଳେଶ୍ୱର ଓ ପଶ୍ଚିମବଙ୍ଗର ସୀମା  ୬୦ନଂ ଜାତୀୟ ରାଜପଥର ସୁନାକଣିଆ  ନାକା ପଏଣ୍ଟ୍‌ ନିକଟରେ ଅଟକିଛି ୭୦ରୁ  ଅଧିକ କୁକୁଡ଼ା ଓ ଅଣ୍ଡା ବୋଝେଇ  ଟ୍ରକ୍‌ । ଓଡ଼ିଶାରେ ବାର୍ଡ ଫ୍ଲୁ ବ୍ୟାପିଥିବା  ଯୋଗୁଁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଯାଉଥିବା  କୁକୁଡ଼ା ଓ ଅଣ୍ଡା ଟ୍ରକ୍‌ ଉପରେ ପ୍ରତିବନ୍ଧକ  ଲଗାଇଛି ପଶ୍ଚିମବଙ୍ଗ ସରକାର ।  

ଗତ ବୁଧବାରଠାରୁ ଦୀର୍ଘ  ୩ ଦିନ ଧରି ପଶ୍ଚିମବଙ୍ଗର ସୀମା  ସୁନାକଣିଆଠାରେ ଥିବା ପଶ୍ଚିମବଙ୍ଗର  ଦାନ୍ତୁନ ପୁଲିସ୍‌ ନାକା ପଏଣ୍ଟ୍‌ରେ ଏହି  ଟ୍ରକ୍‌ଗୁଡ଼ିକୁ ଅଟକାଇଛି । ଏପରିକି  ଆନ୍ଧ୍ରପ୍ରଦେଶରୁ ଆସାମ ଯିବା ପାଇଁ  ପଶ୍ଚିମବଙ୍ଗ ମଧ୍ୟଦେଇ ଯାଉଥିବା  ଗାଡ଼ିଗୁଡ଼ିକୁ ମଧ୍ୟ ପଶ୍ଚିମବଙ୍ଗ ସରକାର  ଛାଡ଼ିବାକୁ ମନା କରିଛି । ଫଳରେ ଓଡ଼ିଶା- ପଶ୍ଚିମବଙ୍ଗ ସୀମା ଜଳେଶ୍ୱର ଟୋଲ୍‌ ପ୍ଲାଜା  ନିକଟରେ ଟ୍ରକ୍‌ଗୁଡ଼ିକର ଲମ୍ବା ଲାଇନ୍‌ ଲାଗିଛି । ଗାଡ଼ି ଚାଳକମାନେ ଅଖିଆ  ଅପିଆ ପଡ଼ି ରହିଛନ୍ତି । ଅପରପକ୍ଷେ  ଖାଦ୍ୟାଭାବରୁ କୁକୁଡ଼ା ମରିଯିବା ଓ  ଅଣ୍ଡା ନଷ୍ଟ ହେବାର ଆଶଙ୍କା ମଧ୍ୟ ଦେଖା  ଦେଇଛି । ତେବେ କେତେକ ଛୋଟ ଗାଡ଼ି  ଗଳାବାଟ ଦେଇ ପଶ୍ଚିମବଙ୍ଗ ଭିତରକୁ  ଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.