ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ବିଜେପି ଘୋଷଣା କଲା ୩ ଲୋକସଭା ପ୍ରାର୍ଥୀ: କଟକରୁ ଭର୍ତ୍ତୃହରି, କନ୍ଧମାଳରୁ ସୁକାନ୍ତ, ଯାଜପୁରରୁ ରବୀନ୍ଦ୍ର

Published By : Prameya | March 31, 2024 8:19 AM

ଭୁବନେଶ୍ୱର,୩୧/୦୩: ବିଜେପି ଟିକଟରେ କଟକ ଲୋକସଭା ଆସନରୁ ଲଢ଼ିବେ ୬ ଥରିଆ ସାଂସଦ ଭର୍ତ୍ତୃହରି  ମହତାବ । ବିଜେଡିରୁ ସେ ଲଗାତାର ୬  ଥର ନିର୍ବାଚିତ ହୋଇଥିଲେ କଟକରୁ। 

ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି  ଶନିବାର ଭର୍ତ୍ତୃହରିଙ୍କ ପ୍ରାର୍ଥୀତ୍ୱ ଘୋଷଣା କରିଛି। ଗତ ୨୨ ତାରିଖରେ ସେ  ବିଜେଡିରୁ ଇସ୍ତଫା ଦେଇଥିଲେ । ଦୁଇ  ଦିନ ତଳେ ପଦ୍ମ ଧରିଥିଲେ ଦିଲ୍ଲୀରେ ।  କଟକ ସହିତ କନ୍ଧମାଳ ଓ ଯାଜପୁର  ଲୋକସଭା ଆସନ ପାଇଁ ମଧ୍ୟ ବିଜେପି ପ୍ରାର୍ଥୀ ଘୋଷଣା କରିଛି । 

କନ୍ଧମାଳରୁ  ସୁକାନ୍ତ ପାଣିଗ୍ରାହୀ ଓ ଯାଜପୁରରୁ ରବୀନ୍ଦ୍ର  ନାରାୟଣବେହେରା ଲଢ଼ିବେ । ଏ ତିନି ଆସନ ମିଶାଇ ୨୧ଟି ଯାକ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତୟାର । ପୂର୍ବରୁ ୧୮ଟି ଲୋକସଭା  ଆସନରେ ବିଜେପି ପ୍ରାର୍ଥୀ ତାଲିକା ଜାରି କରି ଆସିଥିଲା । ବିଜେଡି ୧୫ଟି  ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।  ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ,  ବ୍ରହ୍ମପୁର, ବରଗଡ଼ ଓ କେନ୍ଦୁଝର  ପ୍ରାର୍ଥୀ ଘୋଷଣା ହୋଇ ନାହିଁ । କଂଗ୍ରେସ  ଗୋଟିଏ ବି ପ୍ରାର୍ଥୀ ଘୋଷଣା କରି ନାହିଁ ।  

ବିଜେଡିର ଲୋକସଭା ପ୍ରାର୍ଥୀ  ସଂତୃପ୍ତ ମିଶ୍ରଙ୍କୁ ଟକ୍କର ଦେବେ  ଭେଟେରାନ ଭର୍ତ୍ତୃହରି । ୧୯୯୮ରୁ  ୨୦୧୯ ପର୍ଯ୍ୟନ୍ତ ଲଗାତାର ୬ ଥର ଯେଉଁ ଶଙ୍ଖ ଚିହ୍ନରେ କଟକ ଲୋକସଭା  ଆସନରୁ ଭର୍ତ୍ତୃହରି ଜିତି ଆସୁଥିଲେ,  ଏଥର ସେଇ ଚିହ୍ନ ବିରୋଧରେ ଲଢ଼େଇ  ପାଇଁ ଓହ୍ଲାଇବେ । ଯାଜପୁର ଲୋକସଭା ପାଇଁ ଏଥର  ନୂଆ ମୁହଁ ଦେଇଛି ବିଜେପି । ଏଠାରେ  ରବୀନ୍ଦ୍ରନାଥ ବେହେରାଙ୍କୁ ମିଳିଛି ବିଜେପି  ଟିକଟ । ରବୀନ୍ଦ୍ର ପୂର୍ବରୁ ସରକାରୀ ଚାକିରି  କରିଥିଲେ । ଚାକିରିରୁ ଅବସର ପରେ  ବିଜେପି ସହ ଗତ କିଛିବର୍ଷ ହେବ  ଯୋଡ଼ି ହୋଇଥିଲେ । ରାଜ୍ୟ ବିଜେପି ଅନୁସୂଚିତ ଜାତି ସେଲ୍‌ରେ ରହି କାର୍ଯ୍ୟ  କରୁଥିଲେ ବୋଲି ଜଣାପଡ଼ିଛି । ପ୍ରଥମ ଥର ପାଇଁ ସେ ନିର୍ବାଚନ ମଇଦାନରେ  ଓହ୍ଲାଉଛନ୍ତି । ରବୀନ୍ଦ୍ରଙ୍କ ଘର ରସୁଲପୁର  ବ୍ଲକର ରାଜେନ୍ଦ୍ରପୁରରେ । ଏଥର  ଯାଜପୁର ଲୋକସଭା ଆସନରେ  ରବୀନ୍ଦ୍ର ସାମ୍ନା କରିବେ ବିଜେଡି ସାଂସଦ ଶର୍ମିଷ୍ଠା ସେଠୀଙ୍କୁ । 

ଯାଜପୁର ଲୋକସଭା  ଆସନରେ ବିଜେଡି ପୁଣି ଥରେ ଶର୍ମିଷ୍ଠାଙ୍କୁ  ଟିକଟ ଦେଇଛି । ୨୦୧୯ରେ ବିଜେପିର  ଅମୀୟ ମଲ୍ଲିକଙ୍କୁ ଲକ୍ଷାଧିକ ଭୋଟରେ  ପରାସ୍ତ କରିଥିଲେ ଶର୍ମିଷ୍ଠା । ୧୯୯୯ରୁ ବିଜେଡି ଯାଜପୁର ଲୋକସଭା ଆସନ କେବେ ହାରିନାହିଁ । କନ୍ଧମାଳ ଲୋକସଭା ଆସନରେ ବିଜେପି ସୁକାନ୍ତ ପାଣିଗ୍ରାହୀଙ୍କୁ  ଟିକଟ ଦେଇଛି । ସୁକାନ୍ତ ୨୦୧୪ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ହୋଇଥିଲେ । ସେଥର ସୁକାନ୍ତ  ତୃତୀୟ ସ୍ଥାନରେ ରହିଥିଲେ । ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଟକ୍କର ଦେବେ ବିଜେପିର ସୁକାନ୍ତ । ସୁକାନ୍ତଙ୍କ ଘର ନୟାଗଡ଼  ଜିଲ୍ଲାର କଣ୍ଟିଲୋ ପାଖ ଗଣିଆ ଅଞ୍ଚଳରେ । 

ଏଯାବତ୍‌ ବିଜେପି ଗୋଟିଏ ବି ବିଧାନସଭା ଆସନ ପାଇଁ  ବିଜେପି ଟିକଟ ଘୋଷଣା ହୋଇନାହିଁ । ଦୁଇଦିନ ଭିତରେ ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବ ବୋଲି ନିର୍ବାଚନ  ପ୍ରଭାରୀ ବିଜୟପାଲ ସିଂ ତୋମାର ଆଜି ସୂଚନା ଦେଇଛନ୍ତି । ସୂତ୍ର ଅନୁସାରେ ପ୍ରଥମ ପର୍ଯ୍ୟାୟରେ ବିଜେପି ଅନ୍ୟୁନ ୧୦୦ ବିଧାନସଭା  ପାଇଁ ପ୍ରାର୍ଥୀ ଘୋଷଣା କରିପାରେ । ଏ ନେଇ ଦିଲ୍ଲୀରେ ଗତ ଦୁଇ ଦିନ ହେବ ବିଚାର ବିମର୍ଷ ଚାଲିଥିଲା । ଦିଲ୍ଲୀରେ ମଧ୍ୟ  ଓଡ଼ିଶାକୁ ନେଇ ବୈଠକ ବସିଛି । ଏପଟେ କ୍ଷେତ୍ରୀୟ ପ୍ରଭାରୀ  ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ ତୋମାର, ରାଜ୍ୟ ସଭାପତି  ମନମୋହନ ସାମଲ ଓ ରାଜ୍ୟ ନେତୃମଣ୍ଡଳୀଙ୍କୁ ନେଇ ଆଜି  ଭୁବନେଶ୍ୱର ପାର୍ଟି କାର୍ଯ୍ୟାଳୟରେ ଲମ୍ବା ଆଲୋଚନା ଚାଲିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.