ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

କର୍ଣ୍ଣାଟକର ଗୃହମନ୍ତ୍ରୀଙ୍କ ଦାବି, କହିଲେ- ଦରକାର ପଡ଼ିଲେ ବିଏସ୍‌ ୟେଦୁରପ୍ପାଙ୍କୁ ଗିରଫ କରାଯିବ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଖୁବଶୀଘ୍ର ତାଙ୍କୁ ଗିରଫ କରାଯାଇପାରେ । ଯଦି ଆବଶ୍ୟକ ପଡେ ତେବେ ବରିଷ୍ଠ ବିଜେପି ନେତାଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି କର୍ଣ୍ଣାଟକର ଗୃହମନ୍ତ୍ରୀ ଜି ପରମେଶ୍ୱର।  ଗୁରୁବାର କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି ଯେ ଆବଶ୍ୟକ ସ୍ଥଳେ ପୋକସୋ ମାମଲାରେ ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦୁରପ୍ପାଙ୍କୁ ଗିରଫ କରାଯିବ । ପୋକସୋ ମାମଲାରେ ଗିରଫ ହୋଇପାରନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା । ଏନେଇ ଇସାରା କରିଛନ୍ତି ରାଜ୍ୟର ଗୃହମନ୍ତ୍ରୀ ଜି ପମେଶ୍ବର । 

ସେ କହିଛନ୍ତି ରାଜ୍ୟ ଅପରାଧିକ ତଦନ୍ତ ବିଭାଗ (ସିଆଇଡି) ଏହା ଉପରେ ନିଷ୍ପତ୍ତି ନେବ।୧୭ ବର୍ଷୀୟ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବିଏସ୍‌ ୟେଦୁରପ୍ପାଙ୍କ ବିରୋଧରେ ପୋକସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ବୁଧବାର ସିଆଇଡି ତାଙ୍କୁ ନୋଟିସ୍‌ ଜାରି କରି ପଚରାଉଚରା ପାଇଁ ଡକାଇଥିଲା । କିନ୍ତୁ ୟେଦୁରପ୍ପା ତାଙ୍କ ଓକିଲଙ୍କ ମାଧ୍ୟମରେ ସେ ବର୍ତ୍ତମାନ ଦିଲ୍ଲୀରେ ଥିବା ଦର୍ଶାଇ ସିଆଇଡିରେ ହାଜର ହେବାକୁ ଏକ ସପ୍ତାହ ସମୟ ମାଗିଛନ୍ତି ।  

ମାର୍ଚ୍ଚ ୧୪ ତାରିଖରେ ପୀଡିତାଙ୍କ ମା' ସଦାଶିବନଗର ପୋଲିସ ଷ୍ଟେସନରେ ୟେଦୁରପ୍ପାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଚଳିତ ବର୍ଷ ଫେବ୍ରୁଆରୀ ୨ ତାରିଖରେ ଏହି ଘଟଣା ଘଟିଥିଲା । ଠକେଇ ମାମଲାରେ ଏହି ବରିଷ୍ଠ ବିଜେପି ନେତାଙ୍କ ଘରକୁ ସହାୟତା ମାଗିବାକୁ ଯାଇଥିବା ବେଳେ ସେ ତାଙ୍କ ଝିଅକୁ ଅସଦାଚରଣ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ପୋକସୋ ଆକ୍ଟ ଏବଂ ଆଇପିସିର ଧାରା ୩୫୪ ଏ (ଯୌନ ଉତ୍ପୀଡ଼ନ) ଅନୁଯାୟୀ ବରିଷ୍ଠ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେପଟେ ୟେଦୁରପ୍ପା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । 

 

 

 

  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.