ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ରସ୍ତୁତ ରୁହ, ବେଙ୍ଗଲ ଆସୁଛନ୍ତି ୧ କୋଟି ବାଂଲାଦେଶୀ ହିନ୍ଦୁ: ଶୁଭେନ୍ଦୁ ଅଧିକାରୀ

କୋଲକାତା: ବାଂଲାଦେଶ ଅଶାନ୍ତ, ବେଙ୍ଗଲରେ ହଇଚଇ ।   ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା । ସେ ଲୋକମାନଙ୍କୁ ସଜାଗ ରହିବାକୁ ଆହ୍ବାନ ଦେବା ସହ ଏକ କୋଟି ବାଂଲାଦେଶୀ ହିନ୍ଦୁ ରାଜ୍ୟକୁ ଆସୁଛନ୍ତି ବୋଲି କହିଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ ହସିନା ଦେଶ ଛାଡ଼ିବା ପରେ ଶୁଭେନ୍ଦୁ ଅଧିକାରୀଙ୍କ ଏହି ମନ୍ତବ୍ୟ  ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ବିଜେପି ନେତା ଗଣମାଧ୍ୟମକୁ ପ୍ରତିକ୍ରି୍ୟା ଦେଇ କହିଛନ୍ତି ଯେ, ‘ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କୁ ହତ୍ୟା କରାଯାଉଛି । ରଙ୍ଗପୁର କାଉନସିଲରଙ୍କୁ ହତ୍ୟା କରାଯାଇଛି । ସିରଜାଗଞ୍ଜରେ ୧୩ ଜଣ ପୋଲିସ ଅଧିକାରୀଙ୍କୁ ହତ୍ୟା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୯ ଜଣ ହିନ୍ଦୁ । ପ୍ରସ୍ତୁତ ରୁହ, ୧ କୋଟି ବାଂଲାଦେଶୀ ହିନ୍ଦୁ ବେଙ୍ଗଲ ଆସିଛନ୍ତି ।’ 

ଏହା ସହ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଏହି ପ୍ରସଙ୍ଗରେ କେନ୍ଦ୍ର ସହ ଆଲୋଚନା କରିବାକୁ ଦାବି କରିଛନ୍ତି ।  ସୂଚନାଯୋଗ୍ୟ, ବାଂଲାଦେଶର ରଙ୍ଗପୁରରେ ସଂରକ୍ଷଣ ବିରୋଧୀ ହିଂସାରେ ୪ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରୁ ପର୍ଶୁରାମ ଥନା ଆଓ୍ବାମୀ ଲିଗ୍‌ ସଭାପତି ଏବଂ ଓ୍ବାର୍ଡ ୪ର କାଉନସିଲର ହରଧନ ରୟ ସାମିଲ ଅଛନ୍ତି ।

ସେପଟେ ବାଂଲାଦେଶରେ ଏବେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ସଂରକ୍ଷଣ ବିରୋଧୀ ଆନ୍ଦୋଳନ ତୀବ୍ର ହେବା ପରେ ଶେଖ ହସିନାଙ୍କୁ ପଦ ଓ ଦେଶ ଛାଡ଼ି ଚାଲିଯିବାକୁ ପଡ଼ିଛି । ସେନା ହେଲିକପ୍ଟରରେ ଢ଼ାକାରୁ ଗାଜିୟାବାଦର ହିଣ୍ଡନ ଏୟାରପୋର୍ଟରେ ପହଞ୍ଚିଛନ୍ତି ଶେଖ ହସିନା । ଏପରିକି ସେ ଲଣ୍ଡନ ଚାଲିଯାଇ ପାରନ୍ତି ବୋଲି କୁହାଯାଉଛି ।  ହସିନା ପଳାୟନ କରିବା ପରେ ସେନା ଦେଶର ଶାସନଭାର ହାତକୁ ନେଇଛି । ସେନା ମୁଖ୍ୟ ୪୮ ଘଣ୍ଟା ଭିତରେ ଅନ୍ତରୀଣ ସରକାର ଗଠନ ହେବ ବୋଲି ଘୋଷଣା କରିଛନ୍ତି ।   

  • Bangladesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.