ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ନିର୍ବାଚନ: ୩ ରାଜ୍ୟରେ ପ୍ରାର୍ଥୀ ଦେବ ନାହିଁ ବିଜେପି, ସ୍ଥାନୀୟ ଦଳକୁ ଦେବ ସମର୍ଥନ

ନୂଆଦିଲ୍ଲୀ, ୨୩/୦୩: ଲୋକସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇ ସାରିଥିବା ବେଳେ ବିଭିନ୍ନ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛନ୍ତି । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଚଳିତ ନିର୍ବାଚନରେ ୪୦୦ ନାରା ଦେଇଛି । ତେବେ ମଣିପୁର, ମେଘାଳୟ ଓ ନାଗାଲାଣ୍ଡରେ ବିଜେପି ଲୋକସଭା ନିର୍ବାଚନରେ କୌଣସି ପ୍ରାର୍ଥୀ ଦେବ ନାହିଁ । ଏହି ୩ ରାଜ୍ୟରେ ବିଜେପି, ସ୍ଥାନୀୟ ଦଳକୁ ତାର ସମର୍ଥନ ଦେବା ଲାଗି ନିଷ୍ପତ୍ତି ନେଇଛି ।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ମେଘାଳୟରେ କ୍ଷମତାରେ ଥିବା ନ୍ୟାସନାଲ୍ ପିପୁଲ୍ସ ପାର୍ଟି (NPP)କୁ ପ୍ରାଥମିକତା ଦେଇ ବିଜେପି ଲୋକସଭା ନିର୍ବାଚନରେ ୨ ଆସନ ଶିଲଙ୍ଗ ଓ ତୁରାରେ ଏନପିପି ପ୍ରାର୍ଥୀଙ୍କୁ ସମର୍ଥନ ଦେବ । ଏନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ସମ୍ବିତ ପାତ୍ର ।

ସେ ଆହୁରି କହିଛନ୍ତି, ଆଉଟର ମଣିପୁର ଲୋକସଭା କ୍ଷେତ୍ରରେ ବି ବିଜେପି ପ୍ରାର୍ଥୀ ଦେବ ନାହିଁ । ସେଠାରେ ଏନପିଏଫ୍ ପ୍ରାର୍ଥୀ ଦେବ, ବିଜେପି ସମର୍ଥନ କରିବ । ସେହିଭଳି ନାଗାଲାଣ୍ଡର ଏକମାତ୍ର ଲୋକସଭା ଆସନରେ ଏନଡିପିପି ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେପି । 

ଏହି ୩ ରାଜ୍ୟର ୫ ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍ ୧୯ରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଆସନରେ ଭୋଟିଂ ହେବ । ଚଳିତଥର ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ଜୁନ୍ ୪ରେ ଆସିବ ନିର୍ବାନ ଫଳାଫଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.