ପ୍ରମୂଖ ଖବର

ଚିଲିକାରେ ବିଜେପିର ବାଜିମାତ : ରଘୁ ହାରିଲେ, ପୃଥିରାଜ ଜିତିଲେ

ଭୁବନେଶ୍ବର, ୪।୬ : ଚିଲିକାରେ ବିଜେପି ପ୍ରାର୍ଥୀ  ପୃଥିରାଜ ହରିଚନ୍ଦନ ବିଜୟୀ ହୋଇଛନ୍ତି। ସେ  ୪୫୬୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପୃଥିରାଜଙ୍କୁ ୮୩୨୬୪ ଖଣ୍ଡ ଭୋଟ ମିଳିଥିବା ବେଳେ  ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କୁ ୭୮୬୯୮ ଖଣ୍ଡ ଭୋଟ ମିଳିଥିଲା। ଗତ ଥର ଏଠାରେ ବିଜେଡି ବିଜୟୀ ହୋଇଥିଲେ ମଧ୍ୟ ଚଳିତ ନିର୍ବାଚନରେ ନିଜର ବିଜୟ ଧାରାକୁ ରଖି ପାରି ନାହିଁ। ବିଜେଡିର ବିଜୟ ଉପରେ ରୋକ ଲଗାଇଛି ବିଜେପି।  ସେହିପରି କଂଗ୍ରେସରୁ ପ୍ରଦୀପ କୁମାର ସ୍ବାଇଁ ୩୦୮୨ ଖଣ୍ଡ ଭୋଟ ପାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.