ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିହାର ବିଜେପିର ଟାଣୁଆ ନେତା ସୁଶୀଲ ମୋଦୀଙ୍କୁ କ୍ୟାନସର, ଏଥର ଲଢିବେନି ନିର୍ବାଚନ

ନୂଆଦିଲ୍ଲୀ,୩।୪: ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କୁ କ୍ୟାନ୍‌ସର। ୬ ମାସ ହେଲା ସୁଶୀଲ ମୋଦୀ ଏହି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି। ଏ ସମ୍ପର୍କରେ ସୋସିଆଲ ମିଡ଼ିଆ ଆକାଉଣ୍ଟ Xରେ ପୋଷ୍ଟ କରି କହିଛନ୍ତି ଯେ, 'ଗତ ୬ ମାସ ହେବ କ୍ୟାନସର ସହ ସଂଘର୍ଷ କରୁଛି। କିନ୍ତୁ ଏବେ ଲାଗୁଛି ଯେ, ଏକଥା ଲୋକଙ୍କୁ ଜଣାଇବାର ସମୟ ଆସିଯାଇଛି। ତେଣୁ ଲୋକସଭା ନିର୍ବାଚନରେ ଏଥର ମୁଁ ଲଢ଼ିପାରିବି ନାହିଁ କିମ୍ବା କିଛି କରିପାରିବି ନାହିଁ। ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଜଣାଇ ଦେଇଛି। ଦେଶ, ବିହାର ଓ ବିଜେପି ପାଇଁ ସବୁବେଳେ ମୁଁ ସମର୍ପିତ ରହିବି।'

ସୁଶୀଲ ମୋଦୀ ବିହାରରେ ବିଜେପିର ବରିଷ୍ଠ ନେତା। ଚଳିତ ବର୍ଷ ତାଙ୍କର ରାଜ୍ୟସଭା ସଦସ୍ୟତା ଶେଷ ହୋଇଥିଲା। ବିଜେପି ତାଙ୍କୁ ପୁଣିଥରେ ରାଜ୍ୟସଭା ସାଂସଦ କରିନଥିବାରୁ ସେ ଲୋକସଭା ନିର୍ବାଚନ ଲଢିବାର ଚର୍ଚ୍ଚା ହେଉଥିଲା। ତେବେ ବିଜେପି କ୍ୟାଣ୍ଡିଡେଟ୍‌ ଲିଷ୍ଟ ଆସିବା ପରେ ଏହା ମଧ୍ୟ ସ୍ପଷ୍ଟ ହୋଇଯାଇଛି ଯେ, ସେ ନିର୍ବାଚନ ଲଢିବେନି। ଗତ କିଛି ମାସ ହେବ ସାର୍ବଜନୀକ ମଞ୍ଚଠାରୁ ସେ ଦୂରତ୍ବ ବଜାୟ ରଖିଥିଲେ। ତେବେ ସେ ସୋସିଆଲ ମିଡିଆରେ ସମ୍ପୂର୍ଣ୍ଣ ଭାବରେ ଆକ୍ଟିଭ ଅଛନ୍ତି। ଏବେ ସେ ସୋସିଆଲ ମିଡିଆ ଜରିଆରେ ନିଜକୁ କ୍ୟାନସର ସମ୍ପର୍କରେ ସୂଚନା ଦେଇଛନ୍ତି। 

ଉଲ୍ଲେଖନୀୟ ଯେ, ବିହାରର ଡେପୁଟି ସିଏମ୍ ହେବା ବ୍ୟତୀତ ସୁଶୀଲ କୁମାର ମୋଦୀ ରାଜ୍ୟସଭା ସାଂସଦ ମଧ୍ୟ ରହି ସାରିଛନ୍ତି। ତେବେ ଚଳିତ ବର୍ଷ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇ ନାହିଁ। ୩୩ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ସେ ରାଜ୍ୟସଭା, ବିଧାନସଭା ଏବଂ ବିଧାନ ପରିଷଦ ସମେତ ସମସ୍ତ ୪ଟି ଗୃହର ସଦସ୍ୟ ରହି ସାରିଛନ୍ତି। ୫ ବର୍ଷ   ବିଧାନ ପରିଷଦର ସଦସ୍ୟ ମଧ୍ୟ ରହିଆସିଛନ୍ତି।  ଏଭଳି  ଜଣେ ଟାଣୁଆ ନେତାହୋଇ ମଧ୍ୟ ଚଳିତ ନିର୍ବାଚନ ଲଢିବେନି ସୁଶୀଲ ମୋଦୀ।

  • prameyanews
  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.