ଥୁଆମୂଳ ରାମପୁର, ୧୭/୨ : ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅନ୍ତର୍ଗତ କିଆପଦର ଭଟାଗୁଡା ଗ୍ରାମ ନିକଟ ଏକ ପୋଲ ତଳୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଉଛନ୍ତି ଡାଲଗୁମା ଗ୍ରାମର ମହାନ୍ତି ମାଝୀ (୪୦ ବର୍ଷ)।
ସୂଚନା ଅନୁଯାୟୀ, ମହାନ୍ତି ମାଝୀ ଗୁରୁବାର କୌଣସି କାରଣ ନେଇ ଭଟାଗୁଡା ଗାଁକୁ ଯାଇ ଫେରିନଥିଲେ। ସନ୍ଧ୍ୟା ହେଲା ପରେ ଘର ଲୋକ ଖୋଜାଖୋଜି କରି ପାଇନଥିଲେ। ଶୁକ୍ରବାର ସକାଳୁ ପୁଣି ଖୋଜାଖୋଜି କଲା ପରେ ଭଟାଗୁଡା ନିକଟ ଏକ ପୋଲ ତଳେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ମୃତକଙ୍କ ବାପା କୁମୁଡା ମାଝୀ ଏନେଇ କର୍ଲାପାଟ ଥାନାରେ ଅଭିଯୋଗ କରିଥିଲେ। କର୍ଲାପାଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି ପୋଲିସ। ଥାନାରେ କେସ୍ ନଂ UD 1ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ।