ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଲିଉଡ଼ର ଏହି ଅଭିନେତାମାନେ ଫିଲ୍ମରେ ଖେଳିଛନ୍ତି ଜବରଦସ୍ତ ହୋଲି, ଆଜି ବି ଗୀତରେ ଝୁମିଥାନ୍ତି ଲୋକେ

ନୂଆଦିଲ୍ଲୀ,୨୦/୩ :  ଏହି ହୋଲିରେ ଯଦି ଆପଣ ବି ଘରେ ବସିଛନ୍ତି ତ ଆପଣ ଏହି ଫିଲ୍ମ ଦେଖିପାରିବେ । ଯେଉଁଥିରେ ଆପଣଙ୍କୁ ଫିଲ୍ମର ଷ୍ଟାରମାନେ ହୋଲି ଖେଳୁଥିବା ନଜର ଆସିବେ । ଯଦି ଆପଣ ସେଲିବ୍ରେଶନ ମୋଡ଼ରେ ଅଛନ୍ତି ତ ଏହି ସୁପରହିଟ ଫିଲ୍ମର ଗୀତ ଶୁଣିପାରିବେ । ଏହି ଲିଷ୍ଟରେ ଆପଣଙ୍କୁ ୯୦ଦଶକରୁ ନେଇ ଲାଟେଷ୍ଟ ଫିଲ୍ମ ମିଳିଯିବ । ଯେଉଁ ଗୀତରେ ଝୁମିବା ସହ ଆପଣ ଏହାକୁ ସେଲିବ୍ରେଶନ କରିପାରିବେ । 

ହୋଲିର ଉତ୍ସବରେ ‘ହୋଲି ଖେଲେ ରଘୁବୀର ଆ ଅବଧ ମେଁ ’ ଗୀତ ବାଜିବନି ଏଭଳି ତ ହୋଇପାରିବନି । ଏହି ଗୀତ ୨୦୦୩ରେ ରିଲିଜ ହୋଇଥିବା ବାଗବାନର । ଏହି ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ହେମା ମାଳିନୀ ନଜର ଆସିଥିଲେ । ଏହି ଫିଲ୍ମର ଏହି ଗୀତ ସୁପରହିଟ ଅଟେ । ୟୁଟ୍ୟୁବରେ ଏହି ଗୀତକୁ ୨୭କୋଟିରୁ ଅଧିକ ଥର ଦେଖାଯାଇଛି ।

 ରଣବୀର କପୁର ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ୟେ ଜବାନୀ ହେ ଦିଓ୍ବାନୀର ସବୁ ଗୀତ ବହୁତ ଶାନଦାର୍ ଥିଲା । କିନ୍ତୁ ଏହି ଫିଲ୍ମର ହୋଲି ଗୀତ ଫିଲ୍ମରେ ଚାରଚାନ୍ଦ ଲଗାଇଦେଇଥିଲା । ଏହି ଫିଲ୍ମର ହୋଲି ସ୍ପେଶାଲ ଗୀତ ଥିଲା ବଲମ ପିଚକାରୀ । ହୋଲି ଦିନ ଲୋକେ ପ୍ରାୟ ଏହି ଗୀତରେ ଡ୍ୟାନ୍ସ କରିଥାନ୍ତି । ଏହି ଫିଲ୍ମ ୨୦୧୩ରେ ଆସିଥିଲା ।

 ୨୦୦୦ରେ ଶାହରୁଖ ଖାନ ଏବଂ ଅମିତାଭ ବଚ୍ଚନଙ୍କ ଫିଲ୍ମ ମୋହବ୍ବତେ ବଡ଼ ପରଦାରେ ରିଲିଜ ହୋଇଥିଲା ।  ଏହି ଫିଲ୍ମର କାହାଣୀ ତ କେତେକ ଲଭ ଷ୍ଟୋରୀ ଉପରେ ବେସ୍ଡ ଅଟେ । କିନ୍ତୁ ଏହି ଫିଲ୍ମର ହୋଲି ସିନକୁ ବହୁତ ପସନ୍ଦ କରାଯାଇଥିଲା । ଏଥିରେ ଶାହରୁଖ ଖାନ ନିଜ ଛାତ୍ରଛାତ୍ରୀଙ୍କ ଲାଗି ହୋଲିର ଅନୁମତି ନେବାକୁ ଅମିତାଭ ବଚ୍ଚନଙ୍କ ନିକଟକୁ ଯାଉଛନ୍ତି । ଏବଂ ତାଙ୍କୁ ବି ରଙ୍ଗ ଲଗାଉଛନ୍ତି । ଯାହାପରେ ତାଙ୍କ ମ୍ୟୁଜିକ କ୍ଲାସର ଛାତ୍ରଛାତ୍ରୀଙ୍କୁ ହୋଲି ଖେଳିବାକୁ ଅନୁମତି ମିଳିଯାଉଛି । 

 ହୋଲି ଅଛି ଆଉ ଅମିତାଭ ବଚ୍ଚନଙ୍କ ଶୋଲେ ଫିଲ୍ମର କଥା ହେବ ନି ଏହା ହୋଇନପାରେ । ୧୯୭୫ରେ ଆସିଥିବା ଫିଲ୍ମ ଶୋଲେ ବଡ଼ ପରଦାର ସୁପରହିଟ ଫିଲ୍ମ ରହିଥିଲା।  ଏହାକୁ ଆଜି ବି ଲୋକେ ଦେଖିବାକୁ ପସନ୍ଦ କରିଥାନ୍ତି।  ଫିଲ୍ମର ହୋଲି ସ୍ବିକ୍ବେନ୍ସ ବହୁତ ଭଲ ରହିଛି । ଏହି ଗୀତରେ ଅମତିଭା ବଚ୍ଚନ, ହେମା ମାଳିନୀ ଏବଂ ଧର୍ମେନ୍ଦ୍ର ଏକାସାଥିରେ ହୋଲି ଖେଳୁଛନ୍ତି । ଏହି ଗୀତକୁ ୟୁଟ୍ୟୁବରେ ୧୧ମିଲିୟନରୁ ଅଧିକ ଭ୍ୟୁଜ୍ ମିଳିଛି । 

ବରୁଣ ଧଓ୍ବନ ଏବଂ ଆଲିୟା ଭଟ୍ଟଙ୍କ ଫିଲ୍ମ ବଦ୍ରିନାଥର ଦୁହ୍ଲନିୟା ଗୀତ ଆଜିର ଦିନରେ ଯୁବ ପିଢୀଙ୍କୁ ଝୁମାଇଥାଏ ।  ଏହି ଗୀତ ଅଟେ ‘ଖେଲନ କ୍ୟୁଁ ନ ଆଏ ତୁ ହୋଲି ଓ ରସିୟା’ । ଏଥିରେ ଫିଲ୍ମର ଲିଡ୍ ଅଭିନେତ୍ରୀଙ୍କ ଡ୍ୟାନ୍ସ ଖୁବ୍ ପସନ୍ଦ କରାଯାଇଥିଲା । ହୋଲି ଅବସରରେ ୨୦୧୭ରେ ରିଲିଜ ହୋଇଥିବା ଏହି ଫିଲ୍ମର ଗୀତ ବାଜିବା ବି ମଷ୍ଟ ଥିଲା ।

ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଏବଂ ପ୍ରିୟଙ୍କା ଚୋପଡ଼ାଙ୍କ ଫିଲ୍ମ ବକ୍ତର ହୋଲି ଗୀତ ବି ଖୁବ୍ ଫେମସ ରହିଛି । ହୋଲିରେ ଆପଣଙ୍କୁ ଏହି ଗୀତ ବି ଶୁଣିବା ଲାଗି ମିଳିଯିବ । ଏଥିରେ ଅମିତାଭ ବଚ୍ଚନ ବି ଲିଡ଼ ରୋଲରେ ନଜର ଆସିଥିଲେ।  ଫିଲ୍ମର ଗୀତ ଥିଲା ଲେଟ୍ସ ପ୍ଲେ ହୋଲି । ୨୦୦୫ରେ ଏହି ଫିଲ୍ମ ଆସିଥିଲା । 

ଶାହରୁଖ ଖାନ, ସନି ଦେଓ୍ବଲ ଏବଂ ଜୁହୀ ଚାଓ୍ବଲାଙ୍କ ଫିଲ୍ମ ‘ଡର’ସୁପରହିଟ ହୋଇଥିଲା । ଏହି ଫିଲ୍ମର ହୋଲି ଗୀତ ଲୋକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଗୀତ ଥିଲା ଅଙ୍ଗ ସେ ଅଙ୍ଗ ଲେଗାନା । ଏହି ଗୀତରେ ୩ଅଭିନେତା ବହୁତ ଭଲ ଡ୍ୟାନ୍ସ କରିଥିଲେ । ଏହି ଫିଲ୍ମ ୧୯୯୩ରେ ରିଲିଜ ହୋଇଥିଲା। ଏହାର ଗୀତ ଲୋକେ ଆଜି ବି ଶୁଣିବାକୁ ପସନ୍ଦ କରିଥାନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.