ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିଶ୍ଚିତ ରୂପେ ଆସିବ ପରବର୍ତ୍ତୀ ମହାମାରୀ, ଚେତାବନୀ ଦେଲେ ବ୍ରିଟେନ୍‌ ବୈଜ୍ଞାନିକ

ଲଣ୍ଡନ: କରୋନା ମହାମାରୀର ଦୁଃଖ ଏବେ ବି ଜନମାନସରୁ ଲିଭିନାହିଁ । ଆଉ ଏହାରି ଭିତରେ ବ୍ରିଟେନର ଜଣେ ବୈଜ୍ଞାନିକଙ୍କ ଚେତବାନୀ ଚିନ୍ତାର କାରଣ ପାଲଟିଛି । ସେ କହିଛନ୍ତି, ପରବର୍ତ୍ତୀ ମହାମାରୀ ନିଶ୍ଚିତ ରୂପେ ଆସିବ ।   ବ୍ରିଟେନ ସରକାରଙ୍କ ପୂର୍ବତନ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସାର୍‌ ପ୍ୟାଟ୍ରିକ୍‌ ଭ୍ୟାଲେନ୍ସ ଚେତାବନୀ ଦେଇ କହିଛନ୍ତି ଯେ, ଆଉ ଏକ ମହାମାରୀ ନିଶ୍ଚିତ ଭାବେ ଆସିବ । ଆଉ ଏଥିପାଇଁ ସରକାର ସଜାଗ ରହିବା ଅତି ଜରୁରି । ଦେଶରେ ଆଉ ଏକ ସଂକ୍ରମଣକୁ ଚିହ୍ନଟ କରିବା ଲାଗି ପର୍ଯ୍ୟାପ୍ତ ଭିତ୍ତିଭୂମି ବିକାଶ କରିବାକୁ ପୋଓ୍ବେଜ୍‌ରେ ଆୟୋଜିତ ହେ’ ଉତ୍ସବରେ ସରକାରଙ୍କୁ ଭ୍ୟାଲେନ୍ସ ପରାମର୍ଶ ଦେଇଛନ୍ତି ।

 ଏହା ସହ ଆମେ ଏପର୍ଯ୍ୟନ୍ତ ସଜାଗ ହୋଇନାହାନ୍ତି ବୋଲି ସେ କହିଛନ୍ତି । ୨୦୨୧ରେ ଜି-୭ ବୈଠକରେ ସେ ଦେଇଥିବା ସନ୍ଦେଶକୁ ଦୋହରାଇବା ସହ ଏବେ ସମଗ୍ର ବିଶ୍ବର ସହଯୋଗ ଦରକାର ବୋଲି ସେ ଦାବି କରିଛନ୍ତି । ବିଶ୍ବ ସମୂହଙ୍କ ସହାୟତାରେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ବ ଦିଆଯିବା ଦରକାର ବୋଲି ସେ କହିଛନ୍ତି । ଟେଷ୍ଟିଂ ସହିତ ଭ୍ୟାକ୍ସିନ ଏବଂ ଚିକିତ୍ସା ଭିତ୍ତିଭୂମି ଉପରେ ଜୋର ଦେଇଛନ୍ତି ଭ୍ୟାଲେନ୍ସ । 

 ‘ଗାର୍ଡିଆନ୍‌’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପ୍ୟାଟ୍ରିକ୍‌ ଭ୍ୟାଲେନ୍ସ ସେନାକୁ ସଜାଗ କଲା ଭଳି ପରବର୍ତ୍ତୀ ମହାମାରୀ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ‘ଆମେ ଜାଣିଛନ୍ତି ଆମ ପାଖରେ ସେନା ରହିଛି । ଏହାର ଅର୍ଥ ନୁହେଁ ଯେ ଚଳିତ ବର୍ଷ ସେମାନେ ଯୁଦ୍ଧକୁ ଯିବେ । ଏହା ଆମ ଦେଶର ସୁରକ୍ଷା ପାଇଁ ନିହାତି ଜରୁରି । ସେହିଭଳି ସମ୍ଭାବ୍ୟ ମହାମାରୀକୁ ନଜରରେ ରଖି ଆମେ ପ୍ରସ୍ତୁତ ରହିବା ଆବଶ୍ୟକ ।’ 

 ସେପଟେ ମହତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ନିରନ୍ତର ଧ୍ୟାନ ଦିଆଯାଉନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ଭ୍ୟାଲେନ୍ସ । ଏହାକୁ ଜି-୭ ଏବଂ ଜି-୨୦ ଏଜେଣ୍ଡାରେ ସର୍ବଦା ସାମିଲ କରାଯିବା ଦରକାର । ଯଦି ଏଭଳି ନହୁଏ ତେବେ ଆଗାମୀ ଦିନରେ ପରିସ୍ଥିତି ଖରାପ ହୋଇପାରେ । ଆଗାମୀ ସମୟରେ ମହାମାରୀ ନିଶ୍ଚିତ ଆସିବ ଏହା କେବଳ ସମୟ ଉପରେ ନିର୍ଭର କରେ ବୋଲି କହିଛନ୍ତି ପ୍ୟାଟ୍ରିକ୍‌ ଭ୍ୟାଲେନ୍ସ ।

 

  • Covid
  • Britain
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.