ଭୁବନେଶ୍ବର, ୩।୮ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବର୍ତ୍ତମାନ ଚାଲୁ ରହିଛି। ସବୁ ସରକାରୀ ଓ ଘରୋଇ ହସ୍ପିଟାଲରେ ବିଏସକେଓ୍ବାଇ ବର୍ତ୍ତମାନ ପାଇଁ ଚାଲୁ ରହିବ। ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି। ସମସ୍ତଙ୍କୁ ଏହି କାର୍ଡ ମିଳିବ। ପୂର୍ଣ୍ଣାଙ୍ଗ ବଜେଟ ସେପ୍ଟେମ୍ବର ୧୦ ରେ ଆଗତ ହେବ । ତା’ପରେ ପର୍ଯ୍ୟାୟକ୍ରମେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ସେତେବେଳେ ଯାଇକି ନୂଆ କାର୍ଡ ମିଳିବ । ହେଲେ ବର୍ତ୍ତମାନ ସବୁ ସରକାରୀ ଓ ଘରୋଇ ହସ୍ପିଟାଲରେ ବିଏସକେଓ୍ବାଇ ଜାରି ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
ମେଡିକାଲ କଲେଜ, ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ ସବୁଠାରେ ବୁଲା କୁକୁରଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯିବ। ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଏହା କରି ଜଳାନ୍ତକମୁକ୍ତ ଓଡ଼ିଶା କରାଯିବ। ୨୦୩୦ ସୁଦ୍ଧା ରାଜ୍ୟ ଜଳାନ୍ତକମୁକ୍ତ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ଆହୁରି ପଢନ୍ତୁ : ଜିଲ୍ଲା ବୁଲିବେ ମନ୍ତ୍ରୀ, ଲୋକଙ୍କ ପାଖରେ ସରକାରଙ୍କ ବାର୍ତ୍ତା ପହଞ୍ଚାଇବେ