ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଜେଟ୍ ଅଧିବେଶନ ପୂର୍ବରୁ ରଦ୍ଦ ହେବ ସବୁ ସାଂସଦଙ୍କ ନିଲମ୍ବନ, ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୩୦।୧: ଜାନୁଆରୀ ୩୧ରୁ ଆରମ୍ଭ ହେବାକୁ ଯାଉଛି ସଂସଦର  ବଜେଟ୍ ଅଧିବେଶନ । ଏହା ପୂର୍ବରୁ ସବୁ ସାଂସଦଙ୍କ ନିଲମ୍ବନ ରଦ୍ଦ କରି ଦିଆଯିବ। ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୀତାକାଳୀନ ଅଧିବେଶନ ବେଳେ ନିଲମ୍ବିତ ବିରୋଧି ସାଂସଦଙ୍କ ନିଲମ୍ବନ ରଦ୍ଦ କରାଯିବ। ଏହି ସମୟରେ ସବୁ ୧୧ ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ରଦ୍ଦ କରି ଦିଆଯାଇଛି। ଉଲ୍ଲେଖନୀୟ ଯେ,ଗତ ବର୍ଷ ଶୀତାକାଳୀନ ଅଧିବେଶନ ବେଳେ ୧୪୬ ସାଂସଦଙ୍କୁ ନିଲମ୍ବିତ କରି ଦିଆଯାଇଛି। ବିରୋଧି ସାଂସଦ ଲୋକସଭାରେ ସୁରକ୍ଷା ଉଲଂଘନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବୟାନ ମାଗିଥିଲେ। ପ୍ରବଳ ହଙ୍ଗାମା ଭିତରେ ଏହି ସାଂସଦଙ୍କୁ ନିଲମ୍ବିତ କରା ଯାଇଥିଲା।

ପାକିସ୍ତାନରେ ମଧ୍ୟ ବିମୁଦ୍ରୀକରଣ; ନୂତନ ମୁଦ୍ରା ଜାରି କରିବାକୁ ଆଦେଶ ଦେଲେ କେନ୍ଦ୍ରିୟ ବ୍ୟାଙ୍କ

ନିଲମ୍ବିତ ସାଂସଦଙ୍କୁ ନିଲମ୍ବନକୁ ରଦ୍ଦ କରିବା ବିଷୟରେ ପଚରାଯିବା ପରେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସବୁ(ନିଲମ୍ବନ) ରଦ୍ଦ କରି ଦିଆଯିବ। ମୁଁ (ଲୋକସଭା) ଅଧ୍ୟକ୍ଷ ଓ (ରାଜ୍ୟସଭା) ସଭାପତିଙ୍କ ସହ କଥା ହୋଇଛି। ମୁଁ ସରକାରଙ୍କ ପକ୍ଷରୁ ମଧ୍ୟ ତାଙ୍କୁ ଅନୁରୋଧ କରିଛି। ଏହା ଅଧ୍ୟକ୍ଷ ଓ ସଭାପତିଙ୍କ ଅଧିକାର କ୍ଷେତ୍ରରେ ରହିଛି। ତେଣୁ ଆମେ ସେହି ଦୁହିଁଙ୍କୁ ଅନୁରୋଧ କରିଛୁ ଯେ, ସେ ସମ୍ବନ୍ଧିତ ବିଶେଷାଧିକାର ପ୍ରାପ୍ତ କମିଟି ସହ କଥା ହୁଅନ୍ତୁ, ନିଲମ୍ବନ ରଦ୍ଦ କରନ୍ତୁ ଓ ତାଙ୍କୁ ଗୃହକୁ ଆସିବାର ସୁଯୋଗ ଦିଅନ୍ତୁ। ଦୁହେଁ ରାଜି ହୋଇଯାଇଛନ୍ତି।  

ବିଜେପି ନେତାଙ୍କୁ ହତ୍ୟା ମାମଲା, ୧୫ ପିଏଫ୍‌ଆଇ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ

୧୪୬ ରୁ ୧୩୨ ସାଂସଦଙ୍କୁ ସଂସଦର କେବଳ ଶୀତକାଳୀନ ଅଧିବେଶନ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି। ତେଣୁ ଯେତେବେଳେ ଦୁଇଟି ଗୃହରେ ଅଧିବେଶର ଆରମ୍ଭ ହେବ ତାଙ୍କ ନିଲମ୍ବନ ରଦ୍ଦ କରିଦିଆଯିବ। ଅନ୍ୟ ୧୪ ସାଂସଦଙ୍କ ଭିତରୁ ୧୧ ରାଜ୍ୟସଭାରୁ ଓ ୩ ଲୋକସଭାରୁ ରହିଛନ୍ତି। ତାଙ୍କ ମାମଲାକୁ ସଂସଦର ବିଶେଷାଧିକାର କମିଟି ପାଖକୁ ପଠାଇ ଦିଆଯାଇଥିଲା ଓ କୁହାଯାଇଥିଲା କମିଟିର ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବନ କରିଦିଆଯାଇଛି। ଏବେ ଏହି ସାଂସଦଙ୍କ ନିଲମ୍ବନ ମଧ୍ୟ ଫେରାଇ ନିଆଯାଇଛି। ଲୋକସଭାର ବିଶେଷାଧିକାର କମିଟି ଯେଉଁଠି ୧୧ ଜାନୁଆରୀରେ ୧୧ ଲୋକସଭା ସାଂସଦଙ୍କ ନିଲମ୍ବନ ରଦ୍ଦ କରିଦଆ ଯାଇଥିଲା, ସେଭଳି ୨ ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ଆଜି ରଦ୍ଦ କରିଦିଆଯାଇଛି।

  • prameyanews
  • PrameyaOdia
  • prameya
  • Union Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.