ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପତଞ୍ଜଳି ବିଜ୍ଞାପନ ମାମଲା:ବାବା ରାମଦେବ ଓ ବାଳକୃଷ୍ଣଙ୍କ ଉପରେ ଚାଲିବ କ୍ରିମିନାଲ କେସ୍

ନୂଆଦିଲ୍ଲୀ,୨୫।୫:  ପତଞ୍ଜଳି ଆର୍ୟୁବେଦର ପ୍ରତିଷ୍ଠାତା ଯୋଗଗୁରୁ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ବିରୋଧରେ ଚାଲିବ କ୍ରିମିନାଲ କେସ୍। କେରଳର  ଏକ କୋର୍ଟ ଏନେଇ ଅନୁମତି ଦେଇଛନ୍ତି। ୩ ଜୁନ୍‌ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ମାମଲାରେ ରାମଦେବ ଓ ବାଳକୃଷ୍ଣଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାର ସମ୍ଭାବନା ରହିଛି। ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଦୁହେଁ ସୁପ୍ରିମକୋର୍ଟର ଅବମାନନାକୁ ନେଇ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ଦେଶର ସର୍ବୋଚ୍ଚ ଅଦାଲତ ତାଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦେଶ ଦେଇଥିଲେ।

ଅପ୍ରେଲ ୨୦୨୪ ରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଦ୍ବାରା ଦାଖଲ ମାମଲାରେ କେରଳର କୋଝିକୋଡାରେ ଫାଷ୍ଟ କ୍ଲାସ ମାଜିଷ୍ଟେ୍ରଟଙ୍କ କୋର୍ଟରେ ଶୁଣାଣି ହୋଇଛି। ଡ୍ରଗ୍ସ ଆଣ୍ଡ ମ୍ୟାଜିକ୍ ରିମେଡିଜ୍(ଆପତ୍ତିଜନକ ବିଜ୍ଞାପନ) ଅଧିନିୟମ, ୧୯୫୪ର ଧାରା ୩(ବି) ଓ ୩ (ଡି) ଅନୁସାରେ ମାମଲା ରୁଜୁ କରାଯାଇଛି। ସୁପ୍ରିମକୋର୍ଟ ନିକଟରେ ନିର୍ଦେଶ ଦେଇଥିଲେ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କିତ ଅବମାନନା ମାମଲାରେ ତାଙ୍କର ଉପସ୍ଥିତି ବାଧ୍ୟତାମୂଳକ।

ପତଞ୍ଜଳି ଆର୍ୟୁବେଦ ଓ ଏହାର ସଂସ୍ଥାପକଙ୍କୁ ନିଜ ବିଜ୍ଞାପନରେ କରିଥିବା ଦାବିକୁ ନେଇ ଯାଞ୍ଚର ସମ୍ମୁଖୀନ ହୋଇଥିଲେ। ଇଣ୍ଡିଆନ ମେଡିକାଲ ଆସୋସିଏସନ୍(ଆଇଏମ୍‌ଏମ)ପୂର୍ବରୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ, ଯାହାର କାରଣ ପତଞ୍ଜଳିର କିଛି ବିଜ୍ଞାପନକୁ ନେଇ ଅସ୍ଥାୟୀ କଟକଣା ଲଗାଇ ଦିଆଯାଇଥିଲା। ରୋଗର ଚିକିତ୍ସା ବେଳେ ତା’ର ଉତ୍ପାଦ ବିଷୟରେ ମିଛ ଦାବି ପାଇଁ ଅବମାନନା ନୋଟିସ ଜାରି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.