ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଇରାନ ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଲେ ମସୁଦ ପେଜେଶକିଆନ୍

ନୂଆଦିଲ୍ଲୀ,୬/୭: ଇରାନର ରାଷ୍ଟ୍ରପତି ନିର୍ବାଚନର ଆସିଲା ଫଳାଫଳ।  ରାଷ୍ଟ୍ରପତି ନିର୍ବାଚନରେ ସଂସ୍କାରବାଦୀ ମସୁଦ ପେଜେଶକିଆନ୍ ବିଜୟୀ ହୋଇଛନ୍ତି । ସେ ମୌଳିକବାଦୀ ବିବେଚିତ ପ୍ରାର୍ଥୀ  ସଇଦ ଜଲିଲଙ୍କୁ ଏହି ନିର୍ବାଚନରେ ପରାସ୍ତ କରିଛନ୍ତି । ଏହି ନିର୍ବାଚନରେ ସେ ଇରାନକୁ ପାଶ୍ଚାତ୍ୟ ଦେଶ ସହ ଯୋଡିବାକୁ ପ୍ରତିଶୃତି ଦେଇଛନ୍ତି। ଯାହା ଦଶନ୍ଧି ଧରି ଆମେରିକାର ନେତୃତ୍ବ ସହ ବିବାଦ କରିଆସୁଛି। 

ମସୁଦଙ୍କୁ ବର୍ତ୍ତମାନ ୬୯ ବର୍ଷ ବୟସ ହୋଇଥିବା ବେଳେ ଜଲିଲଙ୍କୁ ୫୮ ବର୍ଷ  । ଏହି ନିର୍ବାନରେ ମସୁଦଙ୍କୁ ୧୬.୩ ମିଲିୟନ ଭୋଟ ମିଳିଥିବା ବେଳେ ଜଲିଲଙ୍କୁ ୧୩.୫ ମିଲିୟନ ଭୋଟ୍ ମିଳିଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।ଇବ୍ରାହିମ ରଇସୀଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ପରେ ହୋଇଥିବା ନିର୍ବାଚନରେ କଠୋରପନ୍ଥୀଙ୍କ ହାର ହୋଇଛି । ଅନ୍ୟପକ୍ଷରେ ଦେଶରେ ଉଦାରବାଦୀ ସରକାର ଆରମ୍ଭ ହେବ । ମସୁଦ ପେଜେଶକିୟାନ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହୋଇଛନ୍ତି। ସେ ଦେଶକୁ ପଶ୍ଚିମ ସହିତ ଯୋଡ଼ିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମସୁଦ ପେଜେଶକିୟାନ ବୃତ୍ତିରେ ଜଣେ ହାର୍ଟ ସର୍ଜନ ହୋଇଥିବା ବେଳେ ସେ ଦୀର୍ଘ ସମୟ ଧରି ସାଂସଦ ରହିଆସିଥିଲେ । ମସୁଦଙ୍କ ବିଜୟ ପରେ ତାଙ୍କ ସମର୍ଥକମାନେ ଖୁସି ମନାଇଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.