ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣମୀ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ, ସକାଳୁ ସୁନାବେଶରେ ଦର୍ଶନ ଦେବେ ଦାରୁବ୍ରହ୍ମ

ପୁରୀ ୧୯/୦୩ : ଚଳିତ ମାସ ୨୫ ତାରିଖରେ ଦୋଳ ପୂର୍ଣ୍ଣିମା । ଏହି ଦିନ ଶ୍ରୀମନ୍ଦିର ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକ୍ରାନ୍ତି ସହ  ସକାଳୁ ରାଜବେଶ(ସୁନାବେଶ) ଅନୁଷ୍ଠିତ ହେବ । ଏହାପୂର୍ବଦିନ ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ(ମେଣ୍ଢାପୋଡ଼ି) ଅନୁଷ୍ଠିତ ହେବ । ସେପଟେ ଚଳିତ ମାସ ୨୪, ୨୫ ଓ ୨୬ ତାରିଖ ରବିବାର,  ଦୋଳପୂର୍ଣ୍ଣିମା(ସୋମବାର) ଓ ହୋଲି(ମଙ୍ଗଳବାର) ଥିବାରୁ  ସରକାରୀ ଛୁଟି ରହିଛି । ତେଣୁ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ  ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେବା ଆଶା କରାଯାଉଛି । ଏହାକୁ  ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୋଳପୂର୍ଣ୍ଣିମା ଓ ଏହା  ପୂର୍ବଦିନ ପଡ଼ୁଥିବା ଅଗ୍ନି ଉତ୍ସବ ନୀତି ଶୀଘ୍ର କରିବା ନିମନ୍ତେ ଆଜି  ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । 

ଏହି ଦୁଇଦିନ ରାତି ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯିବ । ୨୪  ତାରିଖରେ ରାତି ୪ଟା ସୁଦ୍ଧା ଶ୍ରୀଜିଉଙ୍କ ମଙ୍ଗଳ ଆଳତି ସରିବ ।  ସକାଳ ସାଢ଼େ ୭ଟା ସୁଦ୍ଧା ଗୋପାଳବଲ୍ଲଭ, ୯ଟା ସୁଦ୍ଧା ସକାଳ  ଧୂପ, ସାଢ଼େ ୧୦ଟା ସୁଦ୍ଧା ପ୍ରଥମ ଭୋଗମଣ୍ଡପ, ଦିନ ୧.୪୫  ସୁଦ୍ଧା ଦ୍ୱିତୀୟ ଭୋଗମଣ୍ଡପ ଓ ରାତି ୧୧.୪୫ ସୁଦ୍ଧା ପହୁଡ଼ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।  

ଯେତେବେଳେ କି ୨୫ ତାରିଖ ଦୋଳପୂର୍ଣ୍ଣିମା ଦିନ ରାତି  ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯିବ । ସକାଳ ଅନ୍ୟାନ୍ୟ ନୀତି ଶୀଘ୍ର  ସାରିବା ପରେ ଦିନ ସାଢ଼େ ୯ଟା ସୁଦ୍ଧା ରାଜାଧିରାଜ ବେଶରେ  ଦାରୁବ୍ରହ୍ମମାନେ ଦର୍ଶନ ଦେବେ। ଭୋଗମଣ୍ଡପ ଦିନ ୧୦ଟାରୁ  ସାଢ଼େ ୧ଟା ଭିତରେ ସରିବ। ରାତି ୯ଟାରେ ଦୋଳବେଦୀ ନୀତି  ସାରି ଠାକୁରମାନେ ବାହୁଡ଼ା ବିଜେ କରିବେ । ଶ୍ରୀଜୀଉଙ୍କ ସନ୍ଧ୍ୟା  ଆଳତି ରାତି ରାତି ୧.୪୦, ରାତି ୩.୧୫ରେ ବଡ଼ସିଂହାର ବେଶ ଓ  ରାତି ୩.୪୫ରେ ରାତ୍ର ପହୁଡ଼ କରିବାକୁ ନୀତି ନିର୍ଘଣ୍ଟ ହୋଇଛି । ଏହି ଦିନ ଦିନ ସାଢ଼େ ୧୨ଟାରେ ଦୋଳ ବେଦୀକୁ ଠାକୁରମାନେ  ବିମାନରେ ବସି ବିଜେ କରିବେ । ସାହାଣମେଲା, ପ୍ରସାଦଲାଗି,  ବନ୍ଦାପନା ଓ ରାଜନୀତି, ଛେରା ପହଁରା ପ୍ରଭୃତି ସାରି ରାତି ସାଢ଼େ  ୮ଟା ସୁଦ୍ଧା ଶ୍ରୀମନ୍ଦିରକୁ ଦିଅଁ ବାହୁଡ଼ା ବିଜେ କରିବେ ।

ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ

  • ଦ୍ୱାର ଫିଟା- ରାତ୍ର ୩ଟା
  • ମଙ୍ଗଳ ଆଳତି- ୪ଟା
  • ନାଭିକଟା ମଣ୍ଡପକୁ ଦିଅଁ ବିଜେ - ଦିନ ୮ଟା
  • ରାଜାଧିରାଜ ବେଶ- ଦିନ୮ଟାରୁ ସାଢ଼େ୯ଟା
  • ନାଭିକଟା ମଣ୍ଡପ ନୀତି ଶେଷ - ଦିନ ୯ଟା ୪୫
  • ବିମାନକୁ ଦିଅଁ ବିଜେ- ଦିନ ୧୦ଟା
  • ବିମାନ ବେଢ଼ା- ଦିନ ସାଢ଼େ୧୦ଟାରୁ ସାଢ଼େ ୧୧
  • ଗୋପାଳ ବଲ୍ଲଭ ଓ ସକାଳ ଧୂପ- ୧୦ଟାରୁ ସାଢ଼େ ୧୧
  • ଭୋଗମଣ୍ଡପ- ଦିନ ୧୦ଟାରୁ ୧.୩୦
  • ଦୋଳବେଦୀ ନୀତି ସାରି ଠାକୁର ବାହୁଡ଼ା ବିଜେ- ରାତି ୯ଟା
  • ରାଜାଧିରାଜ ବେଶ ମଇଲମ- ରାତି ସାଢ଼େ ୧୦ଟା
  • ସନ୍ଧ୍ୟା ଆଳତି - ରାତି ୧.୫୦ରୁ ସାଢ଼େ ୨ଟା
  • ବଡ଼ସିଂହାର ବେଶ- ରାତି ସାଢ଼େ ୩ଟା
  • ରାତ୍ର ପହୁଡ଼- ରାତି ୩.୪୫

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.