ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବରଗଡରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ

ବରଗଡ, ୧୨।୫ : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି  ନବୀନ ପଟ୍ଟନାୟକ ଆଜି ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ଲୋକସଭା ପ୍ରାର୍ଥୀ ଶ୍ରୀମତୀ ପରିଣିତା ମିଶ୍ର ଏବଂ ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ, ରୀତା ସାହୁ, ବର୍ଷା ସିଂ ବରିହା, ସ୍ନେହାଙ୍ଗିନି ଛୁରିଆ, ଦୀପାଳି ଦାସ, ଅଳକା ମହାନ୍ତିଙ୍କ  ପାଇଁ ଭୋଟ ମାଗିଛନ୍ତି। ଏଥିପାଇଁ  ଆୟୋଜିତ ବିଶାଳ ସଭାରେ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ଓ ଖୁସିର ଲହର ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଲେ ଯେ ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ବିଲ୍‌ ଛାଡ କରିବ। ଜୁଲାଇରୁ ଆଉ ବିଲ୍‌ ଦେବାକୁ ପଡିବ ନାହିଁ।  ଆପଣମାନେ ଖୁସି ତ ? ମିଶନ ଶକ୍ତି, BSKY, ମମତା, ଲକ୍ଷ୍ମୀ, ନୂଆ-ଓ ସ୍କଲାରସିପ୍‌, କାଳିଆ, ମଧୁବାବୁ ପେନ୍‌ସନ, 5T ସ୍କୁଲ ଭଲ କି  ବୋଲି ସେ ପଚାରିଥିଲେ। ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଅନୁରୋଧ କରି ବିଜୁ ଜନତା ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ।

ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳର ଇସ୍ତାହାର ଉପରେ ଆଲୋକପାତ କରି କହିଲେ ଯେ ଜୁଲାଇ ମାସରୁ ଆପଣମାନେ ଆଉ ଇଲେକ୍ଟ୍ରି ବିଲ୍‌ ଦେବେ ନାହିଁ। ଜୁନ୍‌ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ପ୍ରଥମ  ଦିନରେ ହିଁ ଦସ୍ତଖତ କରି ଆପଣଙ୍କ ବିଜୁଳି ବିଲ୍‌କୁ ଛାଡ କରିବେ। ଓଡିଶାର ୯୦ ପ୍ରତିଶତ ପରିବାରକୁ ବିଜୁଳି ବିଲ୍‌ ଦେବାକୁ ପଡିବ ନାହିଁ ।

ବରଗଡରେ କ୍ୟାନ୍‌ସର ହସ୍ପିଟାଲ ପ୍ରସଙ୍ଗ ଉଠାଇ ସେ କହିଲେ ଯେ ଏହା  କରିବାକୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କଥା ଦେଇଥିଲେ ଏବଂ କରି କି ଦେଖାଇଲେ।  ଏହାକୁ ଆହୁରି ବଡ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାକୁ ଓଡିଶାର ସବୁଠୁ ବଡ କ୍ୟାନସ୍‌ର ହସ୍ପିଟାଲ କରାଯି। By-Election ବେଳକୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ସଚିବ ସବୁ ଆସିଥିଲେ। କ୍ୟାନସ୍‌ର ରୋଗ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ କଥା ଦେଇଥିଲେ। କିନ୍ତୁ କିଛି କଲେ ନାହିଁ। ସବୁ ଭୁଲି ଗଲେ।  ବିଜେପୁର By-Election ସମୟରେ ସେମାନେ କହିଥିଲେ ଏଠାରେ ଏକ୍ସପ୍ରେସ୍ ଟ୍ରେନ ଚାଲିବ। ପଦମ୍‌ପୁର By-Electionରେ କହିଥିଲେ ଏଠାରେ ଟ୍ରେନ ଚାଲିବ, ଷ୍ଟେସନ ହେବ। ହେଲା କି? ଆପଣମାନେ ଟ୍ରେନ ଦେଖିଲେ କି?  କେବଳ ବଡ ବଡ କଥା କହିବା ଛଡା ସେମାନେ କିଛି ଜାଣନ୍ତି ନାହି। 

ବରଗଡ ଲୋକସଭା କ୍ଷେତ୍ରରେ ୫ ଜଣ ମହିଳା ପ୍ରାର୍ଥୀ ହୋଇଛନ୍ତି ବୋଲି ପ୍ରକାଶ କରି ସେ କହିଲେ ଯେ ସେମାନେ ଏବେ ଆପଣମାନଙ୍କ ସମ୍ମୁଖରେ ଛିଡା ହୋଇଛନ୍ତି। ଏହା ହେଉଛି ମହିଳା ସଶକ୍ତିକରଣ। ବିଜେପି ଏପରି କାମ ୧୦୦ ବର୍ଷରେ ମଧ୍ୟ କରିପାରିବ ନାହିଁ।କେନ୍ଦ୍ର ମନ୍ତ୍ରୀ ମିଶନ ଶକ୍ତି ବନ୍ଦ କରିବା କଥା କହୁଛନ୍ତି। କିନ୍ତୁ ଆମେ ତାଙ୍କୁ ଏହା କରିବାକୁ ଦେବା ନାହିଁ। ମେ ୨୦ରେ ବିଜୁ ଜନତା ଦଳକୁ ବିପୁଳ ଭୋଟରେ ଜିତାଇ ଆପଣମାନେ ଇତିହାସ ସୃଷ୍ଟି କରିବେ।

କାର୍ଯ୍ୟକ୍ରମରେ ବରଗଡ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର ଏବଂ ବିଧାନସଭା ପ୍ରାର୍ଥୀ  ଦେବେଶ ଆଚାର୍ଯ୍ୟ, ରୀତା ସାହୁ, ବର୍ଷା ସିଂ ବରିହା, ସ୍ନେହାଗିନି ଛୁରିଆ, ଦୀପାଳି ଦାସ ଓ ଅଳକା ମହାନ୍ତି ପ୍ରମୁଖ ଅଭିଭାଷଣ ରଖି ବିଜୁ ଜନତା ଦଳକୁ ଜୟଯୁକ୍ତ କରାଇ  ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ଇତିହାସ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.