ଖୋର୍ଦ୍ଧା, ୧୪/୧୧ : ବେଗୁନିଆ ବ୍ଲକର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପୋଡାଡିହ ପଞ୍ଚାୟତ ହନୁମାନ ବାଟିକା ପରିସରରେ ବିଘ୍ନରାଜ ଷ୍ଟଡି ସେଣ୍ଟର୍ ଓସ୍ତପୁରର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଶିଶୁ ଦିବସ ପାଳିତ ହୋଇଛି। ଗୁରୁଜୀ ରାଜେନ୍ଦ୍ର ସିଂହଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ସଭାରେ ଆମ ଆଦମୀ ପାର୍ଟି ବେଗୁନିଆ ବୋଲଗଡ଼ ସଂଯୋଜକ କଳ୍ପତରୁ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ବିଜୟ ଲକ୍ଷ୍ମୀ ସାହୁ ଅତିଥି ପରିଚୟ ପ୍ରଦାନ ପରେ ଦେବାଶିଷ ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଜ୍ୟୋତି ରଞ୍ଜନ ନାୟକ ପଣ୍ଡିତ ନେହେରୁଙ୍କ ସ୍ମୃତିଚାରଣ କରିବା ସହ ନବ ଭାରତ ନିର୍ମାଣରେ ତାଙ୍କ ଭୂମିକା ସମ୍ପର୍କରେ ସୂଚାଇ ଥିଲେ।
କଳ୍ପତରୁ ପଣ୍ଡା ଶିକ୍ଷିତ ସୁସ୍ଥ ସମୃଦ୍ଧ ଭାରତ ଗଠନ ପାଇଁ ଏକ ଶିକ୍ଷିତ ନାଗରିକ ଭାବେ ନିଜକୁ ଗଢିବା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଥିଲେ। ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଗୁରୁଜୀ ରାଜେନ୍ଦ୍ର ସିଂଙ୍କର ଭୂୟସୀ ପ୍ରଶଂସା କରିଥିଲେ। ଶଶିକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।