ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଦୁର୍ବଳ ହେଉଛି ଡ୍ରାଗନ୍‌, ସତର୍କ ହେଲେଣି ନିବେଶକ: ଚୀନ୍‌ର ଅଭିବୃଦ୍ଧି ଅନୁମାନ ଖସାଇଲା ଫିଚ୍‌

ନୂଆଦିଲ୍ଲୀ,୦୪/୦୯: ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥବ୍ୟବସ୍ଥା ଚୀନ୍‌ ଏବେ ସଂକଟରେ । ଦୁର୍ବଳ ହୋଇଚାଲିଛି ଡ୍ରାଗନ୍‌ । ଦେଶର ବିନିର୍ମାଣ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବାବେଳେ ସମସ୍ୟା ମଧ୍ୟରେ ରିଅଲ ଇଷ୍ଟେଟ୍‌ ଶିଳ୍ପ । ଏସବୁ ମଧ୍ୟରେ ଚଳିତ ବର୍ଷ ଚୀନ୍‌ର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୮୦ ବେସିସ୍‌ ପଏଣ୍ଟ୍‌ ଖସିବ ବୋଲି ରେଟିଂ ଏଜେନ୍ସି ଫିଚ୍‌ ଅନୁମାନ କରିଛି ।

ଫିଚ୍‌ ପ୍ରକାଶ କରିଛି, ୨୦୨୩ରେ ଚୀନ୍‌ ଅର୍ଥବ୍ୟବସ୍ଥା ୪.୮% ବଢ଼ିବ, ଯାହାକି ୨୦୨୨ରେ ୫.୬% ଥିଲା । ଏସବୁ ମଧ୍ୟରେ ବିଶ୍ୱ ଲିଡର ଏବଂ ନିବେଶକମାନେ ଚୀନ୍‌ର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ସତର୍କ ହୋଇଗଲେଣି । ଚୀନ୍‌ର ବିକଳ୍ପ ସନ୍ଧାନ କଲେଣି ଏମାନେ । କାରବାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ମନ ବନାଇ ସାରିଲେଣି ।

ହଂକଂର ହ୍ୟାଙ୍ଗ୍‌ ସେଙ୍ଗ୍‌ ସୂଚକାଙ୍କ ଶୁକ୍ରବାର ୨୦%ରୁ ଅଧିକ ସଂକୁଚିତ ହୋଇଛି । ଚାଇନିଜ୍‌ ୟୁଆନ୍‌ ବା ଚୀନ୍‌ର ପ୍ରଚଳିତ ମୁଦ୍ରା ଗତ ସପ୍ତାହରେ ୧୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି । ଏସବୁ ମଧ୍ୟରେ ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥବ୍ୟବସ୍ଥା ପାଇଁ ବର୍ତ୍ତମାନ ସଂକଟଜନକ ମୁହୂର୍ତ୍ତ । ତେବେ ଫିଚ୍‌ ଦେଶର ରେଟିଂକୁ ‘ଏ୍ମ’ ରଖିଛି । ଦେଶର ଦୃଢ଼ ବାହ୍ୟ ଋଣ ଯୋଗୁ ଅର୍ଥବ୍ୟବସ୍ଥାର ଆଉଟ୍‌ଲୁକ୍‌କୁ ଏହା ସ୍ଥିର ରଖିଥିବା ଜଣାପଡ଼ିଛି।

ଜୁନ୍‌ରେ ଏସ୍‌ ଆଣ୍ଡ୍‌ ପି ଚୀନ୍‌ର ଅର୍ଥନୈତିକ ଅଭିବୃଦ୍ଧି ଅନୁମାନକୁ ଖସାଇଥିଲା । ୨୦୨୩ରେ ଦେଶର ଅର୍ଥବ୍ୟବସ୍ଥା ୫.୨% ବଢ଼ିବ ବୋଲି ଏହା ପୂର୍ବାନୁମାନ କରିଥିଲା । ପୂର୍ବରୁ ଏହାର ଅନୁମାନ ୫.୫% ଥିଲା । ଦେଶର ଅର୍ଥନୈତିକ ସ୍ଥିତିକୁ ଆଖି ଆଗରେ ରଖି ଏସ୍‌ ଆଣ୍ଡ୍‌ ପି ସଂଶୋଧିତ ଆକଳନ କରିଥିଲା । 

ପ୍ରଥମ ଅନ୍ତର୍ଜାତୀୟ କ୍ରେଡିଟ୍‌ ରେଟିଂ ଏଜେନ୍ସି ଭାବେ ଏସ୍‌ ଆଣ୍ଡ୍‌ ପି ଚୀନ୍‌ର ଅଭିବୃଦ୍ଧି ଅନୁମାନକୁ ହ୍ରାସ କରିଥିଲା । ଏହା ପରେ ପରେ ଗୋଲ୍‌ଡମ୍ୟାନ୍‌ ସାଚ୍‌ସ ସହ ଅନ୍ୟାନ୍ୟ ପ୍ରମୁଖ ନିବେଶ ବ୍ୟାଙ୍କଗୁଡ଼ିକ ଦେଶର ଅଭିବୃଦ୍ଧି ଅନୁମାନକୁ କମାଇଥିଲେ । ଏସ୍‌ ଆଣ୍ଡ୍‌ ପି ଏହାର ବିବୃତିରେ କହିଥିଲା ଯେ, ଚୀନ୍‌ରେ ଉପଭୋକ୍ତା ଏବଂ ହାଉସିଂ ବଜାର ନିଜର ଆସ୍ଥା ହରାଇଛନ୍ତି । ଏଭଳି ସ୍ଥିତିରେ ମଜଭୁତ ଅଭିବୃଦ୍ଧି ଆଶା ନାହିଁ ।

୩ ବର୍ଷ କୋଭିଡ୍‌  କଟକଣା ମଧ୍ୟରେ ରହିବା ପରେ ଚୀନ୍‌ ଅର୍ଥନୀତି ସୁଧୁରିବା ଆରମ୍ଭ କରୁଥିଲା । ଚଳିତବର୍ଷ ମେ’ରେ ଦେଶର ପ୍ରପର୍ଟି ବଜାରରେ ବଡ଼ ପତନ ଦେଖିବାକୁ ମିଳିଲା । ଏଭର୍‌ଗ୍ରାଣ୍ଡ୍‌ ଭଳି ଦେଶର ନାମୀଦାମୀ ରିଅଲ ଇଷ୍ଟେଟ୍‌ କମ୍ପାନି ଏବେ ଦେବାଳିଆ । ଶିଳ୍ପ ଉତ୍ପାଦନ ବ୍ୟାହତ ହୋଇଥିବାବେଳେ ଖୁଚୁରା ବିକ୍ରି ଅଭିବୃଦ୍ଧି ପ୍ରଭାବିତ ହୋଇଛି । ଯୁବ ବେକାରି ହାର ରେକର୍ଡ ୨୦.୮%ରେ ପହଞ୍ଚିଛି । ଚଳିତ ବର୍ଷ ପାଇଁ ଚୀନ୍‌ର ଜିଡିପି ଅଭିବୃଦ୍ଧି ୪.୪%ରୁ ୬.୨% ମଧ୍ୟରେ ରହିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । କିଛି କିଛି କଟକଣାକୁ ହଟାଇ ଅର୍ଥବ୍ୟବସ୍ଥାରେ ଉତ୍ସାହ ଆଣିବାକୁ ପଡ଼ିବ  ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ୟୁବିଏସ୍‌, ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ, ବ୍ୟାଙ୍କ ଅଫ୍‌ ଆମେରିକା (ବିଓଏ) ଏବଂ ଜେପି ମୋର୍ଗାନ ଆଦି ୪ ପାଶ୍ଚାତ୍ୟ ବ୍ୟାଙ୍କ ୨୦୨୩ ପାଇଁ ଚୀନ୍‌ର ଅଭିବୃଦ୍ଧି ଅନୁମାନକୁ ଖସାଇଛନ୍ତି। ସେମାନଙ୍କ ଅନୁମାନ ଚୀନ୍‌ର ଜିଡିପି ଅଭିବୃଦ୍ଧି ଏ ବର୍ଷ ୫.୨%ରୁ ୫.୭% ମଧ୍ୟରେ ରହିବ ।

Copyright © 2022 - Summa Real Media Private Limited. All Rights Reserved.