ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଚୀନ୍‌ର ନୂଆ ଚାଲାକି, ଅରୁଣାଚଳର ପ୍ରଦେଶର ୩୦ଟି ସ୍ଥାନର ନାଁ ବଦଳାଇଲା ଡ୍ରାଗନ୍‌

Published By : Prameya | April 1, 2024 9:51 AM

ନୂଆଦିଲ୍ଲୀ,୦୧/୦୪: ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ନାଁ ଚୀନ୍‌ ବଦଳାଇଛି । ଚୀନ୍‌ କ୍ୟାବିନେଟରେ କେତେକ ସ୍ଥାନର ଭୌଗୋଳିକ ନାମ  ପରିବର୍ତ୍ତନ ପ୍ରସ୍ତାବ ଅନୁମୋଦନଲାଭ କରିଛି । ଚୀନର ନାଗରିକ ମନ୍ତ୍ରଣାଳୟ  ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଚୀନ୍‌ ଅରୁଣାଚଳକୁ ତିବ୍ଦତର  ସ୍ୱୟଂଶାସିତ ଅଞ୍ଚଳ ବୋଲି ଉଳ୍ଲେଖ କରିବା ସହ ଏହାର ନାମ ଜଙ୍ଗନାନ ବୋଲି  ଦର୍ଶାଇଥିଲା । ଏହା ଚୀନ୍‌ର ଏକ ଅଂଶ ବୋଲି କହିବା ସହ ଭାରତ ଏହାକୁ  ବଳପୂର୍ବକ ଦଖଲ କରିଥିବା କହିଥିଲା । ବର୍ତ୍ତମାନ ଚୀନ୍‌ ଅରୁଣାଚଳର ୧୧ଟି  ଜିଲ୍ଲା, ୧୨ଟି ପାହାଡ, ୪ଟି ନଦୀ, ଗୋଟିଏ ହ୍ରଦ, ଗୋଟିଏ ମାଉଣ୍ଟେନ ପାସ ଓ  ଖଣ୍ଡେ ଜମିର ନାମକୁ ବଦଳାଇ ଚୀନ୍‌ ନାମରେ ନାମିତ କରିଛି । 

ଚୀନ୍‌ ଲଗାତାର  ଭାବେ ଅରୁଣାଚଳକୁ ନିଜର ବୋଲି ଦର୍ଶାଇବା ସହ ଏଠାକୁ ପ୍ରମୁଖ ରାଜନେତା  ଓ କୂଟନୀତିଜ୍ଞଙ୍କ ଗସ୍ତ ଉପରେ ଆପତ୍ତି ଉଠାଉଛି । ଅନ୍ୟପକ୍ଷରେ ଆରୁଣାଚଳ  ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ନାମ ପରିବର୍ତ୍ତନ କରିଦେଲେ  ସେହିସବୁ ସ୍ଥାନ ଚୀନର ହୋଇଯିବ ନାହିଁ ବୋଲି ଭାରତ ପୂର୍ବରୁ କହିଆସିଛି ।  ୨୦୨୧ ଡିସେମ୍ବରରେ ଚୀନ୍‌ ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନର ନାମ ପରିବର୍ତ୍ତନ  କରିଥିଲା ବେଳେ ୨୦୨୩ ଏପ୍ରିଲ ୪ରେ ୧୧ଟି ସ୍ଥାନର ନାଁ ବଦଳାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.