ପ୍ରମୁଖ ଖବର
  • ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଇରଙ୍ଗପୁର ଏବଂ ବାରିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର
  • ||
  • ନିର୍ବାଚନ ପାଇଁ ଦୁଇ ଦିନ ମଦ ଦୋକାନ ଏବଂ ବାର୍‌ ବନ୍ଦ, ଭୋଟ୍‌ ଗଣତି ଦିନ ରାଜ୍ୟସାରା ମଦ ଦୋକାନ ବନ୍ଦ
  • ||
  • ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ: ୬ ଲୋକସଭା, ୪୨ ବିଧାନସଭା ସିଟ୍‌ରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ରଥଖଳା ହାଲ୍‌ଚାଲ୍‌...ସିଙ୍ଗଡ଼ା ବାଡ଼ିଆ, ପହି ବିନ୍ଧ ଅନୁକୂଳ...
  • ||
  • IPL 2024: ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରୟାଲ୍ସ- ସନରାଇଜର୍ସ, ଟ୍ରାଭିସେକ ଯୋଡ଼ିଙ୍କୁ ଅଟକାଇବେ ସ୍ପିନ୍‌ ଟାଇଟନ
  • ||
  • ଦାନା ବାନ୍ଧୁଛି ବାତ୍ୟା ‘ରେମାଲ୍‌’: ୨୫ରେ ବାତ୍ୟା ରୂପ ନେବ, ୨୬ରେ ଭୀଷଣ ବାତ୍ୟାରେ ହେବ ପରିଣତ
  • ||

କୋରାପୁଟରେ ଭୋଟ୍ ଦେଲେ କଂଗ୍ରେସ ଜୟଦେବ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ, ବହୁ ସଂଖ୍ୟାରେ ମତଦାନ କରିବାକୁ କଲେ ଅପିଲ୍

କୋରାପୁଟ, ୧୩/୫: ଭୁବନେଶ୍ୱର ଜୟଦେବ ବିଧାନସଭା ଆସନର କଂଗ୍ରେସ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ ଆଜି କୋରାପୁଟରେ ଭୋଟ୍ ଦେଇଛନ୍ତି। ଟାଉନ୍ ହଲ୍ ସ୍ଥିତ ଆଦର୍ଶ ମତଦାନ କେନ୍ଦ୍ରରେ ସେ ଭୋଟ୍ ଦେଇଛନ୍ତି। ପ୍ରଚାର ଛାଡି ସେ ଭୋଟ୍ ଦେବାକୁ ଆସିଛନ୍ତି। ଜିଲ୍ଲାର ସମସ୍ତ ଭୋଟରମାନଙ୍କୁ ବହୁ ସଂଖ୍ୟାରେ ଆସି ଭୋଟ୍ ଦେବାକୁ ସେ ଆହ୍ବାନ ଦେଇଛନ୍ତି। ପ୍ରକାଶ ଥାଉ ଯେ, ସେ ପୂର୍ବରୁ କୋରାପୁଟ ଆସନରୁ ବିଧାୟକ ରହି ସାରିଛନ୍ତି।

ଆଜି କୋରାପୁଟ ଲୋକସଭା ଓ ଜିଳ୍ଲାର ୫ଟି ବିଧାନସଭା ଆସନରେ ମତଦାନ ଚାଲିଛି। ବିଭିନ୍ନ ବୁଥରେ ପ୍ରାୟ ଅଧଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ଇଭିଏମ ପରିଚାଳନାରେ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସମଗ୍ର ଜିଲ୍ଲା ସମେତ ରେଞ୍ଜରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବର୍ତ୍ତମାନ୍ ଯାଏ କୌଣସି ସ୍ଥାନରେ କିଛି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନାହିଁ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.