ନୂଆଦିଲ୍ଲୀ,୫/୧୧ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଅପରାହ୍ନରେ କେଦାରନାଥ ମନ୍ଦିରରେ ପହଞ୍ଚିଥିଲେ । ରାହୁଲ ଗାନ୍ଧୀ ଭିଆଇପି ହେଲିପ୍ୟାଡ଼ରେ ପହଞ୍ଚି ସାଧାରଣ ଯାତ୍ରୀମାନଙ୍କ ଲାଗି ଥିବା ହେଲିପ୍ୟାଡ଼ରେ ପହଞ୍ଚିଥିଲେ । ସେଠାରୁ ପ୍ରାୟ ଅଧ କିମି ମନ୍ଦିର ପର୍ଯ୍ୟନ୍ତ ସେ ପାଦରେ ଚାଲିଚାଲି ଯାଇଥିଲେ । ମନ୍ଦିରରେ ବାହାରୁ ଦର୍ଶନ କରିବା ପରେ ସେ ମନ୍ଦିରର ପରିକ୍ରମା କରିଥିଲେ ଏବଂ ସିଧାସଳଖ ହୋଟେଲ ଚାଲି ଯାଇଥିଲେ । କୁହାଯାଉଛି କି ସେ ଆସନ୍ତାକାଲି ମଧ୍ୟ ସେଠାରେ ରହିବେ ଏବଂ ମଙ୍ଗବାର ଫେରିବେ ।
काँग्रेस पार्टी के पूर्व अध्यक्ष आदरणीय @RahulGandhi जी ने बाबा केदार के दर्शन करके आशीर्वाद लिया।
— Uttarakhand Congress (@INCUttarakhand) November 5, 2023
बाबा केदार से उन्होंने पूरे देश में सुख-शांति व समृद्धि की कामना भी करी।
जय बाबा केदार🙏🙏#Kedarnath #Uttarakhand pic.twitter.com/Y7fJwakzf9
ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ହେଲିପ୍ୟାଡ଼ରେ ତୀର୍ଥ ପୁରୋହିତ ସମାଜ ତରଫରୁ ସ୍ବାଗତ କରାଯାଇଥିଲା । ରାହୁଲ ଗାନ୍ଧୀ ଅପରାହ୍ନ ୧ଟା ପାଖାପାଖି ହେଲିପ୍ୟାଡ଼ରେ ପହଞ୍ଚିଥିଲେ । ସେଠାରୁ କିଛି ଲୋକଙ୍କ ସହ କଥା ହୋଇ ସିଧାସଳଖ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିର ବାହାରୁ ଦର୍ଶନ କରିବା ପରେ ହୋଟେଲ ଚାଲିଯାଇଥିଲେ । ଏହି ସମୟରେ ମନ୍ଦିର ଯିବା ରାସ୍ତାରେ ଏବଂ ମନ୍ଦିରରେ ପହଞ୍ଚିବା ସମୟରେ ଲାଇନରେ ଥିବା ଭକ୍ତମାନେ ରାହୁଲ ଗାନ୍ଧୀଙ୍କୁ ଦେଖି ମୋଦୀ ଏବଂ ଜୟ ଶ୍ରୀ ରାମ ନାରା ଦେଇଥିଲେ ।
श्री @RahulGandhi जी बाबा केदारनाथ के दर्शन करने उत्तराखण्ड आ रहे हैं। ये उनकी निजी आध्यात्मिक यात्रा है, सभी पार्टी कार्यकर्ताओं से आग्रह है कि इस निजी यात्रा का सम्मान करते हुए इस यात्रा को एकांत में पूर्ण करने दें। आप सभी अपना उत्साहपूर्वक समर्थन मन से कर सकते हैं और अगली बार…
— Uttarakhand Congress (@INCUttarakhand) November 4, 2023
ରାହୁଲ ଗାନ୍ଧୀ ଆଜି ଅପରାହ୍ନ ୧୨ଟା ୩୦ମିନିଟ ସମୟରେ ସ୍ପେଶାଲ ଚାର୍ଟର ପ୍ଲେନରେ ଦେହରାଦୁନର ଜ୍ୟାଲିଗ୍ରାଣ୍ଟ ଏୟାରପୋର୍ଟରେ ଓହ୍ଲେଇଥିଲେ । ସେଠାରୁ ସେ ହେଲିକପ୍ଟର ମାଧ୍ୟମରେ ସିଧାସଳଖ କେଦାରନାଥ ଲାଗି ଯାଇଥିଲେ । ଏହି ସମୟରେ କେଦାରନାଥ ଧାମରେ ତୀର୍ଥ ପୁରୋହିତ ସମାଜ ତାଙ୍କର ସ୍ବାଗତ କରିଥିଲା । ପ୍ରକାଶ ଯେ, କଂଗ୍ରେସ ରାହୁଲ ଗାନ୍ଧୀଙ୍କ କେଦାରନାଥ ଆଗମନକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଏବଂ ଆଧ୍ୟାତ୍ମିକ କହିଛନ୍ତି ଏବଂ ଅପିଲ କରିଛନ୍ତି କି କୌଣସି କାର୍ଯ୍ୟକର୍ତ୍ତା ତାଙ୍କୁ ନ ଭେଟନ୍ତୁ ।