ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ମୁମ୍ବାଇରେ ନ୍ୟାୟ ସଂକଳ୍ପ ପଦଯାତ୍ରା କରିବେ ରାହୁଲ୍ ଗାନ୍ଧୀ, ଶକ୍ତି ପ୍ରଦର୍ଶନ କରିବ ବିରୋଧୀ ମେଣ୍ଟ

ମୁମ୍ବାଇ, ୧୭/୦୩: ଗତ ଜାନୁଆରୀ ୧୪ରୁ ମଣିପୁରରୁ ବାହାରିଥିବା କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶନିବାର ମୁମ୍ବାଇରେ ସରିଛି । ଆଜି ରବିବାର (ମାର୍ଚ୍ଚ ୧୭)ରେ ରାହୁଲ୍ ଗାନ୍ଧୀ ମୁମ୍ବାଇରେ ପହଯାତ୍ରା କରିବେ । ଏହି ପଦଯାତ୍ରା ମହାତ୍ମା ଗାନ୍ଧୀଙ୍କ ରହଣୀ ସ୍ଥଳ ମଣି ଭବନରୁ ବାହାରି ଅଗସ୍ତ କ୍ରାନ୍ତି ମୈଦାନ ପର୍ଯ୍ୟନ୍ତ ଯିବ ।

ମଣି ଭବନରୁ ଅଗସ୍ତ କ୍ରାନ୍ତି ମୈଦାନର ଦୂରତା ପ୍ରାୟ ୧ କିଲୋମିଟର । ଏହାର ନାମ ନ୍ୟାୟ ସଂକଳ୍ପ ପଦଯାତ୍ରା ରଖା ଯାଇଛି । ଏହି ପଦଯାତ୍ରାରେ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରୁ ଲୋକ ଯୋଡ଼ି ହେବେ । ପଦଯାତ୍ରା ପରେ ରାହୁଲ୍ ଗାନ୍ଧୀ ତେଜପାଲ୍ ହଲରେ ଲୋକଙ୍କ ସହ ଆଲୋଚନା କରିବେ ।

ମେଣ୍ଟ କରିବ ଶକ୍ତି ପ୍ରଦର୍ଶନ

ସନ୍ଧ୍ୟାରେ ଦାଦରର ଐତିହାସିକ ଶିବାଜୀ ପାର୍କରେ ରାହୁଲ୍ ଗାନ୍ଧୀ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ରାହୁଲଙ୍କ ଏହି ନ୍ୟାୟ ରାଲିରେ ବିରୋଧୀ ମେଣ୍ଟ ଇଣ୍ଡିଆର ବରିଷ୍ଠ ନେତା ସାମିଲ୍ ହେବେ । ଇଣ୍ଡିଆ ମେଣ୍ଟର ନେତା ଶରଦ ପାୱାର, ଅଖିଳେଶ ଯାଦବ, ପ୍ରିୟଙ୍କା ଗାନ୍ଧୀ, ପ୍ରକାଶ ଆମ୍ବେଦକର ଓ ତେଜସ୍ୱୀ ଯାଦବଙ୍କ ସହ ଅନ୍ୟ ନେତା ଯୋଗ ଦେବେ ।

ମଣିପୁରରୁ କଂଗ୍ରେସ ଆରମ୍ଭ କରିଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରା ୬୩ ଦିନରେ ୬୬୦୦ କିଲୋମିଟର ଅତିକ୍ରମ କରି ମୁମ୍ବାଇରେ ପହଞ୍ଚିଥିଲା । ଏହି ଯାତ୍ରାରେ ରାହୁଲ୍ ଗାନ୍ଧୀ ୧୫ ରାଜ୍ୟର ୧୧୦ ଜିଲ୍ଲା ଦେଇ ଆସିଥିଲେ । ୧୫ଟି ଜନସଭା ସହ ୭୦ଟି ସ୍ଥାନରେ ଲୋକଙ୍କୁ ସମ୍ବୋଧିତ କରିଥିଲେ ରାହୁଲ୍ ଗାନ୍ଧୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.