ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରିନ୍ସ ୱିଲିୟମ୍‌ଙ୍କ ପ୍ରେମ ବ୍ୟାପାର, ଟ୍ରେଣ୍ଡ୍‌ରେ ‘ହ୍ୱେୟାର ଇଜ୍‌ କେଟ୍‌’

ନୂଆଦିଲ୍ଲୀ ୨୧/୦୩: ବେଶ କିଛି ଦିନ ହେଲା ଲଗାତାର ଖବରରେ ରହିଛି ବ୍ରିଟେନ ରାଜ ପରିବାର । ଏଥର ୱେଲ୍‌ସ ରାଜକୁମାରୀ କେଟ୍‌ ମିଡିଲଟନ୍‌ଙ୍କୁ ନେଇ ବିବାଦ । ଗତ ଜାନୁଆରୀ ୧୬ ତାରିଖରେ କେଟ୍‌ଙ୍କ ପେଟରେ ସର୍ଜରି ହୋଇଥିଲା । ତା’ପରଠୁ ସେ ସର୍ବସାଧାରଣରେ ନଜର ଆସିନାହାନ୍ତି । ଦୁଇ ମାସରୁ ଅଧିକ ସମୟ ବିତିବା ପରେ କେଟ୍‌ଙ୍କୁ ନେଇ ଅନେକ ଗୁଜବ ସାମ୍ନାକୁ ଆସୁଛି । ସୋସିଆଲ ମିଡିଆରେ ‘ହ୍ୱେୟାର ଇଜ୍‌ କେଟ୍‌’ (କେଟ୍‌ କେଉଁଠି ଅଛନ୍ତି) ଟ୍ରେଣ୍ଡ୍‌ ଚାଲିଛି । ଇତିମଧ୍ୟରେ ପ୍ରିନ୍ସ ୱିଲିୟମ୍‌ଙ୍କ ପ୍ରେମ ବ୍ୟାପାରକୁ ନେଇ ମଧ୍ୟ ଗୁଜବ ଉଠିଛି । 

ଲୋକେ କହୁଛନ୍ତି, ମାର୍ଚିୟୋନେସ୍‌ ଅଫ୍‌ ଚୋଲମୋଣ୍ଡେଲି, ୪୦ ବର୍ଷୀୟା ସାରା ରୋଜ ହାନବରୀଙ୍କ ସହ ପ୍ରିନ୍ସ ୱିଲିୟମ୍‌ଙ୍କ ପ୍ରେମ ବ୍ୟାପାର ଚାଲିଛି । ହାନବରୀ କେଟ୍‌ ଓ ୱିଲିୟମ୍‌ଙ୍କର ଜଣେ ଘନିଷ୍ଠ ବନ୍ଧୁ । ୱିଲିୟମ୍‌-ହାନବରୀଙ୍କ ଭିତରେ ପ୍ରେମ ବିଷୟରେ ଆମେରିକୀୟ ଶୋ ‘ଦ ଲେଟ୍‌ ନାଇଟ୍‌ ଶୋ’ର ସଂଚାଳକ ଷ୍ଟିଫିନ କୋଲବର୍ଟ କହିଥିଲେ ‘ଲୋକେ କହୁଛନ୍ତି ୱିଲିୟମ୍‌ଙ୍କ ପ୍ରେମ ବ୍ୟାପାର ଯୋଗୁ କେଟ୍‌ ସର୍ବସାଧାରଣଠୁ ଦୂରରେ ଅଛନ୍ତି । କେଟ୍‌ ଏ ବିଷୟରେ ୱିଲିୟମ୍‌ଙ୍କୁ ପଚାରିଥିଲେ, କିନ୍ତୁ ଏଭଳି କିଛି ନାହିଁ ବୋଲି ୱିଲିୟମ୍‌ ହସି କହିଥିଲେ ।’ 

ଅନ୍ୟପକ୍ଷେ, ହାନବରୀ ୱିଲିୟମ୍‌ଙ୍କ ସହ ପ୍ରେମ ସମ୍ପର୍କ ଖବରକୁ ଖଣ୍ଡନ କରିଛନ୍ତି । ଖବର ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତି । ଚଳିତ ମାସ ୧୮ ତାରିଖରେ ବ୍ରିଟିଶ ଖବରକାଗଜ ‘ଦ ସନ୍‌’ କେଟ୍‌ ଓ ୱିଲିୟମ୍‌ଙ୍କର ଏକ ଫଟୋ ଜାରି କରିଥିଲା । ଦୁହେଁ ସପିଂ କରୁଥିବା ନଜର ଆସିଥିଲେ । ସର୍ଜରି ପରେ କେଟ୍‌ ପ୍ରଥମ ଥର ସର୍ବସାଧାରଣକୁ ଆସିଥିଲେ ବୋଲି ଦାବି ହେଲା । କିନ୍ତୁ ସୋସିଆଲ ମିଡିଆ ୟୁଜର୍‌ଙ୍କ କହିବା ଅନୁସାରେ, ଫଟୋରେ ଥିବା ମହିଳା କେଟ୍‌ ନୁହନ୍ତି । ମହିଳାଙ୍କ ଗଠନ କେଟ୍‌ଙ୍କଠୁ ଭିନ୍ନ । ରାଜ ପରିବାର ଅନୁସାରେ, ସର୍ଜରି ପରେ କେଟ୍‌ ଅନେକ ଜଟିଳତାର ସମ୍ମୁଖୀନ ହେଉଛନ୍ତି । ଧୀରେ ଧୀରେ ସେ ସୁସ୍ଥ ହେଉଛନ୍ତି । ଇଷ୍ଟର ପରେ ସେ ସର୍ବସାଧାରଣକୁ ଆସିବେ । ନିକଟରେ କେଟ୍‌ ଏକ ଫଟୋ ଶେୟାର କରିଥିଲେ । ଏଥିରେ ସେ ନିଜର ୩ ସନ୍ତାନଙ୍କ ସହ ନଜର ଆସିଥିଲେ । ଏହା ସର୍ଜରି ପରେ ସେ ଶେୟାର କରିଥିବା ପ୍ରଥମ ଫଟୋ । ଫଟୋଟି ଏଡିଟ୍‌ ହୋଇଥିବା ଲୋକେ ଆଶଙ୍କା କରିବା ପରେ ମାମଲା ଆହୁରି ଗମ୍ଭୀର ହେଲା । 

କେଟ୍‌ଙ୍କୁ ନେଇ ବିବାଦ ପ୍ରଥମ ନୁହେଁ । ବ୍ରିଟେନ ରାଜ ପରିବାରର ଘନିଷ୍ଠ ବ୍ୟକ୍ତି ଟମ୍‌ କ୍ୱିନ୍‌ ‘ଗିଲ୍ଡେଡ୍‌ ୟୁଥ୍‌: ଆନ୍‌ ଇଣ୍ଟିମେଟ୍‌ ହିଷ୍ଟ୍ରୀ ଅଫ୍‌ ଗ୍ରୋଇଂ ଅପ୍‌ ଇନ୍‌ ଦ ରୟାଲ ଫ୍ୟାମିଲି’ ଶୀର୍ଷକ ଏକ ପୁସ୍ତକ ଲେଖିଥିଲେ । ଏଥିରେ ପ୍ରନ୍ସେସ୍‌ ଡାଏନା ଓ ପ୍ରିନ୍ସେସ୍‌ କେଟ୍‌ ମିଡିଲଟନ୍‌ଙ୍କ ଉପରେ ଉଲ୍ଲେଖ ହୋଇଛି । ପୁସ୍ତକରେ ଦାବି କରାଯାଇଥିଲା, ବିବାହ ପୂର୍ବରୁ ୨୦୧୧ ମସିହାରେ କେଟ୍‌ଙ୍କୁ ଫର୍ଟିଲିଟି ଟେଷ୍ଟ୍‌ର ସମ୍ମୁଖୀନ ହେବାକୁ ପଡ଼ିଥିଲା । ୨୦୧୨ ମସିହାରେ କେଟ୍‌ଙ୍କର ଏକ ଟପ୍‌ଲେସ୍‌ ଫଟୋ ଫ୍ରାନ୍ସର ଏକ ପତ୍ରିକାରେ ଛପିଥିଲା । ଏହା ପରେ ବ୍ରିଟେନ ରାଜ ପରିବାର ତାଙ୍କୁ ନେଇ ଅସନ୍ତୁଷ୍ଟ ଥିଲା । ପ୍ରିନ୍ସ ୱିଲିୟମ୍‌ ନିଜେ ଏହି ଘଟଣାକୁ ଦୁଃଖଦ ବୋଲି କହିଥିଲେ । ପତ୍ରିକାର ୬ ଜଣଙ୍କ ବିରୋଧରେ ମକଦ୍ଦମା ମଧ୍ୟ କରାଯାଇଥିଲା । କେଟ୍‌ଙ୍କର ଛୋଟ ଓ ସାଧାରଣ ପୋଷାକକୁ ନେଇ ମଧ୍ୟ ପୂର୍ବରୁ ବିବାଦ ଉପୁଜିଛି । ଏହା ରାଜ ପରିବାରର ମର୍ଯ୍ୟାଦା-ବିରୋଧୀ ବୋଲି ବିଶ୍ୱାସ କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.