ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

କୋପା-ଆମେରିକା କପ୍: ବ୍ରାଜିଲ୍‌ ଅଭିଯାନ ଶେଷ, ସେମି ଫାଇନାଲ୍‌ରେ ଉରୁଗୁଏ, କଲମ୍ବିଆ ଟିମ୍

ନ୍ୟୁ ୟର୍କ,୦୮/୦୭: ୪୮ତମ କୋପା  ଆମେରିକା କପ୍‌ରୁ ୯ଥର ଚାମ୍ପିଅନ୍‌ ବ୍ରାଜିଲ୍‌ର  ବିଦାୟ ଘଟିଛି । ଉରୁଗୁଏ ଓ କଲମ୍ବିଆ ଚମକପ୍ରଦ  ବିଜୟ ସହ ସେମି ଫାଇନାଲରେ  ପ୍ରବେଶ କରିଛନ୍ତି । ତୃତୀୟ କ୍ୱାର୍ଟର  ଫାଇନାଲ୍‌ରେ କଲମ୍ବିଆ ୫-୦  ଗୋଲ୍‌ରେ ପାନାମାକୁ ହରାଇଥିଲା।  ସେହିପରି ଅନ୍ୟ କ୍ୱାର୍ଟର ଫାଇନାଲ୍‌  ମୁକାବିଲାରେ ବ୍ରାଜିଲ୍‌ ୨-୪ ପେନାଲ୍ଟି ସୁଟ୍‌ ଆଉଟ୍‌  ଗୋଲ୍‌ରେ ଉରୁଗୁଏ ଠାରୁ ପରାଜିତ ହୋଇଥିଲା ।  


ଲାସ ଭେଗାସ ସ୍ଥିତ ଆଲେଜାଏଣ୍ଟ୍‌  ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ ନିର୍ଦ୍ଧାରିତ  ସମୟ ସୁଦ୍ଧା ଗୋଲ ଶୂନ୍ୟ ରହିଥିଲା । ୯୦ମିନିଟର ମୁକାବିଲା ମଧ୍ୟରେ ମୋଟ୍‌ ୪୧ଟି ଫାଉଲ  ମାରିଥିଲେ ଉଭୟ ଦଳର ଖେଳାଳି । ମାତ୍ର ଗୋଲ୍‌  ପୋଷ୍ଟରେ ବଲ୍‌ ପହଞ୍ଚାଇବାରେ ସବୁ ବିଫଳ ହୋଇଥିଲେ । ଟାଇବ୍ରେକରରେ  ଉରୁଗୁଏ ୪ଟି ଗୋଲ୍‌ କରିଥିଲା । ମାତ୍ର  ବ୍ରାଜିଲ୍‌ ଖେଳାଳି ପେନାଲ୍ଟି ମାରିବାରେ  ବିଫଳ ହୋଇଥିଲେ । କେବଳ ଆନ୍ଦ୍ରେସ  ପେରେରା ଓ ଗାବ୍ରିଏଲ ମାର୍ଟିନେଲି ପେନାଲ୍ଟିରେ  ସଫଳ ହୋଇଥିଲେ । ଉରୁଗୁଏ ପକ୍ଷରୁ  ଫେଡେରିକୋ ଭାଲଭର୍ଡ, ରୋଡ୍ରିଗୋ ବେଣ୍ଟାଙ୍କର,  ଜର୍ଜିଆନ ଡି ଆରାସକେଟା ଓ ମାନୁଏଲ ୟୁଗ୍ରେଟ  ପେନାଲ୍ଟିକୁ ଗୋଲ୍‌ରେ ପରିଣତ କରିଥିଲେ ।  

ଫୋନିକ୍ସ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ  ମ୍ୟାଚ୍‌ରେ କଲମ୍ବିଆ ଆଧିପତ୍ୟ ବିସ୍ତାର  କରି ଖେଳି ୫-୦ ଗୋଲ୍‌ରେ ବିଜୟ ହାସଲ  କରିଥିଲା । ଦଳ ପକ୍ଷରୁ ଅଷ୍ଟମ ମିନିଟ୍‌ରେ  ଜନ କୋର୍ଡୋବା, ୧୫ତମ ମିନିଟ୍‌ରେ ଜେମ୍ସ  ରୋଡ୍ରିଗୁଏଜ(ପେନାଲ୍ଟି), ୪୧ତମ ମିନିଟ୍‌ରେ  ଲୁଇସ ଡାଏଜ, ୭୦ତମ ମିନିଟ୍‌ରେ ରିଚାର୍ଡ  ରିୟସ ଓ ୯୦୍ମ୪ତମ ମିନିଟ୍‌ରେ ମିଗ୍ୱେଲ  ବୋର୍ଜା(ପେନାଲ୍ଟି) ଗୋଲ୍‌ କରିଥିଲେ ।  କଲମ୍ବିଆ ଓ ଉରୁଗୁଏର ବିଜୟ ସହ  ସେମି ଫାଇନାଲ୍‌ ଲାଇନ୍‌ ଅପ୍‌ ଚୂଡ଼ାନ୍ତ  ହୋଇଛି । ପ୍ରଥମ ସେମି ଫାଇନାଲ୍‌ରେ ଆର୍ଜେଣ୍ଟିନା ଓ କାନାଡ଼ା ପରସ୍ପରକୁ ଭେଟିବେ। ସେହିପରି ଉରୁଗୁଏ ଓ କଲମ୍ବିଆ ମଧ୍ୟରେ  ଦ୍ୱିତୀୟ ସେମି ଫାଇନାଲ ଖେଳାଯିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.